ଯଦି ଆପଣ କେବେ ଚାକିରି ଛାଡିଲେ ସେବାବଦରେ ନିଯୁକ୍ତିଦାତ୍ତା ଉଲ୍ଲେଖ କରିନାହାନ୍ତି ତେବେ ଆପଣ ନିଜେ ଏହା ପୁରଣ କରିପାରିବେ..

ଇପିଏଫ୍ ଖାତାରୁ ଫଣ୍ଡ୍‌ ଟ୍ରାନ୍‌ସଫର କରିବା ଓ ଉଠାଇବା ଏଥର ସହଜ ହୋଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ନିଜ ସଦସ୍ୟଙ୍କ ପାଇଁ ଏଥି ନିମନ୍ତେ ଅନଲାଇନ୍ ସୁବିଧା ଆରମ୍ଭ କରିଛି। ଏଥିରେ ଇପିଏଫ୍ ଆକାଉଣ୍ଟ୍ ଧାରକ ନିଜେ ନିଜ ଚାକରି ଛାଡ଼ିବା ତାରିଖ ବା ଏଗଜିଟ୍ ଡେଟ୍ ଉଲ୍ଲେଖ କରିପାରିବେ।

ଯଦି ତାଙ୍କ ନିଯୁକ୍ତିଦାତ୍ତା ଚାକିରି ଛାଡ଼ିବା ତାରିଖ ଉଲ୍ଲେଖ କରିନାହନ୍ତି ତେବେ କର୍ମଚାରୀ ନିଜେ ଏହାକୁ ଅପଡେଟ୍ କରିପାରିବେ। ଅର୍ଥାତ ସେ ଇପିଏଫ୍ଓର ରେକର୍ଡରେ ଏହା କହି ପାରିବେ ଯେ, ଚାକିରିରେ ତାଙ୍କ ଅନ୍ତିମ ଦିନ କେବେ ଥିଲା।

ଆଗରୁ କର୍ମଚାରୀ ଚାକିରି ଛାଡ଼ିବା ତାରିଖକୁ କେବଳ କମ୍ପାନି ହିଁ ଅପଡେଟ୍ କରିପାରୁଥିଲା। ଯଦି ଇପିଏଫଓ ରେକର୍ଡରେ ଚାକିରି ଛାଡ଼ିବା ତାରିଖ ନଥିଲେ ଖାତା ଧାରକ ନିଜ ଖାତାରୁ ଟଙ୍କା ଟ୍ରାନସଫର କରି ପାରିବେ ନାହିଁ କି ଉଠାଇ ପାରିବେ ନାହିଁ।

ଇପିଏଫଓ ରେକର୍ଡରେ କେମିତିଏଗଜିଟ୍ ଡେଟ୍ଅପଡେଟ୍ କରିବେ?

ଇପିଏଫ ସଦସ୍ୟ ଇ-ସେବା ପୋର୍ଟାଲକୁ ଯାଇ ଇପିଏଫଓ ରେକର୍ଡରେ ଚାକିରି ଛାଡିବା ତାରିଖକୁ ଅପଡେଟ୍ କରିପାରିବେ।

ଆସନ୍ତୁ ଜାଣିବା ଆପଣ ନିଜେ କେଉଁଭଳି ଭାବେ ଚାକିରି ଛାଡିବା ତାରିଖକୁ ଅପଡେଟ୍ କରିବେ..

ଷ୍ଟେପ୍: ନିଜ ୟୁନିଭର୍ସାଲ ଆକାଉଣ୍ଟ୍ ନମ୍ବର(ୟୁଏଏନ୍), ପାସୱାର୍ଡ ଓ କାପଚା କୋର୍ଡ ପୁରଣ କରି ଇ-ସେବା ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ। ମନେରଖନ୍ତୁ ଯେ, ଆପଣଙ୍କ ୟୁଏଏନ୍ ପୋର୍ଟାଲରେ ଆକ୍ଟିଭ୍ ଥିବା ଆବଶ୍ୟକ।

ଷ୍ଟେପ୍: ‘ମ୍ୟାନେଜ୍ ଟାବ୍’ରେ କ୍ଲିକ୍ ରି ‘ମାର୍କ୍ ଏଗଜିଟ୍’ ଅପସନ୍ ଉପରେ କ୍ଲିକ୍ କରନ୍ତୁ।

ଷ୍ଟେପ୍: ଆପଣଙ୍କ ସ୍କ୍ରିନରେ ଏକ ନୂଆ ଟ୍ୟାବ୍ ଖୋଲିବ। ନିଯୁକ୍ତଦାତା ଓ ସହି ଇପିଏଫ୍ ଆକାଉଣ୍ଟ୍ କୁ ବାଛନ୍ତୁ ଯାହାର ଏଗଜିଟ୍ ଡେଟ୍ ଅପଡେଟ୍ କରିବାକୁ ଚାହାନ୍ତି। କମ୍ପାନିର ଅନ୍ତିମ ଯୋଗଦାନର ଦୁଇ ମାସ ପର ତାରିଖ ଏଗଜିଟ୍ ଡେଟ୍ ଭାବେ ଅପଡେଟ୍ କରାଯାଇ ପାରିବ। ଏଗଜିଟ୍ ତାରିଖ ବା ଚାକିରି ଛାଡ଼ିବା ତାରିଖ ଭାବେ ଆପଣ ଏଭଳି କୌଣସି ତାରିଖ ଦେଇପାରିବେ ଯେଉଁଥିରେ କଣ୍ଟ୍ରିବ୍ୟୁସନ୍ କରାଯାଇଥିବ। ଇପିଏଫଓ ପାସବୁକରେ ଆପଣ କଣ୍ଟ୍ରିବ୍ୟୁସନ୍ ତାରିଖ ଦେଖିପାରିବେ।

ଷ୍ଟେପ୍: ଏଠାରେ ଚାକିରି ଛାଡିବାର ତାରିଖ ଓ କାରଣ ଉଲ୍ଲେଖ କରନ୍ତୁ।

ଷ୍ଟେପ୍: ‘ରିକ୍ୱେଷ୍ଟ ଓଟିପି’ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ଆଧାର ଲିଙ୍କ୍ ମୋବାଇଲ ନମ୍ବରକୁ ୱାନ୍ ଟାଇମ୍ ପାସୱାର୍ଡ ଆସିବ। ଆବଶ୍ୟକ ବକ୍ସରେ ଓଟିପିକୁ ଲେଖନ୍ତୁ।

ଷ୍ଟେପ୍: ‘ଅପଡେଟ୍’ ଉପରେ କ୍ଲିକ୍ କରିବା ପରେ ‘ ଓକେ’କୁ କ୍ଲିକ୍ କରନ୍ତୁ। ଏଥର ଆପଣଙ୍କ ଇପିଏଫଓ ରେକର୍ଡରେ ଏଗଜିଟ୍ ଡେଟ୍ ଦେଖାଇବ। ତେବେ ଏସବୁ କରିବା ଆଗରୁ ଏହା ଶୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ପୂର୍ବରୁ ଆପଣଙ୍କ କମ୍ପାନି ଚାକିରି ଛାଡ଼ିବା ତାରିଖ ଅପଡେଟ୍ କରିଛି କି ନାହିଁ। ଯଦି କମ୍ପାନି ଏହାକୁ ଅପଡେଟ୍ କରିଛି, ତେବେ ଆପଣ ପୁଣିଥରେ ଅପଡେଟ୍ କରିବାର ଆବଶ୍ୟକତା ନାହିଁ।

କେମିତି ଜାଣିବେଏଗଜିଟ୍ ଡେଟ୍ଅପଡେଟ୍ ହୋଇଛି କି ନାହିଁ?

ଇ-ସେବା ପୋର୍ଟାଲରେ ଲଗ୍ ଇନ୍ କରିବା ପରେ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ପୂର୍ବ ନିଯୁକ୍ତିଦାତ୍ତା ଏଗଜିଟ୍ ଡେଟକୁ ଅପଡେଟ୍ କରିଛନ୍ତି କି ନାହିଁ। ଏହାକୁ ଆପଣ ଏମିତି ଚେକ୍ କରିପାରିବେ..

ଷ୍ଟେପ୍-୧: ‘ଭ୍ୟୁ ଟ୍ୟାବ’ ଉପରେ କ୍ଲିକ୍ କରି ‘ସର୍ଭିସ୍ ହିଷ୍ଟ୍ରି’କୁ ଚୟନ କରନ୍ତୁ।

ଷ୍ଟେପ୍-୨: ଆପଣଙ୍କ ସ୍କ୍ରିନ୍ ଉପରେ ନୂଆ ଟ୍ୟାବ୍ ଖୋଲିବ। ୱେବ୍ ପେଜରେ ସେହି ସବୁ ସଂସ୍ଥାଙ୍କ ଲିଷ୍ଟ୍ ଦେଖାଇବ ଯେଉଁଥିରେ ଆପଣ ଆଗରୁ କାମ କରୁଥିଲେ ଓ ଯାହାଙ୍କ ସହ ଆପଣଙ୍କ ଇପିଏଫଓ ଖାତା ଥିଲା। ସେଥିରେ ଆପଣଙ୍କ ଜଏନିଂ ତାରିଖ, ଇପିଏଫରୁ ଏଗଜିଟ୍ ତାରିଖ, ଇପିଏସରେ ଜଏନିଂ ତାରିଖ ଆଦିର ସୂଚନା ମିଳିବ।