ଉଚ୍ଚଶିକ୍ଷା ବିଭାଗ ପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ମଧ୍ୟ ଗୁରୁବାର ୫- ଟି ଅଧୀନକୁ ଆସିଛି। ଏନେଇ କୃଷି ବିଭାଗ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।

କୃଷି ବିଭାଗ ୫- ଟି ଅଧୀନକୁ ଆସିବା ପରେ ଏଣିକି ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରାଯିବ। ବିଭିନ୍ନ ବିଷୟରେ ଚାଷୀମାନଙ୍କଠାରୁ ମତାମତ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଚାଷୀମାନେ ସେମାନଙ୍କର ଅଭିଯୋଗକୁ କାଳିଆ ଅଭିଯୋଗ ପୋର୍ଟାଲ (କାଳିଆ ଗ୍ରିଭାନ୍ସ ପୋର୍ଟାଲ)ରେ ଦାଖଲ କରିପାରିବେ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।ସେହପରି ପୋଖରୀ ଆଦି ଖନନ କରି ଚାଷୀମାନଙ୍କୁ ସ୍ୱାବଲମ୍ବୀ ଓ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।