ବ୍ୟାଙ୍କ ଆକାଉଣ୍ଟ୍ କିମ୍ବା ଆର୍‌ଡି ଖୋଲି କରି ଯଦି ଆପଣ ସଂଚୟ କରୁଛନ୍ତି ବୋଲି ଭାବୁଛନ୍ତି ତେବେ ଏହା ଆପଣଙ୍କ ଭୁଲ ଧାରଣା..

saving account

ବଡ଼ ସଂଚୟ କରି ନପାରିବାର କାରଣ କମ ଦରମା ନୁହେଁ କାରଣ ଆପଣଙ୍କ ଆଖପାଖରେ ଏମିତି ଅନେକ ଲୋକଙ୍କୁ ଆପଣ ପାଇବେ ଯେଉଁମାନେ ମୋଟା ଦରମା ପାଆନ୍ତି କିନ୍ତୁ ଫଟା ପାହୁଲା ମଧ୍ୟ ସଂଚୟ କରି ପାରନ୍ତି ନାହିଁ। ଆମେ ଏଠାରେ ଆପଣଙ୍କୁ ଏମିତି ୯ଟି କାରଣ କଥା କହିବୁ ଯେଉଁଥିପାଇଁ ଆପଣ  ବଡଧରଣର ସଂଚୟ କରି ପାରନ୍ତି ନାହିଁ।

  • ମୁଲ୍ୟ ହ୍ରାସ ପାଉଥିବା ଆସେଟ୍ କିଣିବା

ଡିପ୍ରେସିଂ ଆସେଟ୍ ତାକୁ କୁହନ୍ତି ଯାହାର ମୁଲ୍ୟ ସମୟ ସହ କମିଥାଏ। ଆପଣ ଯେତେବେଳେ ସେହି ସଂପତିକୁ ବିକ୍ରି କରିବାକୁ ବସନ୍ତି ସେତେବେଳେ ତାର ବିକ୍ରି ମୁଲ୍ୟ କିଣା ମୁଲ୍ୟଠାରୁ କମ ହୋଇଥାଏ। ଯଦି ଆପଣ ଏଭଳି ସଂପତି ସଂଗ୍ରହ କରୁଛନ୍ତି ତେବେ ଆପଣ ସଂଚୟ କରୁନାହାନ୍ତି କି ନିବେଶ ବଂର ଆପଣ ଖର୍ଚ୍ଚ କରୁଛନ୍ତି। ଯଦି ଆପଣଙ୍କ କାମ ପାଇଁ ଆବଶ୍ୟକ ନୁହେଁ ତେବେ ଦାମୀ କାର,ଦାମି ମୋବାଇଲ, ଲାପଟପ୍ କିଣିବା ପଇସାର ସଠିକ ବ୍ୟବହାର ହୋଇନଥାଏ।

କ’ଣ କରିବେ?

ଏଭଳି ଜନିଶ କିଣନ୍ତୁ ଯାହାର ମୁଲ୍ୟ ସମୟ ସହ ବଢିବ। ଯେମିତି ସୁନା,ଘର କିମ୍ବା ସେୟାର। ଯଦି ଆପଣଙ୍କ ପାଇଁ କାର,ମୋବାଇଲ କିଣିବା ଜରୁରୀ ତେବେ କିଣନ୍ତୁ କିନ୍ତୁ କେବେ ମଧ୍ୟ କରଜ ନେଇ ଏହାକୁ କିଣନ୍ତୁ ନାହିଁ। କରଜ ନେଇ କିଣାଯାଇଥିବା ଜିନିଶର କିଣା ଦାମ ସବୁବେଳେ ଅଧିକ ହୋଇଥାଏ।

investment

  • ନିବେଶର ଭୁଲ ଉପାୟ ଅବଲମ୍ବନ

ଯଦି ଆପଣ ଭାବୁଛନ୍ତି ଯେ, ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରି କିମ୍ବା ଆରଡି ଆକାଉଣ୍ଟ ଖୋଲି ଅଥବା ବୀମାରେ ନିବେଶ କରି ଆପଣ ସଂଚୟ କରୁଛନ୍ତି ତେବେ ଭୁଲ କରୁଛନ୍ତି। କାରଣ ଟଙ୍କା ଯଦି ମୁଦ୍ରାସ୍ଫିତିଠାରୁ ଅଧିକ ହାରରେ ବଢୁନାହିଁ ତେବେ ତାର ମୁଲ୍ୟ ସମୟ ସହିତ ହ୍ରାସ ପାଉଛି। ଏହାସହ ବ୍ୟାଙ୍କ କିମ୍ବା ଘରେ ଟଙ୍କା ରଖିଲେ ଖର୍ଚ୍ଚ ହେବାର ସମ୍ଭାବନା ଥାଏ।

କ’ଣ କରିବେ?

ବ୍ୟାଙ୍କ ଆକାଉଣ୍ଟ କିମ୍ବା ଘରେ କ୍ୟାସ ରଖି ତାର ମୁଲ୍ୟ ହ୍ରାସ କରନ୍ତୁ ନାହିଁ। ଆପଣଙ୍କୁ ଏମିତି ନିବେଶ କରିବାକୁ ପଡିବ ଯେମିତି ମୁଦ୍ରସ୍ପିତିଠାରୁ ଆପଣଙ୍କୁ ନିବେଶ ୬ରୁ ୭ ପ୍ରତିଶତ ଅଧିକ ରେଟରେ ବଢିବ। ଏଥିପାଇଁ ଆପଣଙ୍କୁ ଇକ୍ୱିଟି,ରିୟଲ ଇଷ୍ଟେଟ୍ କିମ୍ବା ଡେଟ୍ ଫଣ୍ଡରେ ଟଙ୍କା ଲଗାଇବାକୁ ପଡ଼ିବ।

Money

  • ବାଜେ ଖର୍ଚ୍ଚ କରିବାର ବଦଭ୍ୟାସ

ଯଦି ଆପଣ ବଜେଟ୍ ତିଆରି ନକରି ଘର ଖର୍ଚ୍ଚ ଚଳାଉଛନ୍ତି କିମ୍ବା ମନକୁ ଖୁସୀ କରିବା ପାଇଁ ମନଇଛା ସପିଂ କରୁଛନ୍ତି ତେବେ ସତର୍କ ହୋଇଯାନ୍ତି। ଆପଣ ବଦଖର୍ଚ୍ଚୀ।

କ’ଣ କରିବେ?

ଆପଣଙ୍କୁ ଆର୍ଥିକ ଲକ୍ଷ୍ୟ ନିର୍ଧାରିତ କରିବାକୁ ପଡ଼ିବ। ଲକ୍ଷ୍ୟ ସହିତ କେତେ ଟଙ୍କା ଆବଶ୍ୟକ ଓ ସେହି ଟଙ୍କା ହାସଲ କରିବା ପାଇଁ ସମୟସୀମା ନିର୍ଧାରଣ କରନ୍ତୁ। ମାସକୁ କେତେ ଟଙ୍କା ନିବେଶ କରିବାକୁ ପଡିବ,ତାହା ଆଗ ନିର୍ଧାରଣ କରନ୍ତୁ। ଏମିତି କଲେ ,ନିବେଶ ପରେ ଯାହା ବଳିବ ସେଥିରେ ଘର ଖର୍ଚ୍ଚ ଚଳାଇବେ। ଏଭଳି କଲେ ନିବେଶ ଆପଣଙ୍କ ଅଭ୍ୟାଶ ପାଲଟି ଯିବ।

monthly budget

  • ଲଗଜରି ଓ ଆବଶ୍ୟକତା ଭିତରେ ଫରକ

ବଜେଟ୍ ତିଆରି କରିବା ବେଳେ ଲଗଜରି ଓ ଆବଶ୍ୟକତା ଭିତରେ ଫରକ କରିବା ଶିଖନ୍ତୁ। ଆବଶ୍ୟକତା ଭିତରେ ଘର, ଖାଦ୍ୟ, ସ୍ୱାସ୍ଥ୍ୟ ଓ ପରିବହନ ଆସିଥାଏ। ବୁଲାବୁଲି କରିବା,ସପିଂ କରିବା,ବାହାରେ ଖାଇବା,ଫିଲ୍ମ ଦେଖିବା ଲଗଜରି ଶ୍ରେଣୀରେ ଆସିଥାଏ। ନିଜ ଆୟକୁ ଦେଖି ଲଗଜରି ଓ ଜରୁରୀ ଆବଶ୍ୟକତା ମଧ୍ୟରେ ଅନ୍ତର କରନ୍ତୁ। କାରଣ ଆପଣଙ୍କ ଦରମା ଯେତିକି ତାଠାରୁ ଅଧିକ ଦାମର ଫୋନ୍ ଯଦି ଆପଣ ନେଉଛନ୍ତି କି ବ଼ଡ ବ୍ରାଣ୍ଡର ଜିନିଶ ୟୁଜ୍ କରୁଛନ୍ତି ତେବେ ତାହା ଆପଣଙ୍କ ଜରୁରୀ ଆବଶ୍ୟକତା ନୁହେଁ। ତାହା ଲଗଜରି ହୋଇଯିବ।

କ’ଣ କରିବେ?
ଏହାକୁ ବୁଝିବାର ସବୁଠୁ ସହଜ ଉପାୟ ହେଉଛି ବଜେଟରେ ୫୦-୩୦-୨୦ ନିୟମ ଆପଣାନ୍ତୁ। ପ୍ରଥମେ ଆୟର ୨୦ ପ୍ରତିଶତ ସଂଚୟ କରନ୍ତୁ। ଏହାପରେ ଆୟର ୫୦ ପ୍ରତିଶତକୁ ଜରୁରୀ ଆବଶ୍ୟକତା ପାଇଁ ଖର୍ଚ୍ଚ କରନ୍ତୁ। ବାକି ୩୦ ପ୍ରତିଶତକୁ ଲଗଜରି ପାଇଁ ଖର୍ଚ୍ଚ କରନ୍ତୁ।

  • ଆର୍ଥିକ ଲକ୍ଷ୍ୟ ନିର୍ଧାରଣ ନକରିବା

ଆର୍ଥିକ ଲକ୍ଷ୍ୟ ନିର୍ଧାରଣ ନ କରି ପାରିବା ସଂଚୟ କରି ନପାରିବାର ଆଉ ଗୋଟିଏ କାରଣ। ଯଦି ଆପଣଙ୍କ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନାହିଁ ତେବେ ଆପଣ ଆର୍ଥିକ ଲକ୍ଷ୍ୟ ନିର୍ଧାରିତ କରି ପାରିବେ ନାହିଁ। ଏଥରୁ ଏହା ଜଣା ପଡେ ଯେ, ଆପଣ ଭବିଷ୍ୟତ କଥା ଚିନ୍ତା ନକରି ପଇସା ଉଡାଉଛନ୍ତି।

କ’ଣ କରିପାରିବେ?

କମ୍ ଅବଧି ଓ ଲମ୍ବା ଅବଧିର ଆର୍ଥିକ ଲକ୍ଷ୍ୟ ନିର୍ଧାରଣ କରନ୍ତୁ। ବୁଲିବାକୁ ଯିବାକୁ ହେଉ କି ଗାଡି କିଣିବା ପାଇଁ ହେଉ ସବୁଥି ପାଇଁ ଆର୍ଥିକ ଲକ୍ଷ୍ୟ ନିର୍ଧାରଣ କରନ୍ତୁ। ପ୍ଲାନିଂ କରନ୍ତୁ। ଏହାପରେ ସଂଚୟ ଆରମ୍ଭ କରନ୍ତୁ। କେତେ ଟଙ୍କା ଆବଶ୍ୟକ, କେବେ ଆବଶ୍ୟକ ସେଇ ହିସାବରେ ନିବେଶ କରନ୍ତୁ।

loan management

  • ଲୋନକୁ ଲାଇଫ୍ ଷ୍ଟାଇଲର ଅଂଗ କରନ୍ତୁ ନାହିଁ

ଆମ ପୂର୍ବ ପିଢି ଅର୍ଥାତ ଆମ ବାପା ଜେଜେ ବାପା ସଂପତି ତିଆରି କରିବା ପାଇଁ କରଜ କରୁଥିଲେ। କିନ୍ତୁ ଆମ ସମୟରେ ଲାଇଫ୍ ଷ୍ଟାଇଲ ପାଇଁ କରଜ କରାଯାଉଛି। କ୍ରେଡିଟ୍ କାର୍ଡ,ପର୍ସନାଲ ଲୋନ୍ ନେଇ ଆମେ ଜୀବନକୁ ଆରମପ୍ରଦ କରିବା ଦୌଡରେ ସାମିଲ ଅଛି। କିନ୍ତୁ ଏହା ଭୁଲ।

କ’ଣ କରିବେ?

ଭଲ ଓ ଖରାପ କରଜର ଅନ୍ତର ଜାଣନ୍ତୁ। ସଂପତି ତିଆରି କରିବା ପାଇଁ ନିଆଯାଉଥିବ କରଜ ଭଲ କରଜ ହୋଇଥାଏ। ଲାଇଫ୍ ଷ୍ଟାଇଲ ମେଣ୍ଟେନ୍ କରିବା ପାଇଁ ନିଆଯାଉଥିବ କରଜ ,ଖରାପ କରଜ। ତେଣୁ କରଜ କରି ଘିଅ ଖାଇବା ଅଭ୍ୟାସକୁ ଛାଡନ୍ତୁ। ଆପଣଙ୍କ କରଜ ଆପଣଙ୍କ ଆୟର ୫୦ ପ୍ରତିଶତରୁ ଅଧିକ ହେବା ଠିକ୍ ନୁହେଁ।

  • ଛୋଟ ଖର୍ଚ୍ଚକୁ ଗୁରୁତ୍ୱ ନଦେବା

ଜଳଖିଆ,ଫିଲ୍ମ ଦେଖିବା ଆଦି ଖର୍ଚ୍ଚ ଉପରେ ନଜର ପକାନ୍ତୁ। ଦେଖନ୍ତୁ ଆପଣ କେତେ ଖର୍ଚ୍ଚ କମ କରି ପାରିବେ। ମାସକୁ ଯଦି ଆପଣ ୫୦୦ ଟଙ୍କା ସ୍ନାକ୍ସରେ ଖର୍ଚ୍ଚ କରୁଛନ୍ତି ତେବେ ୨୦ ବର୍ଷରେ ଆପଣ ୫ ଲକ୍ଷ ଖର୍ଚ୍ଚ କରୁଛନ୍ତି । ଏହି ୫ ଶହ ଟଙ୍କା ଆପଣଙ୍କୁ ୨୦ ବର୍ଷରେ ୫ ଲକ୍ଷ ଦେଇପାରେ । ପୁଣି ଯଦି ଆପଣ ଏହି ୫୦୦ ଟଙ୍କାକୁ ଏଭଳି କୌଣସି ନିବେଶ ପ୍ଲାନରେ ବିନିଯୋଗ କରନ୍ତି ଯାହା ୧୨ ପ୍ରତିଶତ ରିଟର୍ଣ୍ଣ ଦେବ,ତେବେ ଏହା ଆହୁରି ଅଧିକ ହେବ।

କ’ଣ କରିବେ?

ପ୍ରଥମେ ଦିନସରାର ଛୋଟ ଖର୍ଚ୍ଚର ହିସାବ କରନ୍ତୁ। ଏଥିରୁ ଆପଣ ବଦଖର୍ଚ୍ଚର ହିସାବ ପାଇଯିବେ। ଫଳରେ ଆପଣ ସେହି ଖର୍ଚ୍ଚକୁ ବନ୍ଦ କରିପାରିବେ। ଆପଣ ଏଭଳି ଖର୍ଚ୍ଚ ପାଇଁ ଗୋଟିଏ ବଜେଟ୍ ମଧ୍ୟ ତିଆରି କରିପାରିବେ। ଫଳରେ ଖର୍ଚ୍ଚ ଆପଣଙ୍କ ନିୟନ୍ତ୍ରଣରେ ରହିବ।

  • ନିବେଶର ଅଟୋମେଟିକ୍ ଉପାୟ

ଆପଣଙ୍କ ଆୟ ଭଲ ଥିବ। କିନ୍ତୁ ଆପଣ ନିବେଶ କରି ପାରନ୍ତି ନାହିଁ। କାରଣ ଆପଣଙ୍କ ପାଖରେ ସମୟ ନଥିବ। ବଂଚିଯାଉଥିବା ଟଙ୍କାକୁ ଆପଣ ଖର୍ଚ୍ଚ କରି ଦିଅନ୍ତି।

କ’ଣ କରିବେ?

ନିବେଶକୁ ଅଟୋମେଟିକ୍ କରିବା ଖର୍ଚ୍ଚ ଉପରେ ନିୟନ୍ତ୍ରଣର ଭଲ ଉପାୟ। ଯଦି ଆପଣ ନିଜ ବ୍ୟାଙ୍କକୁ ଷ୍ଟାଣ୍ଡିଂ ଇନଷ୍ଟ୍ରକ୍ସନ ଦେଇଥାନ୍ତି ତେବେ ଆପଣଙ୍କ ଦରମା କ୍ରେଡିଟ୍ ହେଲେ ନିର୍ଦ୍ଦିଷ୍ଟ ତାରିଖରେ ନିର୍ଦ୍ଦିଷ୍ଟ ଏସଆଇପିର ନିବେଶ ହୋଇଯିବ। ମ୍ୟୁଚୁଆଲ ଫଣ୍ଡ୍ କିମ୍ବା ରିକରିଂ ଡିପୋଜିଟରେ ଅଟୋମେଟିକ୍ ଟଙ୍କା ଟ୍ରାନସଫର ହୋଇଯିବ।

  • ଦେଖାଇବା ପାଇଁ ଖର୍ଚ୍ଚ କରନ୍ତୁ ନାହିଁ

ସଂଚୟ ନକରି ପାରିବାର ବଡ କାରଣ ହେଉଛି ଆମେ ପ୍ରାୟ ନିଜ ବନ୍ଧୁ ବାନ୍ଧବ ସଂପର୍କିୟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥାଉ। ବନ୍ଧୁଙ୍କ କାର କିମ୍ବା ମୋବାଇଲ ଦେଖି ଆମେ ଆମ ସମ୍ବଳକୁ ନଦେଖି ଲୋନ୍ ନେଇ କିଣିଥାଉ। ପରେ ଲୋନ୍ ଶୁଝିବାରେ ଆମ ଆୟ ଖର୍ଚ୍ଚ ହୋଇ ଯାଇଥାଏ।

କ’ଣ କରିବେ?

ଅନ୍ୟ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ନାହିଁ। ନିଜ ଆୟ ଅନୁସାରେ ଖର୍ଚ୍ଚ କରନ୍ତୁ।