ଯଦି କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ୧୦ଟି କଥାକୁ ମନରେ ରଖନ୍ତୁ, ନହେଲେ କରଜ ଜାଲରେ ଛନ୍ଦି ହୋଇଯିବେ..

  • ଆପଣଙ୍କ କ୍ରେଡିଟ୍ କାର୍ଡ୍ ଆଉଟଷ୍ଟାଣ୍ଡିଂ ଢେର ଅଧିକ?

ଉତ୍ତର ଯଦି ହଁ, ତେବେ ତୁରନ୍ତ ସତର୍କ ହୋଇଯାନ୍ତୁ। ପୁରୁଣା କରଜ ନଶୁଝା ହେବା ପର୍ଯ୍ୟନ୍ତ ନୁଆ କିଛି କିଣନ୍ତୁ ନାହିଁ। ୧ରୁ ୩ ମାସ ମଧ୍ୟରେ ପୁରୁଣା ବକେୟା ସବୁ ଶୁଝିବା ପାଇଁ ରଣନୀତି ତିଆରି କରନ୍ତୁ। ସବୁ ଆଉଟଷ୍ଟାଣ୍ଡିଂ କ୍ଲିୟର ନହେବା ଯାଏ ଭୁଲରେ ମଧ୍ୟ ନୂଆ କିଛି କିଣନ୍ତୁ ନାହିଁ। ଆଗାମୀ ତିନି ମାସ ଯାଏ ଦୁନିଆର ସବୁଠୁ କଂଜୁସ ବ୍ୟକ୍ତି ହେବାର ଅଭ୍ୟାଶ କରନ୍ତୁ।

  • ମିନିମମ୍ ପେମେଣ୍ଟ୍ ଜାଲରେ ପଡନ୍ତୁ ନାହିଁ

ବିଲରେ ମିନିମମ୍ ପେମେଣ୍ଟ୍ ଆମାଉଣ୍ଟ୍ ଓ ଟୋଟାଲ ପେମେଣ୍ଟ ଆମାଉଣ୍ଟ୍ ଉଲ୍ଲେଖ ଥାଏ। ଅନେକ ଜାଣି ନପାରି କିଛି ଜାଣିକରି ମଧ୍ୟ ମିନିମମ୍ ବିଲ୍ ପେମେଣ୍ଟ କରିଥାନ୍ତି। ଯାହା ଗୋଟିଏ ମସ୍ତବଡ ଭୁଲ୍। କାରଣ ନିୟମ ଅନୁସାରେ ଗୋଟିଏ ବିଲ୍ ସର୍କଲର ୫ ପ୍ରତିଶତ ଗ୍ରାହକଙ୍କୁ ପେମେଣ୍ଚ କରିବାକୁ ପଡିଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆପଣଙ୍କ ବକେୟ ରକମ ଉପରେ ସୁଧ ପଡିବ ନାହିଁ।

ବିଲରେ ଉଲ୍ଳେଖ ଥିବା ସମ୍ପୂର୍ଣ୍ଣ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦିଆଗଲେ ଆପଣଙ୍କୁ ବିନା ସୁଧରେ ୩୦ରୁ ୪୫ ଦିନର କ୍ରେଡିଟ୍ ମିଳିଥାଏ। କିନ୍ତୁ ମିନିମମ୍ ଆମାଉଣ୍ଟ୍ ପେମେଣ୍ଟ କରିଲେ ବକେୟା ଟଙ୍କା ଆଗାମୀ ମାସର ବିଲରେ ମିଶିଯାଏ। ଯାହା ଉପରେ ଆପଣଙ୍କୁ ୩ରୁ ୪ ପ୍ରତିଶତ ସୁଧ ଦେବାକୁ ପଡିଥାଏ। ତେଣୁ ମିନିମମ୍ ପେମେଣ୍ଟ୍ ଦେଉଛନ୍ତି ମାନେ ଆପଣ ନିଜକୁ କରଜ ଜାଲରେ ପକାଉଛନ୍ତି । ସବୁବେଳେ ଫୁଲ ପେମେଣ୍ଟ କରନ୍ତୁ।

Money

  • ଟୋଟାଲ ଲିମିଟର ୫୦ ପ୍ରତିଶତ ବ୍ୟବହାର କରନ୍ତୁ

ଆପଣଙ୍କ କାର୍ଡ୍ ଲିମିଟ୍ ଯଦି ୧ ଲକ୍ଷ ଟଙ୍କା ତେବେ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରନ୍ତୁ। ତା’ଠାରୁ ଅଧିକ ଖର୍ଚ୍ଚ କରିଲେ ଆପଣଙ୍କ ଶୁଝିବା ଶକ୍ତି ପ୍ରଭାବିତ ହେବ। ଯଦି ଠିକ୍ ସମୟରେ ଶୁଝିପାରନାହାନ୍ତି ତେବେ ଆଗକୁ ସୁଧ ଦେବାକୁ ପଡିବ। ମନେ ରଖନ୍ତୁ ଆପଣଙ୍କ କ୍ରେଡିଟ୍ କାର୍ଡ ହିଷ୍ଟ୍ରୀକୁ ବ୍ୟାଙ୍କ କ୍ରେଡିଟ୍ ବ୍ୟୁରୋ ନିଜ ମଧ୍ୟରେ ସେୟାର କରିଥାନ୍ତି। ଅନିୟମିତ ବିଲ୍ ପୈଠ, ଅନିୟନ୍ତ୍ରିତ ଖର୍ଚ୍ଚର ଇତିହାସ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିବ ।ତେଣୁ ମୋବାଇଲରେ ଲିମିଟ୍ ଆଲାର୍ମ ସେଟ୍ କରନ୍ତୁ।

  • କ୍ରେଡିଟ୍ କାର୍ଡରେ ଟଙ୍କା ଉଠାନ୍ତୁ ନାହିଁ

କ୍ରେଡିଟ୍ କାର୍ଡ ବ୍ୟବହାର କରି କେବେ ମଧ୍ୟ ଟଙ୍କା ଉଠାନ୍ତୁ ନାହିଁ। କାରଣ କ୍ରେଡିଟ୍ କାର୍ଡ ଦ୍ୱାରା ଉଠାଯାଇଥିବା ଟଙ୍କା ପାଇଁ ଆପଣଙ୍କୁ ପ୍ରଥମ ଦିନରୁ ହିଁ  ସୁଧ ଦେବାକୁ ପଡିବ। ସୁଧ ସହ କ୍ୟାସ ୱିଥଡ୍ରୟାଲ ଚାର୍ଜ୍ ମଧ୍ୟ ଦେବାକୁ ପଡିଥାଏ।

 

  • ଇଏମଆଇ କିମ୍ବା ବାଲାନ୍ସ ଟ୍ରାନସଫର କରନ୍ତୁ

ଗୋଟିଏ ବଡ ବିଲ୍ ଆପଣ ଦେଇ ପାରୁନାହାନ୍ତି କି? ତେବେ ବୁଦ୍ଧିମାନର କାମ ହେବ ଆପଣ ବ୍ୟାଙ୍କ ସହ ଯୋଗାଯୋଗ କରି ବିଲକୁ ଇଏମଆଇରେ ବଦଳାଇ ଦିଅନ୍ତୁ। ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ୩ରୁ ୧୨ ମାସ ପର୍ଯ୍ୟନ୍ତ ଇଏମଆଇ ସୁବିଧା ଦେଇଥାନ୍ତି। ମୋଟ ବିଲ୍ ଶୁଝି ନପାରିଲେ ଯେତିକି ସୁଧ ଦେବାକୁ ପଡେ, ଇଏମଆଇର ତାଠାରୁ କମ ସୁଧ ଦେବାକୁ ପଡିଥାଏ। ଏହାଛଡା ଯଦି ଆପଣଙ୍କ ପାଖରେ ଏକରୁ ଅଧିକ କାର୍ଡ ଅଛି ,ତେବେ ଗୋଟିଏ କାର୍ଡର ବାଲାନ୍ସକୁ ଆର କାର୍ଡକୁ ଟ୍ରାନସ୍ଫର କରି ପାରିବେ। ଯାହାକୁ ବାଲାନ୍ସ ଟ୍ରାନସଫର କୁହାଯାଏ। ବାଲାନ୍ସ ଟ୍ରାନସଫରରେ କମ୍ ସୁଧ ଦେବାକୁ ପଡିଥାଏ।

  • ରିୱାର୍ଡ୍ ପଏଣ୍ଟକୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ

କେବଳ ରିୱାର୍ଡ ପଏଣ୍ଟ ଚକ୍କରରେ କାର୍ଡ ଉପରେ କାର୍ଡ ନିଅନ୍ତୁ ନାହିଁ। ତୁଳନା କରନ୍ତୁ ଓ କାର୍ଡ ନିଅନ୍ତୁ। ରିୱାର୍ଡ ପଏଣ୍ଟ ବଦଳାଇ ଗିଫ୍ଟ ଆଣନ୍ତୁ ନାହିଂ। ଯଦି ଆପଣଙ୍କ କାର୍ଡ୍ ରିୱାର୍ଡ ପଏଣ୍ଟ୍ ବଦଳରେ ପେଟ୍ରୋଲ ଦେଉଛି କିମ୍ବା ବିଲ୍ ଆମାଉଣ୍ଟରେ ସେହି ପଏଣ୍ଟକୁ ଆଡଜଷ୍ଟ କରିବାକୁ ଚାହୁଁଛି ତେବେ ଗିଫ୍ଟ ବଦଳରେ ଏହି ଦୁଇଟି ବିକଳ୍ପକୁ ବାଛନ୍ତୁ।

  • ସେଭିଂ ଆକାଉଣ୍ଟରେ ଅଟୋ ଡେବିଟ୍ ସେଟ୍ କରନ୍ତୁ

ସେଭିଂ ଆକାଉଣ୍ଟରେ ଅଟୋ ଡେବିଟ୍ ବିକଳ୍ପକୁ ବାଛନ୍ତୁ। ବିକଳ୍ପ ବାଛିବା ବେଳେ ‘ଟୋଟାଲ ପେମେଣ୍ଟ’ ସିଲେକ୍ଟ କରନ୍ତୁ। ଯେମିତି ଠିକ୍ ସମୟରେ ଫୁଲ୍ କ୍ରେଡିଟ୍ କାର୍ଡ ପେମେଣ୍ଟ ହୋଇପାରିବ। କାରଣ ଆମ ମଧ୍ୟରୁ ଅନେକ ବିଲ୍ ପେମେଣ୍ଟ୍ ବାବଦରେ ଭୁଲି ଯାଇଥାନ୍ତି। ଯାହାଫଳରେ ଆଗାକୁ ସୁଧ ଦେବାକୁ ପଡିଥାଏ।

credit card bills

  • ମାସିକ ବିଲ୍ ଯାଂଚ୍ କରନ୍ତୁ

ଆଖିବୁଜି କ୍ରେଡିଟ୍ କାର୍ଡ ବିଲକୁ ବିଶ୍ୱାସ କରନ୍ତୁ ନାହିଁ। ବିଲକୁ ଭଲ ଭାବେ ପଢନ୍ତୁ। ଦେଖନ୍ତୁ କେଉଁଠି ଆପଣଙ୍କୁ ଯେମିତି ଅଧିକ ଚାର୍ଜ କରାଯାଇନାହିଁ।

  • ଆପଣ କେମିତି ଖର୍ଚ୍ଚ କରୁଛନ୍ତି ?

ଆପଣଙ୍କ ଖର୍ଚ୍ଚର ତରିକା କଣ? ଆପଣ ବଦଖର୍ଚ୍ଚି କି? ବାହାରେ ଖାଇବାରେ କେତେ ଖର୍ଚ୍ଚ କରୁଛନ୍ତି? ଆବଶ୍ୟକ ନଥିବା ଦ୍ରବ୍ୟ କିଣୁଛନ୍ତି କି? ଯେମିତି ଆପଣ କ୍ଲିନ୍ ସେଭ୍ ରହିବାକୁ ପସନ୍ଦ କରନ୍ତି କିନ୍ତୁ କୌଣସି ଅନଲାଇନ୍ ସପିଂ ସାଇଟର ବିଜ୍ଞାପନ ଦ୍ୱାରା ପ୍ରଭାବିତ ହୋଇ ଟ୍ରିମର କିଣୁଛନ୍ତି କି? କାରଣ ଟ୍ରିମର ଆପଣଙ୍କ ଆବଶ୍ୟକତା ନୁହେଁ। ଏସବୁକୁ ମଝିରେ ମଝିରେ ତର୍ଜମା କରନ୍ତୁ। ଏମିତି କଲେ ଆପଣଙ୍କ ଘରୋଇ ବଜେଟ୍ କମିବା ସହ ଆପଣଙ୍କ ମାସିକ କ୍ରେଡିଟ୍ କାର୍ଡ ବିଲ୍ କମ ହେବ।

  • ଦେଶ ବାହାରେ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ ନାହିଁ

ବିଦେଶ .ଯାଇଛନ୍ତି ଯଦି ତେବେ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ ନାହିଁ। କାରଣ ଏଥିରେ ଆପଣଙ୍କୁ ଅଧିକ ଚାର୍ଜେସ ଦେବାକୁ ପଡିପାରେ। ଅତି ଜୁରରୀ ପଡିଲେ ବିଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ।