ଅଧିକାଂଶ କର୍ମଚାରୀଙ୍କ ପାଇଁ ଏକ କୋଟିର ଫଣ୍ଡ୍ ଅସମ୍ଭବ ଲାଗିପାରେ କିନ୍ତୁ ଏହା ସମ୍ଭବ..

ସମସ୍ତଙ୍କ ଇଛା କୋଟିପତି ହେବା। ଚାକିରି କରିଥିବା ବ୍ୟକ୍ତି ଚାହାନ୍ତି ସେମାନଙ୍କ ଅବସରକାଳୀନ ଜୀବନ ଟେନସନ୍ ଫ୍ରି ହେଉ। ଆମ ଜୀବନରେ ଟଙ୍କାର ମହତ୍ତ୍ୱ ରହିଛି। ତେଣୁ ଜ୍ଞାନି ଗୁଣି କହିଛନ୍ତି, ଟଙ୍କା ଭଗବାନ ନହେଲେ ବି ଭଗବାନଙ୍କଠାରୁ କମ ନୁହେଁ। ଏମିତିରେ ରିଟାୟରମେଣ୍ଟ ପରେ ସୁରକ୍ଷିତ ଆର୍ଥିକ ଭବିଷ୍ୟତ ପାଇଁ ଦରକାର ଭଲ ପାଣ୍ଠି। ତେବେ ୨୫ ହଜାର ବେସିକ୍ ସାଲେରି ପାଉଥିବା ଜଣେ ବ୍ୟକ୍ତି ରିଟାୟରମେଣ୍ଟ ବେଳକୁ ଏକ କୋଟିର ଫଣ୍ଡ ତିଆରି କରିପାରିବା ସମ୍ଭବ କି? ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଲା ଏହା ସମ୍ଭବ। ବାସ୍, ଭାବିଚିନ୍ତି ନିବେଶର ଆବଶ୍ୟକତା ରହିଛି। ଆସନ୍ତୁ ଉଦାହରଣ ଦ୍ୱାରା ବୁଝିବା ଏହା କିପରି ସମ୍ଭବ।

ଇପିଏଫ୍‌

ଅଧିକାଂଶ କର୍ମଚାରୀଙ୍କ ପାଇଁ ଏକକୋଟିର ରିଟାୟରମେଣ୍ଟ ଫଣ୍ଡ୍ ତିଆରି କରିବା ସମ୍ଭବ। କିନ୍ତୁ ସେମାନଙ୍କ ପାଇଁ ଅସମ୍ଭବ ନହେଲେ ବି କଷ୍ଟକର, ଯେଉଁମାନଙ୍କ ଦରମା କମ। ତେବେ ନିରାଶ ହେବାର କାରଣ ନାହିଁ। ଇପିଏଫ୍,ପିଏଫ୍ ଆପଣଙ୍କୁ ଆଧା ଲକ୍ଷ୍ୟ ପୁରଣ କରିବାରେ ସାହାଯ୍ୟ କରିବ। ବାକି ଆପଣ ଟିକିଏ କଷ୍ଟ କରି ଓ ରିସ୍କ ନେଇ ପୁରଣ କରିପାରିବେ। ପୂରାପୁରି ଇପିଏଫ୍, ଉପରେ ନିର୍ଭର କରି ଆପଣ ଏକ କୋଟିର ପଣ୍ଡ୍ ତିଆରି କରି ପାରିବେ ନାହିଁ। କାରଣ ଇପିଏଫରେ ସଞ୍ଚୟ କମ ହୋଇଥାଏ ଓ ପିଏଫରେ କମ ସୁଧ ମିଳେ। ଜଣେ ବେତନଭୋଗୀ କର୍ମଚାରୀଙ୍କ ଦରମାର ୧୨ ପ୍ରତିଶତ ଇପିଏଫକୁ ଯାଇଥାଏ। ନିଯୁକ୍ତିଦାତା ମଧ୍ୟ ଇପିଏଫରେ ୧୨ ପ୍ରତିଶତ ଯୋଗଦାନ କରିଥାନ୍ତି। ତେବେ ନିଯୁକ୍ତିଦାତାଙ୍କ ୧୨ ପ୍ରତିଶତ ଯୋଗଦାନର ୮.୩୩ ପ୍ରତିଶତ ଇପିଏସକୁ ଯାଇଥାଏ। ବାକି ବଞ୍ଚୁଥିବା ରାଶି ପିଏଫକୁ ଯାଇଥାଏ। ତେବେ ଇପିଏସରେ ସର୍ବାଧିକ ଯୋଗଦାନ ୧୨୫୦ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ଯାହାର ଅର୍ଥ ହେଲା ଯେଉଁମାନଙ୍କ ବେସିକ୍ ଦରମା ୧୫ ହଜାରରୁ ଅଧିକ ସେମାନଙ୍କ ଇପିଏସ ଆକାଉଣ୍ଟକୁ ପ୍ରତିମାସରେ ୧୨୫୦ ଟଙ୍କା ହିଁ ଯିବ।

EPF EPS  ରେ କେତେ ଅର୍ଥ ଜମା ହେବ ?

ଯଦି ଜଣେ ବ୍ୟକ୍ତିଙ୍କ ମାସିକ ଦରମା ୬୦ ହଜାର ଟଙ୍କା ଓ ତାଙ୍କ ବେସିକ୍ ଦରମା ୪୦ ପ୍ରତିଶତର ପାଖାପାଖି ଧରିନେବା ତେବେ ତାହା ହେବ ୨୫ ହଜାର ଟଙ୍କା। ୨୫ ହଜାର ବେସିକ୍ ଦରମା ପାଉଥିବା ବ୍ୟକ୍ତିଙ୍କ ମାସିକ ପିଏଫ୍ ଯୋଗଦାନ ହେବ ୩ ହାଜର ଟଙ୍କା। ଯାହାକି ବେସିକ୍ ଦରମାର ୧୨ ହଜାର ଟଙ୍କା। ଏହଛଡ଼ା ନିଯୁକ୍ତିଦାତାଙ୍କ ଇପିଏସ ଯୋଗଦାନ ୧୨୫୦ ଟଙ୍କା( ୧୫ ହଜାର ଟଙ୍କାର ୮.୩୩ ପ୍ରତିଶତ)। ନିଯୁକ୍ତିଦାତାଙ୍କ ପିଏଫ୍‌ରେ ଯୋଗଦାନ ୧୭୫୦ ଟଙ୍କା (୩ ହଜାରରୁ ୧୨୫୦ ଟଙ୍କା ଅଲଗା କରିବା ପରେ) ରହିବ। ମୋଟରେ କର୍ମଚାରୀଙ୍କର ଇପିଏଫରେ ଯୋଗଦାନ ୪ ହାଜର ୭୫୦ ଟଙ୍କା ହେବ। ଯଦି ଇପିଏଫ ବାଲାନ୍ସ ଉପରେ ସୁଧ ହାରକୁ ୮.୫ ପ୍ରତିଶତ ଧରାଯିବ ଓ କର୍ମଚାରୀ ୨୫ ବର୍ଷ ପରେ ଅବସର ନେବେ ତେବେ ରିଟାୟରମେଣ୍ଟ ବେଳକୁ ତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା। ଏବେ ଆପଣଙ୍କ ପାଖରେ ୫୦ ଲକ୍ଷ ଟଙ୍କାର ପାଣ୍ଠି ହୋଇସାରିଛି ବା ୨୫ ବର୍ଷ ପରେ ହୋଇଯିବ। ତେବେ ବାକି ୫୦ ଲକ୍ଷ କେମିତି ଓ କୁଆଡୁ ଆସିବ? ଆସନ୍ତୁ ଜାଣିବା କେଉଁ ରଣନୀତି ଆପଣାଇଲେ ଆପଣ ଆଉ ୫୦ ଲକ୍ଷ ଯୋଗାଡ଼ କରିପାରିବେ।

SIP  ଆରମ୍ଭ କରନ୍ତୁ

ବାକି ୫୦ ଲକ୍ଷ ଯୋଗାଡ କରିବାକୁ ଆପଣଙ୍କୁ ଟିକେ ଅଧିକ ପରିଶ୍ରମ ଓ ରିସ୍କ ନେବାକୁ ପଡିବ। ଏହି ବଳକା ୫୦ ଲକ୍ଷ ଆପଣଙ୍କୁ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ ଦେବ। ଏଥିପାଇଁ ଏସଆଇପି ଆରମ୍ଭ କରନ୍ତୁ। ୨୫ ବର୍ଷ ଭିତରେ ଆପଣ ଏସଆଇପି ଜରିଆରେ ୫୦ ଲକ୍ଷ ଯୋଗାଡ଼ କରିପାରିବେ। ଇକ୍ୱିଟି ଫଣ୍ଡ ନିବେଶରେ ଆପଣ ବାର୍ଷିକ ୧୨ ପ୍ରତିଶତ ରିଟର୍ଣ୍ଣ ପାଇବେ ବୋଲି ଧରିକରି ଚାଲନ୍ତୁ। ଜଣେ ବ୍ୟକ୍ତି ଯଦି ୨୬ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୨୬୦୦ ଟଙ୍କାର ନିବେଶ କରନ୍ତି ତେବେ ସେ ଏହି ଲକ୍ଷ୍ୟ ହାସଲ କରିପାରିବେ।ପିଏଫର ୫୦ ଲକ୍ଷ ଓ ମ୍ୟୁଚୁଆଲ ଫଣ୍ଡର ୫୦ ଲକ୍ଷ ଆପଣଙ୍କୁ ଏକ କୋଟିର ଟାର୍ଗେଟ ପାଖରେ ପହଞ୍ଚାଇ ଦେବ। ଏହାସହ ଆଉ ଗୋଟିଏ କଥା ଧ୍ୟାନରେ ରଖନ୍ତୁ ବୟସ ବଢିବା ସହ ଆପଣଙ୍କ ଆୟ ମଧ୍ୟ ବଢିବ। ଆୟ ବଢ଼ିଲେ ଆପଣ ଚାହିଁଲେ ଅଧିକ ନିବେଶ କରିପାରିବେ। ଫଳରେ ରିଟାୟରମେଣ୍ଟ ଫଣ୍ଡ୍‌ ଅଧିକ ମଧ୍ୟ ହୋଇପାରେ। ତେଣୁ ଆଜିଠାରୁ ଯୋଜନା କରନ୍ତୁ। ୨୫ ବର୍ଷ ପରେ ଆପଣ ବି କୋଟିପତି ହୋଇପାରିବେ।