ସ୍ମଲ କ୍ୟାପ୍ ଫଣ୍ଡ୍‌ର ନିବେଶ ପୂର୍ବରୁ କ’ଣ ସବୁ ଜାଣିବା ଆପଣଙ୍କ ପକ୍ଷରେ ଜରୁରୀ…

ସେୟାର ବଜାରରେ ଟ୍ରେଡିଂର ସବୁଠୁ ବଡ ସତ୍ୟ ହେଉଛି, ରିସ୍କ ଅଧିକ ଓ ଅଧିକ ରିଟର୍ଣ୍ଣ ସମ୍ଭାବନା ମଧ୍ୟ ଥାଏ। ବର୍ତ୍ତମାନ ସମୟରେ ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ଏମିତିରେ ଆପଣ ଯଦି ସେୟାର ବଜାରରେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପକ୍ଷରେ କେଉଁ କ୍ୟାଟେଗୋରିରେ ନିବେଶ କରିବା ଲାଭ ଦାୟକ ହେବ? ସ୍ମଲ କ୍ୟାପ୍, ମିଡ୍ କ୍ୟାପ୍ ଓ ଲାର୍ଜ କ୍ୟାପ୍ ଭିତରୁ ଆପଣଙ୍କୁ କିଏ ଅଧିକ ଲାଭ ଦେବ?

ମାର୍କେଟ୍ କ୍ୟାପିଟାଲ ଆଧାରରେ ତିନି ମୁଖ୍ୟ କ୍ୟାଟେଗୋରି

ଲାର୍ଜ କ୍ୟାପ୍ କମ୍ପାନି

ଲାର୍ଜ କ୍ୟାପ୍ କମ୍ପାନି ସାଧାରଣତଃ ବ୍ଲୁ-ଚିପ୍ କମ୍ପାନି ହୋଇଥାନ୍ତି। ସରଳ ଭାଷାରେ କହିବାକୁ ଗଲେ ପୁରୁଣା ଓ ପ୍ରତିଷ୍ଠିତ କମ୍ପାନି। ଯେଉଁମାନେ ନିଜ ନିଜ ସେକ୍ଟରର ଲିଡର ହୋଇଥାନ୍ତି। ଏହି କମ୍ପାନିଗୁଡ଼ିକ ବଜାର ଉପରେ ପ୍ରଭାବ ବିସ୍ତାର କରିଥାନ୍ତି କହିଲେ ଭୁଲ ହେବ ନାହିଁ। ଲାର୍ଜ କ୍ୟାପ୍ କମ୍ପାନି ସାଧାରଣତଃ ଧିମା ବିକାଶ ଦର ଦେଖାଇଥାନ୍ତି। ଏଥିରେ ଆପଣଙ୍କ ନିବେଶ ସୁରକ୍ଷିତ ରହିବାର ଅଧିକ ସମ୍ଭାବନା ଥାଏ କିନ୍ତୁ ସ୍ମଲ କ୍ୟାପ୍ କମ୍ପାନି ତୁଳନାରେ ଏମାନେ ନିଜ ସେୟାର ଧାରକଙ୍କୁ କମ୍ ରିଟର୍ଣ୍ଣ ଦେଇଥାନ୍ତି। ଏହି କମ୍ପାନିରେ ଅଚାନକ ଏଭଳି ପରିବର୍ତ୍ତନ ହୋଇନଥାଏ, ଯାହା ସେମାନଙ୍କ ମୁଳଦୁଆକୁ ଦୋହଲାଇ ଦେବ। ତେଣୁ ସୁରକ୍ଷିତ ନିବେଶ କରିବାକୁ ଚାହୁଁଥିଲେ ଲାର୍ଜ କ୍ୟାପ୍ ନିବେଶ ଭଲ ଉପାୟ।

ସ୍ମଲ କ୍ୟାପ୍ କମ୍ପାନି

ସରଳ ଭାଷାରେ ଗୋଟିଏ ସ୍ମଲ କ୍ୟାପ୍ କମ୍ପାନି ହେଉଛି ଉଦୀୟମାନ କମ୍ପାନି। ଯାହାର ନିଜ ସେକ୍ଟରରେ ବିକାଶ କରିବା ସମ୍ଭାବନା ରହିଛି। ଏଭଳି କମ୍ପାନିଙ୍କ ପାଖରେ ଗ୍ରୋଥ୍ର ଅବସର ଥାଏ। ବଡ଼ କମ୍ପାନିଙ୍କ ତୁଳନାରେ ଏମାନଙ୍କ ଗ୍ରୋଥ୍ ରେଟ୍ ଜୋରଦାର ହୋଇଥାଏ। ବଜାର ବଢିଲେ ସ୍ମଲ କ୍ୟାପ୍ କମ୍ପାନିରେ ନିବେଶ ଏକ ଭଲ ବିକଳ୍ପ ହୋଇଥାଏ। କାରଣ ବଜାର ସୂଚକାଙ୍କ ବଢୁଥିବା ବେଳେ ସ୍ମଲ କ୍ୟାପ୍ କମ୍ପାନି ସଂପୂର୍ଣ୍ଣ ଡିଫଲ୍ଟ ହେବାର ଆଶଙ୍କା କମ ହୋଇଯାଇଥାଏ। ଏଭଳି ସମୟରେ ଏହି ଧରଣର କମ୍ପାନିଙ୍କ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥାଏ। ଯଦି ଆପଣ ଅଧିକ ରିସ୍କ ନେବାର କ୍ଷମତା ରଖନ୍ତି ତେବେ ଭଲ ରିଟର୍ଣ୍ଣ ପାଇଁ ସ୍ମଲ କ୍ୟାପ୍ କମ୍ପାନିରେ ନିବେଶ କରିପାରିବେ। ଗତ ୧୮ରୁ ୨୦ ମାସ ଭିତରେ ସ୍ମଲ ଓ ମିଡିୟମ କ୍ୟାପ୍ ଇଣ୍ଡେକ୍ସରେ ହ୍ରାସ ପରିଲକ୍ଷିତ ହୋଇଛି। ଆଶା କରାଯାଉଛି ଯେ, ଆସୁଥିବା ସମୟରେ ଏଥିରେ ପରିବର୍ତ୍ତନ ଆସିବ। ଅର୍ଥାତ ସ୍ମଲ ଓ ମିଡ୍ କ୍ୟାପ୍ ଇଣ୍ଡେକ୍ସ ମୂଲ୍ୟ ବଢ଼ିବ। ସ୍ମଲ କ୍ୟାପ୍ ଷ୍ଟକ୍ ଛୋଟ ଅବଧି ଯେମିତି ୩ରୁ ୬ ମାସ ପାଇଁ ଭଲ ବିକଳ୍ପ ହୋଇପାରିବ।

mutual fund

୬ ମାସରୁ ଅଧିକା ପାଇଁ ସ୍ମଲ କ୍ୟାପ୍ ଉପଯୁକ୍ତ ନୁହେଁ

ଯଦି ଆପଣ ଲମ୍ବା ଅବଧିରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏଭଳି ସେୟାରରେ ନିବେଶ କରନ୍ତୁ ଯାହା ମଜବୁତ୍ ସ୍ଥିତିରେ ଥିବ ଓ ଡିଫଲ୍ଟ ହେବାର ଆଶଙ୍କା କମ ଥିବ। ଲାର୍ଜ କ୍ୟାପ୍ କମ୍ପାନି ମଧ୍ୟରେ ରିଲାଏନସ୍, ୱିପ୍ରୋ ଓ ଟିସିଏସ୍ ଭଳି କମ୍ପାନି ରହିଛନ୍ତି। ଯେଉଁମାନେ ଲମ୍ବା ସମୟ ଧରି ସେୟାର ବଜାରର ଅଙ୍ଗ ହୋଇ ରହି ଆସିଛନ୍ତି। ଏହି ସବୁ କମ୍ପାନିଙ୍କ ପାଖରେ ଏକରୁ ଅଧିକ ଉତ୍ପାଦ ରହିବା ସହ ସେମାନେ ସେବା ମଧ୍ୟ ପ୍ରଦାନ କରିଥାନ୍ତି।