କିଛି ସାମାନ୍ୟ ଭୁଲ କାରଣରୁ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରୁ ଅପେକ୍ଷିତ ରିଟର୍ଣ୍ଣ ପାଇନଥାନ୍ତି, ଆସନ୍ତୁ ଜାଣିବା ସେଇ କାରଣ ସବୁ କ’ଣ?

ପରିସଂଖ୍ୟନରୁ ଜଣା ପଡିଛି ଯେ, ଅଧିକାଂଶ ମାମଲାରେ ମ୍ୟୁଚୁଆଲ ଫଣ୍ଡ୍‌ରୁ ନିବେଶକଙ୍କ ରିଟର୍ଣ୍ଣ ଆଶାନୁରୁପ ହୋଇନଥାଏ। ନିବେଶକଙ୍କର କିଛି ସାମାନ୍ୟ ଭୁଲ କାରଣରୁ ସେମାନେ ଯାହା ଆଶା କରିଥାନ୍ତି ସେହିଭଳି ରିଟର୍ଣ୍ଣ ପାଇନଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ।

ଲମ୍ବା ଅବଧି ନିବେଶ କରିବାରେ ବିଫଳତା

ଏକ ହିସାବ ଅନୁସାରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥିବା ଅନେକ ନିବେଶକ ଗଲା ୨୦ ବର୍ଷ ମଧ୍ୟରେ ମୁଦ୍ରାସ୍ଫିତିକୁ ମାତ୍ ଦେବାରେ ବିଫଳ ହୋଇଛନ୍ତି। ଏହାର କାରଣ ହେଉଛି ୩୩ ପ୍ରତିଶତ ନିବେଶକ ଲମ୍ବା ଅବଧିରେ ନିବେଶ କରିବାରେ ବିଫଳ ହୋଇଛନ୍ତି।। କାରଣ ସେମାନେ ନିଜ ଆସେଟ୍ ଆଲୋକେସନ୍ ଉପରେ ଧ୍ୟାନ ଦେଇ ନଥିଲେ। ଅନ୍ୟ ୩୧ ପ୍ରତିଶତ ନିବେଶକ ଏଥିପାଇଁ ନିଜ ନିବେଶ ହରାଇଥିଲେ ଯେ, ସେମାନେ ମାର୍କେଟ୍ କେବେ ବଢ଼ିବ ତାକୁ ନେଇ ଅନ୍ଦାଜା ଲଗାଇଥିଲେ।

ସେହି ସାମାନ୍ୟ ଭୁଲ ଯେଉଁଥିପାଇଁ ଆପଣ ହରାଇବେ ନିବେଶ!

ମେଣ୍ଢା ଭଳି ବ୍ୟବହାର କରନ୍ତୁ ନାହିଁ

ସମସ୍ତେ ଯାହା କରୁଛନ୍ତି ତାହା କେବେ ମଧ୍ୟ କରନ୍ତୁ ନାହିଁ। ମେଣ୍ଢାଙ୍କ ଭଳି ଅନୁକରଣ କରିବା ଆପଣଙ୍କୁ କାଙ୍ଗାଳ କରିପାରେ। ଯଦି ଆପଣଙ୍କର କୌଣସି ବନ୍ଧୁ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଭଲ ରିଟର୍ଣ୍ଣ ପାଉଛନ୍ତି ତେବେ ଆପଣ ଆଖି ବୁଜିକରି ତାଙ୍କୁ ଅନୁସରଣ କରିବା ଠିକ୍ ହେବ ନାହିଁ। ଅନେକ ନିବେଶକ ସ୍କିମକୁ ନବୁଝିକରି ନିବେଶ କରିଥାନ୍ତି। ଯାହା ପରେ ଲାଭ ବଦଳରେ କ୍ଷତି ଦେଇଥାଏ।

ସର୍ବୋତ୍ତମ ସ୍କିମ୍ ପଛରେ ଦୌନ୍ତୁ ନାହିଁ

ସବୁଠାରୁ ଭଲ ରିଟର୍ଣ୍ଣ ଦେଉଥିବା ଫଣ୍ଡ୍ ପଛରେ କେବେ ମଧ୍ୟ ଦୌଡନ୍ତୁ ନାହିଁ। ମ୍ୟୁଚୁଆଲ ଫଣ୍ଡ ନିବେଶକ ଅଧିକାଂଶ ସମୟରେ ଏହି ଭୁଲ କରିଥାନ୍ତି। ଏହାକୁ ବୁଝନ୍ତୁ ଯେ, କୌଣସି ମଧ୍ୟ ସ୍କିମ୍ ସବୁଦିନ ପାଇଁ ଶୀର୍ଷରେ ରହିବ ନାହିଁ କିମ୍ବା ରହିବା ସମ୍ଭବ ନୁହେଁ। ତେଣୁ ରିସର୍ଚ୍ଚ କରି ନିବେଶ କରନ୍ତୁ।

ନିଜ ରିସ୍କ କ୍ଷମତା ଆକଳନ କରିବାରେ ଭୁଲ

ଅନେକ ନିବେଶକ ଅଧିକ ରିଟର୍ଣ୍ଣ ଲୋଭରେ ଗୋଟିଏ ସ୍କିମରୁ ଆଉ ଗୋଟିଏ ସ୍କିମକୁ ସ୍ୱିଚ୍ କରିବା ବେଳେ ମଧ୍ୟ କ୍ଷତି ସହନ୍ତି। ଅଧିକ ଲାଭ ଆଶାରେ ଆଗ୍ରେସିଭ୍ ସ୍କିମକୁ ବାଛନ୍ତି କିନ୍ତୁ ମାର୍କେଟ୍ କ୍ରାସ କରିବା ସମୟରେ କ୍ଷତି ସମ୍ଭାଳି ନପାରି ସ୍କିମରୁ ବାହାରି ଯାଆନ୍ତି। ଫଳରେ ସେମାନଙ୍କୁ ବଡ ଧରଣର କ୍ଷତି ହୁଏ। ତେଣୁ ନିବେଶ କରିବା ବେଳେ ନିଜ ରିସ୍କ କ୍ଷମତାର ଆକଳନ କରନ୍ତୁ। ତା’ପରେ ନିବେଶ କରନ୍ତୁ। ଭଲ ରିଟର୍ଣ୍ଣ ପାଇଁ ଆପଣଙ୍କୁ ଅଧିକ ସମୟ ଧରି ନିବେଶ କରିବାକୁ ପଡ଼ିବ, ଏହାକୁ ମନେ ରଖନ୍ତୁ।

ମାର୍କେଟ୍ ଟାଇମିଂ

ମାର୍କେଟର ଟାଇମିଂକୁ ନେଇ ଅନେକ ନିବେଶକ ଭୁଲ କରିଥାନ୍ତି। ନିବେଶକ ବଜାର ଶୀର୍ଷସ୍ତରରେ ପହଞ୍ଚିବାକୁ ଅପକ୍ଷା କରିଥାନ୍ତି। ଶୀର୍ଷରେ ପହଂଚିଲେ ବିକ୍ରି କରିବା ସେମାନଙ୍କ ଲକ୍ଷ୍ୟ ହୋଇଥାଏ। କିନ୍ତୁ ସେମାନେ ଭୁଲି ଯା’ନ୍ତି ଯେ, କେବେ ମଧ୍ୟ କେହି ମାର୍କେଟ୍ କେବେ ଶୀର୍ଷରେ ପହଞ୍ଚିବ ତାର ଅନୁମାନ ଲଗାଇ ପାରିବ ନାହିଁ। ଏହି ପ୍ରକ୍ରିୟାରେ ଆପଣ ସୁଧ ଉପରେ ସୁଧ କମାଇବାର ମୌକା ହରାଇ ବସନ୍ତି।

ବଜାର କ୍ରାସ କରିବା ଡର

ପୁଞ୍ଜି ବଜାର ଉପରକୁ ଉଠିଥାଏ, ପୁଣି କେତେବେଳେ ତଳକୁ ଖସି ଥାଏ। ଏହା ସେୟାର ମାର୍କେଟର ଧର୍ମ। ତେଣୁ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ ପୂର୍ବରୁ ଆପଣଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। କାରଣ ବଜାର କ୍ରାସ କରିବା ଡର ସବୁବେଳେ ଥାଏ। ଏହା ନିବେଶକଙ୍କ ଉପରେ ନିର୍ଭର କରିଥାଏ ଯେ, ସେ ବଜାର କ୍ରାସ କରିବା ଭୟରେ ନିଜ ନିବେଶ ଉଠାଇ ଆଣିବେ କି ବଜାର ଖସିବାର ଫାଇଦା ଉଠାଇ କମ୍ ମୁଲ୍ୟରେ ଅଧିକ ମ୍ୟୁଚୁଆଲ ଫଣ୍ଡ ୟୁନିଟ୍ କିଣିବେ। ସିପ୍ ଜରିଆରେ କମ୍ ମୂଲ୍ୟରେ ଜଣେ ନିବେଶକ ବଜାର ଖସିବା କାଳରେ ଅଧିକ ୟୁନିଟ୍ ଯୋଗାଡ଼ କରିପାରିବେ। ସିପ୍ ଦ୍ୱାରା ଲମ୍ବା ଅବଧିରେ ନିବେଶର ମୁଲ୍ୟ ଫେରି ପାଇବା ସମ୍ଭାବନା ଥାଏ।

ଳ୍ପ ଅବଧି ନିବେଶ

ଛୋଟ ଅବଧିର ନିବେଶ ପାଇଁ ସେୟାର ବଜାରରେ ପ୍ରବେଶ କରିବା ଠିକ୍ ନୁହେଁ। ଏହା ବିପଦଜନକ ହୋଇପାରେ। ଆପଣ ଯଦି କମ ସମୟ ପାଇଁ ବଜାରରେ ଟଙ୍କା ଲଗାଉଛନ୍ତି ତେବେ ନିବେଶ ହରାଇବା ଆଶଙ୍କା ଅଧିକ ରହିଛି। ୨ରୁ ୩ ବର୍ଷ ପାଇଁ ସେୟାର ବଜାରରେ ନିବେଶ କରନ୍ତୁ ନାହିଁ। ଅନେକ ନିବେଶକ ନିଜକୁ ଲମ୍ବା ଅବଧିର ନିବେଶକ ବୋଲି କୁହନ୍ତି କିନ୍ତୁ ବଜାରରେ ପ୍ରଥମ କ୍ରାସ ସହ ସେମାନେ ବଜାପ ଛାଡ଼ି ପଳାୟନ କରନ୍ତି। ଫଳରେ ସେମାନଙ୍କୁ ବଳକା ରିଟର୍ଣ୍ଣ ମିଳେ ନାହିଁ।