ଜାଣନ୍ତୁ ଅନ୍ତରାଷ୍ଟ୍ରୀୟ ଇକ୍ୱିଟି ଫଣ୍ଡ୍ ବାବଦରେ

ମ୍ୟୁଚୁଆଲ ଫଣ୍ଡ୍ ଦୁନିଆରେ ଏବେ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ ଓ ଇଣ୍ଡେକ୍ସ ବାବଦରେ ଚର୍ଚ୍ଚା ହେଉଛି। ଆମେ ଆପଣଙ୍କୁ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ କ’ଣ? ଏହା କେମିତି କାମ କରେ ସେବାବଦରେ ବିସ୍ତାରରେ କହିବୁ। ଭାରତୀୟ ବଜାର ତୁଳନାରେ ଆମେରିକାର ଇକ୍ୱିଟି ବଜାରରେ ବିଶେଷକରି ଲାର୍ଜ କ୍ୟାପ୍‌ରେ ଭଲ ପ୍ରଦର୍ଶନ କାରଣରୁ ଏହି ଫଣ୍ଡ୍ ଚର୍ଚ୍ଚାରେ ଅଛି।

ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ କଣ ?

ଯେଉଁ ମ୍ୟୁଚୁଆଲ ଫଣ୍ଡ୍ ମୁଖ୍ୟ ରୁପରେ ବିଦେଶୀ ବଜାରର ଇକ୍ୱଟି କିମ୍ବା ଇକ୍ୱିଟି ସମ୍ବନ୍ଧିତ ଫଣ୍ଡ୍‌ରେ ନିଜ ସମ୍ପତ୍ତିର ୮୦ ପ୍ରତିଶତ ନିବେଶ କରିଥାଏ ତାକୁ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ କୁହାଯାଇଥାଏ। ସେବି’ର ରିକ୍ୟାଟେଗରାଜାଇସନ୍ ନର୍ମ୍‌ସ ଅନୁସାରେ ଏହି ଫଣ୍ଡ୍ ସେକ୍ଟୋରାଲ, ଥିମେଟିକ୍ ଶ୍ରେଣୀରେ ଆସେ। ଏହି ଫଣ୍ଡ୍ ଦୁଇ ପ୍ରକାର କାମ କରିଥାଏ। ପ୍ରଥମ, ଭାରତରେ ଫଣ୍ଡ୍‌ରେ ମ୍ୟାନେଜର ରହିବ, ଯିଏ ଅନ୍ତରାଷ୍ଟ୍ରୀୟ କମ୍ପାନିର ସେୟାର ଉପରେ ନିଷ୍ପତ୍ତି ନେବା ସହ ନିବେଶ କରିଥାନ୍ତି। ଉଦାହରଣ ସ୍ୱରୂପ ଆଇସିଆଇସିଆଇ ପ୍ରୁଡେଣ୍ଟସିଆଲ ୟୁଏସ ବ୍ଲୁଚିପ୍ ଇକ୍ୱିଟି ଫଣ୍ଡ, ଆଦିତ୍ୟ ବିଏସ୍‌ଏ୍‌ଲ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ ପ୍ଲାନ–ଏ। ଏହି ଦୁଇଟି ଯାକ ଫଣ୍ଡ୍ ଅଫ୍ ଫଣ୍ଡ୍ ଭାବେ କାମ କରିଥାନ୍ତି। ଯାହାର ଅର୍ଥ ହେଉଛି ସେମାନେ ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ରାଶିକୁ ଆଉ ଗୋଟିଏ ଇଣ୍ଟରନ୍ୟାସନାଲ ଫଣ୍ଡରେ ନିବେଶ କରିଥାନ୍ତି। ସେମାନେ ନିଜେ ଷ୍ଟକ୍‌ରେ ନିବେଶ କରିନଥାନ୍ତି। ଉଦାହରଣ ସ୍ୱରୂପ, ଫ୍ରାଙ୍କଲିନ୍ ଇଣ୍ଡିଆ ଫିଡର-ଫ୍ରାଙ୍କଲିନ୍ ୟୁଏସ ଅପରଚ୍ୟୁନିଟି ଫଣ୍ଡ୍‌, ଡିଏସପି ୟୁଏସ ଫ୍ଲେକ୍ସିବସ ଇକ୍ୱିଟି ଫଣ୍ଡ୍ ଇତ୍ୟାଦି।

ଭାରତରେ ଏଏମ୍‌ସି ଦ୍ୱାରା ଦିଆଯାଉଥିବା ଅଧିକାଂଶ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ ଲାର୍ଜ କ୍ୟାପ୍ ଫଣ୍ଡ ଓ ଆମେରିକୀୟ ଇକ୍ୱିଟିରେ ନିବେଶ କରିଥାନ୍ତି। ତେବେ କିଛି ଫଣ୍ଡ ମଧ୍ୟ ଆମେରିକା ବ୍ୟତୀତ ଅନ୍ୟ ଦେଶର ଫଣ୍ଡ୍‌ରେ ମଧ୍ୟ ନିବେଶ କରିଥାନ୍ତି। ଯେମିତି ଫ୍ରାଙ୍କଲିନ ଏସିଆନ ଇକ୍ୱିଟି ଫଣ୍ଡ, ଏଡଲାଇସ ୟୁରୋପ ଡାଇନୋମିକ ଇକ୍ୱିଟି ଅଫସୋର ଫଣ୍ଡ, ଏଚ୍‌ଏଫ୍‌ବିସି ବ୍ରାଜିଲ ଫଣ୍ଡ୍‌ ଇତ୍ୟାଦି। ନିବେଶକଙ୍କୁ ସେଇ ହାଇ ରିଟର୍ଣ୍ଣ ଆଡ଼କୁ ଆକର୍ଷିତ କରାଯାଇପାରେ ଯାହା ମାତ୍ର ଅଳ୍ପ ସମୟରେ ଏହି ଫଣ୍ଡ୍ ସବୁ ଦେଇଛନ୍ତି। ତେବେ ନିବେଶକ ଏହା ମଧ୍ୟ ଜାଣିବା ଉଚିତ ଯେ, ଏଭଳି ନିବେଶର କୌଣସି ଭରସା ନାହିଁ।

ତେବେ କଣ ଆପଣ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡରେ ନିବେଶ କରିବା ଉଚିତ ? ଏହା ଜାଣିବା ପାଇଁ ଇକ୍ୱିଟି ଫଣ୍ଡ୍‌ସ ଭଲ ଓ ଖରାପ ପକ୍ଷ ଏବଂ ଭାରତୀୟ ଲାର୍ଜ କ୍ୟାପ୍ ଫଣ୍ଡସ ତୁଳନାରେ ସେମାନଙ୍କ ପ୍ରଦର୍ଶନ ବାବଦରେ ବିଷୟରେ ବୁଝିବାକୁ ପଡ଼ିବ।

ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍‌ରେ ନିବେଶ ପୂର୍ବରୁ ଜାଣନ୍ତୁ ଏହି କଥା

ଟ୍ୟାକ୍ସ: ଭାରତୀୟ ଲାର୍ଜ୍ କ୍ୟାପ୍ ଫଣ୍ଡସରେ ନିବେଶ ଯଦି ଏକ ବର୍ଷରୁ ଅଧିକ ହୋଇଥାଏ ଓ ପ୍ରତିବର୍ଷ ନିବେଶ ଏକ ଲକ୍ଷ ଭିତରେ ହୋଇଥାଏ ତେବେ ଦୀର୍ଘକାଳି ପୁଞ୍ଜିଗତ ଲାଭ କର ଲାଗୁ ହୋଇନଥାଏ। ଯଦି ଏକ ଲକ୍ଷରୁ ଅଧିକ ବାର୍ଷିକ ନିବେଶ ହୋଇଥାଏ ତେବେ ୧୦ ପ୍ରତିଶତ କର ଲାଗୁହୋଇଥାଏ। ଅନ୍ୟପକ୍ଷରେ ବିଦେଶୀ ଇକ୍ୱିଟି ଫଣ୍ଡ୍‌ରେ ତିନି ବର୍ଷରୁ କମ ଅବଧିର ନିବେଶ ଉପରେ କ୍ୟାପିଟାଲ ଗେନ୍ ବା ପୁଞ୍ଜିଗତ ଲାଭ କର ଲାଗିଥାଏ।

ଏକ୍ସପେନ୍ସ ରେସିଓ : ଅଧିକାଂଶ ଫଣ୍ଡ୍ ଏଫଓଏଫ୍ (ଫଣ୍ଡ ଅଫ୍ ଫଣ୍ଡସ) ହୋଇଥିବାରୁ ନିଜ ସାମାନ୍ୟ ଖର୍ଚ୍ଚ ସହ ଅନ୍ୟାନ୍ୟ ଇଣ୍ଟରନ୍ୟାସନାଲ ପ୍ଲାନ ପାଇଁ ମଧ୍ୟ ଚାର୍ଜ୍ କରିଥାନ୍ତି। ତେଣୁ ଖର୍ଚ୍ଚ ଟଙ୍କା ଷ୍ଟାଣ୍ଡ୍ ଆଲୋନ୍ ଫଣ୍ଡଠାରୁ ଅଧିକ ହୋଇଥାଏ। ତେଣୁ ଆପଣଙ୍କୁ ଏଭଳି ଫଣ୍ଡରେ ନିବେଶ କରିବା ପୂର୍ବରୁ ମୋଟ ଖର୍ଚ୍ଚ ଉପରେ ନଜର ରଖିବାକୁ ହେବ।

କରେନ୍ସି ହେଜିଂ : ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡରେ ଅଧିକାଂଶ ନିବେଶ ପ୍ରଚଳିତ ବିନିମୟ ଦର ଆଧାରରେ ହୋଇଥାଏ  । ଏମିତିରେ ଆପଣଙ୍କୁ ରିଟର୍ଣ୍ଣରେ ‘ଟଙ୍କା’ର ମୁଲ୍ୟହ୍ରାସର କେବଳ ଆଂଶିକ ଲାଭ ମିଳିବ

ହାୟର ସେଟେଲମେଣ୍ଟ୍ ପିରିୟଡ୍ : ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡରେ ଭାରତୀୟ ଲାର୍ଜ୍ କ୍ୟାପ୍ ଫଣ୍ଡ ପାଇଁ ୩ ଦିନ ବଦଳରେ ୫ ଦିନ ପର୍ଯ୍ୟନ୍ତ ହାୟର ସେଟେଲମେଣ୍ଟ୍ ପିରିୟଡ୍ ରହିଥାଏ। ଯାହାର ଅର୍ଥ ହେଉଛି ଆପଣ ରିଡେମ୍ପସନ୍ ଅନୁରୋଧ କରିବାର ୫ କାର୍ଯ୍ୟଦିବସ ପରେ ନିବେଶ ରାଶି ଫେରି ପାଇବେ।

ଅନ୍ତରାଷ୍ଟ୍ରୀୟ ବଜାର ଉପରେ ନଜର : ଜଣେ ଭାରତୀୟ ଭାବେ ଆପଣ ଘରୋଇ ବଜାର ବାବଦରେ ଖବର କାଗଜ, ଟିଭିରୁ ଜାଣି ପାରିବେ  । ସେହିଭଳି ଆପଣଙ୍କୁ ବିଦେଶୀ ବଜାର ବାବଦରେ ମଧ୍ୟ ଖବର ରଖିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଅନ୍ତରାଷ୍ଟ୍ରୀୟ ଘଟଣାକ୍ରମ ଉପରେ ନଜର ରଖିବାକୁ ପଡ଼ିବ।

ତେବେ ଏହାର ଫାଇଦା ମଧ୍ୟ ରହିଛି

ଡାଇଭର୍ସିଫିକେସନ୍: ଇଣ୍ଟରନ୍ୟାସନାଲ ଫଣ୍ଡସରେ ନିବେଶ କରିବା ଦ୍ୱାରା ଆପଣଙ୍କ ପୋର୍ଟଫୋଲିଓ ଡାଇଭର୍ସିଫାଏ ହୋଇଥାଏ। ବିଭିନ୍ନ ଦେଶ ନିଜ ଘରୋଇ ବଜାରର ସ୍ଥିତିକୁ ଦେଖି ବିଭିନ୍ନ ଚକ୍ର ଦେଇ ଗତି କରିଥାନ୍ତି। ଡାଟା କହିଥାଏ ଯେ, ଅଧିକାଂଶ ଇଣ୍ଟରନ୍ୟାସନାଲ ଫଣ୍ଡ୍‌ଙ୍କର ଭାରତୀୟ ବଜାର ସହ ସମ୍ପର୍କ କମ ଥାଏ। ଏମିତିରେ ଅନ୍ତରାଷ୍ଟ୍ରୀୟ ବଜାରରେ ନିବେଶ ଦ୍ୱାରା ଆପଣଙ୍କ ଫଣ୍ଡ ଅସ୍ଥିରତାର ଶିକାର ହେବା ଆଶଙ୍କା  କମ ଥାଏ।

ବଡ଼ କମ୍ପାନିରେ ନିବେଶ ସୁଯୋଗ: ଇଣ୍ଟରନ୍ୟାସନାଲ ଫଣ୍ଡ୍ ଦୁନିଆର ନାମୀ ଦାମୀ କମ୍ପାନି ଯେମିତି ଆପଲ, ମାଇକ୍ରୋସଫ୍ଟ , ଆମାଜନରେ ନିବେଶ କରିବାର ସୁଯୋଗ ଦେଇଥାଏ। ଏହିସବୁ କମ୍ପାନି ନିଜ ନିଜ କ୍ଷେତ୍ରରେ ମାର୍କେଟ୍ ଲିଡର।