ଫର୍ମ ୧୬ର ପାର୍ଟବି ବାସ୍ତବରେ ଆଇଟିଆର୍‌ ଫାଇଲ କରିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏହାକୁ ଠିକ୍‌ରେ ବୁଝନ୍ତୁ।

ଗତ ଆର୍ଟିକାଲରେ ଆପଣ ଫର୍ମ ୧୬ ଓ ଫର୍ମ ୨୬ଏଏସ୍‌ ବାବଦରେ ପଢ଼ିଥିଲେ। ଫର୍ମ ୧୬ ପାର୍ଟ ‘ଏ’ରେ ଆପଣଙ୍କ ନିଯୁକ୍ତିଦାତାଙ୍କ ନାମ, ଟାନ୍ ଓ ପାନ୍ ନମ୍ବର ଥାଏ। ଏହାସହ ଏଥିରେ କର୍ମଚାରୀଙ୍କ ପ୍ୟାନ୍ ନମ୍ବର ଓ କଟାଯାଇଥିବା ଟ୍ୟାକ୍ସର ବିବରଣୀ ଥାଏ। ପ୍ରତି ତିନି ମାସରେ ଆୟକର ବିଭାଗରେ ପାଖରେ ଜମା କରାଯାଇଥିବା ଟ୍ୟାକ୍ସର ବିବରଣୀ ମଧ୍ୟ ଏଥିରେ ଥାଏ।

ଫର୍ମ ୧୬ ପାର୍ଟ ‘ବି’ ବାସ୍ତବରେ ଆପଣଙ୍କ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା କାରଣରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆପଣଙ୍କ ଦରମାର ବିସ୍ତୃତ ବିବରଣୀ ରହିଥାଏ। ଏଥିରେ ବେତନରୁ ହେଉଥିବା ଆମଦାନୀର ବ୍ରେକଅପ୍, ଡିଡକ୍ସନ ଆଦିର ବିବରଣୀ ଥାଏ। ନିଯୁକ୍ତିଦାତା କମ୍ପାନିର କାମ ହେଉଛି ଆପଣଙ୍କ ଦରମାରୁ କାଟିଥିବା ଟିଡିଏସକୁ ଆପଣଙ୍କ ପାନ୍‌ ନମ୍ବର ସହ ଆୟକର ବିଭାଗରେ ଜମା କରିବେ। ଫର୍ମ ୨୬ଏସି ଡାଉନଲୋଡ୍ କରି ଆପଣ ଏହାକୁ ଦେଖିପାରିବେ।

ଦରମାର କରଯୋଗ୍ୟ ଅଂଶ କଣ ସବୁ?

ଆଗରୁ ଆମେ ଆପଣଙ୍କୁ କହି ସାରିଛୁ ଯେ, ଆପଣଙ୍କ ଦରମାର ସବୁ ଭାଗ ଉପରେ କର ଲାଗୁ ହୁଏ ନାହିଁ। କିଛି ଆମଦାନୀ କର ବ୍ରାକେଟ ଭିତରକୁ ଆସନ୍ତି କିଛି ଉପରେ ଆପଣଙ୍କୁ ବିଲକୁଲ ମଧ୍ୟ କର ଦେବାକୁ ପଡ଼େ ନାହିଁ। ଆସନ୍ତୁ ଦେଖିବା ସାଲେରି ସ୍ଲିପ ହିସାବରେ ଦରମାର କେଉଁ ଭାଗ ପାଇଁ ଆପଣଙ୍କୁ କର ଦେବାକୁ ପଡ଼େ।

ଭତ୍ତା, ସୁବିଧାକୁ ଛାଡ଼ି ଦରମା

ସାଲେରି ହେଡ୍‌ ତଳ ଲାଇନରେ ଆପଣଙ୍କୁ ସମସ୍ତ ଭତ୍ତା, ସୁବିଧା ଓ ଅନ୍ୟ ଲାଭକୁ ଛାଡ଼ି ଦରମା ବାବଦରେ ସୂଚନା ଦେବାକୁ ପଡ଼ିବ। ଫର୍ମ ୧୬ ପାର୍ଟ ‘ବି’ରେ ପଏଣ୍ଟ (ଏ)ରେ ଦିଆଯାଇଥଇବା ଗ୍ରସ ସାଲେରିକୁ ଏଠାରେ ଲେଖିବାକୁ ପଡ଼ିବ। ଏହା ଆପଣଙ୍କ ବେସିକ୍ ଓ ସବୁ ଭତ୍ତାକୁ ମିଶାଇ ହୋଇଥାଏ। ଏଥିରେ ସେହି ଟଙ୍କା ମଧ୍ୟ ସାମିଲ ହୋଇଥାଏ ଯାହା ସମ୍ପୂର୍ଣ୍ଣ ରୂପେ କିମ୍ବା ଆଂଶିକ କରଯୁକ୍ତ ହୋଇଥାଏ। ଯଦି ଆପଣଙ୍କ କମ୍ପାନି ଫର୍ମ ୧୬ର ପାର୍ଟ ‘ବି’ରେ ବାର୍ଷିକ ବେତନର ବ୍ରେକଅପ୍ ଦେଇନାହିଁ ତେବେ ଆପଣଙ୍କୁ, ସାଲେରି ସ୍ଲିପ୍‌ରୁ ନିଜେ ଗଣନା କରିବାକୁ ପଡ଼ିବ।

ଦରମା ଭିତରେ ଆପଣଙ୍କ ବେସିକ୍ ଦରମା, ଏନ୍ୟୁଟି, ପେନସନ, ଗ୍ରାଚୁଇଟି, ଆଡଭାନ୍ସ ସାଲେରି, ଲିଭ୍ ଏନକେସମେଣ୍ଟ(ଛୁଟି ବଦଳରେ ଟଙ୍କା) ଫିସ୍, କମିଶନ ଆଦି ଥାଏ। ଏହିସବୁକୁ ମିଶାଇବା ପରେ ଆପଣଙ୍କୁ ଦରମା ଟଙ୍କା ଲେଖିବାକୁ ପଡ଼ିବ।

ଟ୍ୟାକ୍ସ ସ୍ଲାବ୍ ଭିତରେ ଆସୁଥିବା ଭତ୍ତା

ସାଲେରି ହେଡର ଦ୍ୱିତୀୟ ଲାଇନରେ ଆପଣଙ୍କୁ ସେହି ସବୁ ଭତ୍ତା ବାବଦରେ ସୂଚନା ଦେବାକୁ ପଡ଼ିବ, ଯାହା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହିଭଳି ଭତ୍ତାର ସୂଚନା ଆପଣଙ୍କୁ ଫର୍ମ ୧୬ ପାର୍ଟ ‘ବି’ରୁ ମିଳିବ। ଏହାସହ ଆପଣ ମଧ୍ୟ ନିଜ ସାଲେରି ସ୍ଲିପରୁ ଏହି ସୂଚନା ପାଇ ପାରିବେ। ସବୁ ମାସରେ ମିଳୁଥିବା ଭତ୍ତାକୁ ମିଶାଇ ଆପଣ ଏହି କଲମ ପୁରଣ କରିପାରିବେ। ଆପଣଙ୍କ ସାଲେରିରେ ଆସୁଥିବା ସବୁ ଭତ୍ତା ଉପରେ ଅଲଗା ଅଲଗା ରେଟରେ ଟ୍ୟାକ୍ସ ଲାଗୁହୋଇଥାଏ।।

ଆପଣଙ୍କ ହାତକୁ ଆସିବା ପରେ ଏହି ଭତ୍ତା ସବୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ରୁପେ ଟ୍ୟାକ୍ସବଲ ହୋଇଥାଏ। ଯେମିତି କିଛି ସର୍ତ୍ତ ଆପଣଙ୍କୁ ମିଳୁଥିବା ଏଚଆରଏ ଟ୍ୟାକ୍ସ ଛାଡ ପାଇଁ ଯୋଗ୍ୟ ହୋଇଥାଏ। ଯଦି ଆପଣ ନିଜ ଘରେ ରହୁଛନ୍ତି ଓ  ଘର ଭଡ଼ା ଦେଉନାହାନ୍ତି ତେବେ ଆପଣଙ୍କୁ ଏଚଆରଏ ଟ୍ୟାକ୍ସ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ଆପଣଙ୍କ ସାଲେରି ଷ୍ଟ୍ରକଚରରେ କିଛି ସ୍ପେଶାଲ ଭତ୍ତା ମଧ୍ୟ ରହିଥାନ୍ତି ଯାହା ଉପରେ ଆପଣଙ୍କୁ କର ଦେବାକୁ ହିଁ ପଡ଼ିବ। ଆପଣଙ୍କୁ ଆଇଟିଆରରେ ଏହି ସୂଚନା ଦେବାକୁ ପଡିବ ଯେ, ସାଲେରିରୁ ହେଉଥିବା ଆମଦାନୀରୁ କେଉଁସବୁ ଭତ୍ତା ଟ୍ୟାକ୍ସ ଛାଡ ଯୋଗ୍ୟ। ଏହି ସମ୍ବନ୍ଧରେ ତଥ୍ୟ ଆପଣଙ୍କୁ ଫର୍ମ ୧୬ ପାର୍ଟ ‘ବି’ର ଟ୍ୟାକ୍ସ ପେଡ୍ ଆଣ୍ଡ୍ ଭେରିଫିକେସନ ହେଡରେ ମିଳିବ।

ବେସିକ୍ ଦରମା ବାଦ୍ ଯଦି କଂପାନି ଆପଣଙ୍କୁ କିଛି ଅଲଗା ସୁବିଧା ଦେଇଛି ତେବେ ଆପଣଙ୍କୁ ତାର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ପଡ଼ିବ। ଏଥିରେ ଆସିବ, ବିନା ଭଡାରେ ଘର, ଅଫିସିଆଲ କିମ୍ବା ବ୍ୟକ୍ତିଗତ ବ୍ୟବହାର ପାଇଁ ଗାଡି, କମ୍ପାନି ସେୟାର,ଏମ୍ପ୍ଲୟୀ ଷ୍ଟକ ଅପସନ। ଏହି ସବୁ ସୁବିଧାର ଆର୍ଥିକ ମୁଲ୍ୟ ହିସାବରେ ଆପଣଙ୍କୁ କର ଦେବାକୁ ପଡ଼ିବ।

ଏଠାରେ ଆପଣଙ୍କୁ ମନେ ରଖିବାକୁ ପଡିବ ଯେ, ମେଡିକାଲ ରିମ୍ବର୍ସମେଣ୍ଟ ଭାବେ ମିଳୁଥିବା ଟଙ୍କା ଭତ୍ତା ନୁହେଁ। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ମେଡିକାଲ ରିମ୍ବର୍ସମେଣ୍ଟ କର ମୁକ୍ତ ଥିଲା। ଏହାଠାରୁ ଅଧିକ ରିମ୍ବର୍ସମେଣ୍ଟ୍ ପାଇଁ କର ଦେବାକୁ ପଡୁଥିଲା। କିନ୍ତୁ ପରେ ସରକାର ଆୟକର ଆଇନରେ ପରିବର୍ତ୍ତନ ଆଣି ମେଡିକାଲ ରିମ୍ବର୍ସମେଣ୍ଟ୍ ଓ ଟ୍ରାନସପୋର୍ଟ ଭତ୍ତା ଉପରେ କରଛାଡ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। ମାନେ ଏହା ଉପରେ ଆପଣଙ୍କୁ କର ଦେବାକୁ ପଡ଼ିବ। ଏହା ବଦଳରେ ସରକାର ସମସ୍ତ ବେତନଭୋଗୀଙ୍କୁ ବାର୍ଷିକ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରାଶି ଉପରେ ଷ୍ଟାଣ୍ଡାର୍ଡ ଡିଡକସନ୍ ଲାଭ ଦେଉଛନ୍ତି।

ବେତନ ବଦଳରେ ମିଳୁଥିବା ଲାଭ

ଦରମା କିମ୍ବା ପାରିଶ୍ରମିକ ବ୍ୟତିତ ନିଯୁକ୍ତିଦାତାଙ୍କଠାରୁ ମିଳୁଥିବା ଅନ୍ୟ ସୁବିଧା କିମ୍ବା ନଗଦ ଟଙ୍କା ଏହି ଶ୍ରେଣିରେ ଆଶିଥାଏ। ଆୟକର ଆଇନ୍ ସେକ୍ସନ ୧୭(୩)

ଅନ୍ତର୍ଗତରେ ଆପଣଙ୍କୁ ମିଳିଥିବା ଏହି ଟଙ୍କା ଉପରେ କର ଦେବାକୁ ପଡେ। ଯେଉଁଥିରେ ସାମିଲ ଅଛି:

  • ସ୍ୱେଛାରେ ଚାକିରି ଛାଡିବା କାରଣରୁ ମିଳୁଥିବା ଟଙ୍କା
  • ଚାକିରିରୁ ଛଟେଇ ବଦଳରେ ମିଳୁଥିବା କ୍ଷତିପୁରଣ
  • କୌଣସି ଆର୍ଥିକ ବର୍ଷରେ ପିଏଫ ଉପରେ ମିଳିଥିବା ୯.୫ରୁ ଅଧିକ ସୁଧ
  • ନିଯୁକ୍ତାଦାତାଙ୍କ ଦ୍ୱାରା ଆପଣଙ୍କ ପିଏଫ ଫଣ୍ଡରେ ବେତନର ୧୨ ପ୍ରତିଶତ କିମ୍ବା ଅଧିକ ଯୋଗଦନା
  • ଚାକିରି ପୂର୍ବରୁ ମିଲିଥିବା ଜଏନିଂ ବୋନସ କିମ୍ବା ଚାକିରି ଛାଡିବା ରେ ମିଳୁଥିବା ରାଶି

ଦରମା ବଦଳରେ ମିଳୁଥିବା ଲାଭ ଉପରେ ଟ୍ୟାକ୍ସ ଆପଣଙ୍କୁ ମିଳୁଥିବା କ୍ଷତିପୁରଣର ପ୍ରକାର ଉପରେ ନିର୍ଭର କରିଥାଏ। ଯଦି ଆପଣଙ୍କ ସ୍ୱେଛାକୃତ ଅବସର ନେବା ବଦଳରେ କିମ୍ବା ଛଟେଇ କାରଣରୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ପାଇଛନ୍ତି ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଏହାଠାରୁ ଅଧିକ ପାଇଥିଲେ ତା’ଉପରେ କର ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଜଏନିଂ ବୋନସ ଉପରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ।

ସେକ୍ସନ ୧୬ ଅନ୍ତର୍ଗତରେ ଉପଲବ୍ଧ ଡିଡକସନ

ଗ୍ରସ ସାଲାରି ଆୟରେ କିଛି କରଛାଡ଼ ରହିଛି। ଯଦି ବେତନରୁ ଆପଣଙ୍କ ଆୟ ତେବେ ଆପଣ ଏହି କରଛାଡ଼ର ଲାଭ ଉଠାଇ ପାରିବେ। ବର୍ତ୍ତମାନ ଆଇନ ଅନୁସାରେ ଆପଣ ବେତନ ଆମଦାନୀ ଉପରେ ଦୁଇଟି କରଛାଡ଼ ପାଇଁ

  • ମନୋରଞ୍ଜନ ଭତ୍ତା
  • ଚାକିରି ଉପରେ ଟ୍ୟାକ୍ସ

ମନୋରଂଜନ ଭତ୍ତା ଉପରେ କର ଛାଡ ଏବେ କେବଳ ସରକାରୀ କର୍ମଚାରୀଙ୍କୁ ମିଳୁଛି । ଏହି କର୍ମରେ ଆପଣ ଏତିକି ଟଙ୍କା ଉପରେ କରଛାଡର ଲାଭ ନେଇ ପାରିବେ

  • ୫୦୦୦ ଟଙ୍କା ପର୍ଯ୍ୟନ୍ତ
  • ବେତନର ପଞ୍ଚମ ଭାଗ(ଭତ୍ତା, ସୁବିଧାକୁ ଛାଡ଼ି ଆସୁଥିବା ଦରମା)
  • ବାସ୍ତବିକ ରାଶି

ଯଦି ଆପଣ ରାଜ୍ୟ ସରକାରଙ୍କ କୌଣସି ଏମ୍ପ୍ଲୟମେଣ୍ଟ୍ ଟ୍ୟାକ୍ସ କିମ୍ବା ପ୍ରଫେସନାଲ ଟ୍ୟାକ୍ସ ଦେଇଛନ୍ତି ତେବେ ଆପଣଙ୍କୁ ଏହା ବଦଳରେ ମଧ୍ୟ କରଛାଡ ମିଳିବ। କରଛାଡ଼ର ଏଭଳି ରାଶି ବାବଦରେ ଫର୍ମ ୧୬ର ପାର୍ଟ ବି’ର ଡିଡକସନ ହେଡ୍‌ରେ ଉଲ୍ଲେଖ ହୋଇଥାଏ ।