ଜାଣନ୍ତୁ କଣ କଲେ କେବେ ମଧ୍ୟ ଆର୍ଥିକ ସଂକଟର ସମ୍ମୁଖୀନ ହେବେ ନାହିଁ କିମ୍ବା ହେଲେ ମଧ୍ୟ ସହଜତାର ସହ ମୁକାବିଲା କରିପାରିବେ 

ଜୀବନ ସବୁବେଳ ସେମିତି ଚାଲେ ନାହିଁ ଯେପରି ଆମେ ଆଶା କରିଥାଉ। ଅନେକ ସମୟରେ ଆପଣଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯାହା ବାବଦରେ ଆପଣ ସ୍ୱପ୍ନରେ ସୁଧା ଭାବିନଥିବେ।  ଅର୍ଥ ଆମ ଜୀବନର ଅର୍ଥ ଓ ମୋଡ଼ ବଦଳାଇ ଦେଇଥାଏ। ତେଣୁ ସବୁବେଳେ ଆମକୁ ଟଙ୍କା ପଇସାକୁ ନେଇ ସତର୍କ ରହିବାକୁ ପଡ଼ିବ। ଆସନ୍ତୁ ଏମିତି ୮ଟି କଥା ଉପରେ ନଜର ପକାଇବା ଯାହା ଅତି ସାଧାରଣ କିନ୍ତୁ ବହୁତ କାମର।

ବୀମାକୁ କେବେ ମଧ୍ୟ ହେୟ ଜ୍ଞାନ କରନ୍ତୁ ନାହିଁ

ମୁଁ ଯୁବକ, ମୁଁ ସ୍ୱାସ୍ଥ୍ୟବାନ ତେଣୁ ମୋର ହେଲ୍‌ଥ ଇନସ୍ୟୁରାନ୍ସ ଦରକାର ନାହିଁ। ମୋ ପାଖରେ ପ୍ରପର୍ଟି ଅଛି ଅନ୍ୟ ସ୍ରୋତରୁ ଆୟ ରହିଛି ତେଣୁ ଟର୍ମ ଇନସ୍ୟୁରାନ୍ସ ନେବାର ଆବଶ୍ୟକତା ନାହିଁ। ଏଭଳି ଭ୍ରମକୁ ପାଳନ୍ତୁ ନାହିଁ। ଆପଣ ଜାଣି ନାହାନ୍ତି ଆପଣଙ୍କ ଶରୀର କେବେ ଅସୁସ୍ଥ ହେବ ଆପଣ ଜାଣିନାହାନ୍ତି ଭବିଷ୍ୟତରେ ଆପଣଙ୍କ ସହ କଣ ହେବ। ଆପଣ କଣ କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରର ସ୍ଥିତି କେମିତି ରହିବ? ଯଦି ଭବିଷ୍ୟତକୁ ନେଇ ଆପଣ ଅନ୍ଧାରରେ ତେବେ ତୁରନ୍ତ ବୀମା ନିଅନ୍ତୁ। ବୀମା ଆପଣଙ୍କୁ ମାନସିକ ଶାନ୍ତି ଦେବା ସହ ଅନିଶ୍ଚିତତା ଭିତରେ ଆପଣଙ୍କ ପରିବାରକୁ ଏକ ନିଶ୍ଚିତ ରାଶି ଦେଇପାରେ।

ଲମ୍ବା ଅବଧିରେ ନିବେଶ କରନ୍ତୁ

୪ ଜାନୁଆରି  ୨୦୦୦ରୁ ୪ ଜାନୁଆରି ୨୦୧୦ ମଧ୍ୟରେ ସେନସେକ୍ସ  ୫୪୯୧ରୁ ବଢ଼ିକରି ୪୧,୪୬୪ ଅଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହା ଜରୁରୀ ନୁହେଁ ଯେ, ସେନସେକ୍ସ ସବୁ ଦଶକରେ ଏହି ଭଳି ବଢ଼ିବ। କିନ୍ତୁ ଏହି କଥାକୁ ବିଶ୍ୱାସର ସହ କୁହାଯାଇପାରେ ଯେ, ଲମ୍ବା ଅବଧି ପର୍ଯ୍ୟନ୍ତ ନିବେଶ କରିଲେ ଆପଣ ଭଲ ରିଟର୍ଣ୍ଣ ପାଇବେ। ତେଣୁ ନିବେଶ କରିବା ବେଳେ ତରବର ହୁଅନ୍ତୁ ନାହିଁ, ଧର୍ଯ୍ୟ ଧରନ୍ତୁ। ଗୋଟିଏ ଲମ୍ବା ଅବଧି ପାଇଁ ପ୍ଲାନ କରି ନିବେଶ ବଜାରକୁ ଓହ୍ଲାନ୍ତୁ। ଫାଇଦା ପାଇବେ।

ଗୋଟିଏ ସ୍ଥାନରେ ନିବେଶ କରନ୍ତୁ ନାହିଁ

ଗୋଟିଏ ସ୍ଥାନରେ ନିବେଶ କରନ୍ତୁ ନାହିଁ। ଆପଣ ଯଦି ସନ୍ତୁଳିତ ଆହାର ନେଉଛନ୍ତି ତେବେ ତାର ଫାଇଦା ତୁରନ୍ତ ଦେଖିବାକୁ ମିଳିବ ନାହିଁ। କିନ୍ତୁ ନିୟମିତ ଆହର ସନ୍ତୁଳନତା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ଫରକ ଆସିବ। ନିବେଶ ମଧ୍ୟ ସେହିଭଳି। ଆପଣ ଗୋଟିଏ ପ୍ରକାରର ଫଣ୍ଡ୍ ବା ସେୟାରରେ ଯଦି ନିବେଶ ନକରି ଅଲଗା ଅଲଗା ଧରଣର ଆସେଟ୍ ରେ ନିବେଶ କରିବେ ତେବେ ଆପଣଙ୍କ ପୁଞ୍ଜି ସୁରକ୍ଷିତ ରହିବା ସହ ଲାଭ ମିଳିଥାଏ। ଏହା ଏମିତି ହୁଏ ଯେ, ଗୋଟିଏ ଫଣ୍ଡରେ ନିବେଶ ଦ୍ୱାରା ଯଦି ଆପଣଙ୍କ ପୁଞ୍ଜି ଡୁବେ ତେବେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ। କିନ୍ତୁ ଆପଣ ଯଦି ଅଲଗା ଅଲଗା ଫଣ୍ଡରେ ନିବେଶ କରିଥିବେ ତେବେ ଗୋଟିଏ ଖରାପ ପ୍ରଦର୍ଶନ କଲେ ଆରଟି ପ୍ରାୟ ଭଲ ପ୍ରଦର୍ଶନ କରିଥାଏ। ତେଣୁ ଅଣ୍ଡାକୁ ଗୋଟିଏ ବାସ୍କେଟରେ ନରଖି ଅଲଗା ଅଲଗା ପାତ୍ରରେ ରଖନ୍ତୁ। ଯେମିତି କିଛି ଅଣ୍ଡା ନଫାଟି ବଞ୍ଚିଯିବ।

ଲମ୍ବା ଅବଧିର ଆର୍ଥିକ ଲକ୍ଷ୍ୟ ଉପରେ ଫୋକସ କରନ୍ତୁ

ଲମ୍ବା ଅବଧିର ଆର୍ଥିକ ଲକ୍ଷ୍ୟ କହିଲେ କାହାପାଇଁ ଘର, କାହାପାଇଁ ପିଲାଙ୍କ ଉଚ୍ଚ ଶିକ୍ଷା ହୋଇଥାଏ। ତେଣୁ ଆରମ୍ଭରୁ ଏହି ଲକ୍ଷ୍ୟ ଉପରେ ଫୋକସ କରନ୍ତୁ। ନିୟମିତ ନିବେଶ କରନ୍ତୁ। ଫଳରେ ଭବିଷ୍ୟତରେ ଆପଣ ନିଜ ଲକ୍ଷ୍ୟସ୍ଥଳିରେ ପହଞ୍ଚି ପାରିବେ। ଘର ପାଇଁ, ପିଲାଙ୍କ ଶିକ୍ଷା ପାଇଁ ନିବେଶ ଜାରି ରଖନ୍ତୁ। ଆମ ମଧ୍ୟରୁ କିଛି ଜୀବନ ଆରମ୍ଭରୁ ଲୋନ୍ ନେଇ ଏସବୁ ଲକ୍ଷ୍ୟ ହାସଲ କରିଥାନ୍ତି, ସେମିତିରେ ସେମାନଙ୍କ ପାଇଁ ଲୋନ୍ ଶୁଝିବା ଲକ୍ଷ୍ୟ ପାଲଟି ଯାଏ।

ଟ୍ୟାକ୍ସ ବଞ୍ଚାଇବା ପାଉଁ ଉପଯୁକ୍ତ ବିକଳ୍ପ ବାଛନ୍ତୁ

ଯଦି ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡୁଥାଏ, ତେବେ ଏଭଳି ବିକଳ୍ପ ଖୋଜନ୍ତୁ ଯେଉଁଥିରେ ଆପଣଙ୍କୁ କମ୍ ଟ୍ୟାକ୍ସ ଦେବାକୁ ପଡ଼ିବ। ଏଥିପାଇଁ ଅନେକ ନିବେଶ ବିକଳ୍ପ ରହିଛି। ଟ୍ୟାକ୍ସ ଛାଡ଼ ଦେଉଥିବା ନିବେଶ ବିକଳ୍ପରେ ପୁଞ୍ଜି ଲଗାଇ ଆପଣ କେବେଳ କର ଛାଡ଼ର ଲାଭ ଉଠାଇବେ ନାହିଁ ଆପଣ ମଧ୍ୟ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ। ଭଲ ରିଟର୍ଣ୍ଣ ମଧ୍ୟ ପାଇ ପାରିବେ।

ରିଟାୟରମେଣ୍ଟ୍ ପାଇଁ ସଞ୍ଚୟ କରନ୍ତୁ

ଲୋନ୍ ସାହାଯ୍ୟରେ ଆପଣ ନିଜର ଅନେକ କାମ କରିପାରିବେ। ତେବେ ରିଟାୟରମେଣ୍ଟ୍ ପାଇଁ ଆପଣଙ୍କୁ କାମ କରିବାକୁ ପଡ଼ିବ। ରିଟାୟରମେଣ୍ଟ୍ ପ୍ଲାନିଂରେ କିଛି ଗୁଢ଼ ରହସ୍ୟ ନଥାଏ, ବାସ୍ ଆପଣଙ୍କୁ ଭବିଷ୍ୟତର ଖର୍ଚ୍ଚ ପାଇଁ ସଞ୍ଚୟ କରିବାକୁ ପଡ଼ିଥାଏ। ଯେଉଁଦିନଠାରୁ ଆପଣ ଆୟ ଆରମ୍ଭ କରୁଛନ୍ତି ସେହିଦିନଠାରୁ ରିଟାୟରମେଣ୍ଟ୍ ପାଇଁ ସଞ୍ଚୟ ଆରମ୍ଭ କରନ୍ତୁ।

ଭଲ ପରାମର୍ଶଦାତ୍ତାଙ୍କ ସାହାଯ୍ୟ ନିଅନ୍ତୁ

ଅନୁଭବି ଆର୍ଥିକ ପରାମର୍ଶଦାତାଙ୍କୁ ବାଛି ତାଙ୍କଠାରୁ ପରାମର୍ଶ ନିଅନ୍ତୁ। ନିବେଶ ସମୟରେ ମନକୁ ମନ ନିବେଶ ନକରି ଆର୍ଥିକ ବିଶେଷଜ୍ଞଙ୍କ ସହାୟତା ନେବା ଠିକ୍ ହୋଇଥାଏ। ଏହାସହ ପରାମର୍ଶଦାତାଙ୍କୁ କିଛି ନଲୁଚାଇ ନିଜ ଆର୍ଥିକ ସ୍ଥିତି ବାବଦରେ କୁହନ୍ତୁ।

ସମୟ ସହ ଚାଲନ୍ତୁ

ଆର୍ଥିକ ସୁରକ୍ଷା ପାଇଁ ସମୟ ସହ ଚାଲିବା ବେସ ଜରୁରି। ଫାଇନାନ୍ସିଆଲ ଉତ୍ପାଦ ଓ ସେବା ନେବା ବେଳେ ସମୟ ସହ ଚାଲନ୍ତୁ। ମନେ ପକାନ୍ତୁ କେମିତି ଆପଣଙ୍କୁ ପ୍ରଥମେ ଡିଜିଟାଲ ଟ୍ରାଞ୍ଜାକ୍ସନ୍ କରିବାକୁ ଭଲ ଲାଗୁନଥିଲା କିନ୍ତୁ ଏବେ ଏହା ସହଜ ଲାଗୁଛି। ତେଣୁ ସମୟ ସହ ନିଜକୁ ବଦଳାଇ ନିଅନ୍ତୁ।