ରିଭର୍ସ ମର୍ଟଗେଜ୍ ଲୋନ ସ୍କିମର ଅନ୍ତର୍ଗତରେ ଆବେଦକଙ୍କୁ ବ୍ୟାଙ୍କ ଲୋନ୍ ଫେରସ୍ତ କରିବାକୁ ପଡ଼େନି।

ଏମିତିରେ ଆପଣ ଅନେକ ଲୋନ୍ ବାବଦରେ ଶୁଣିଥିବେ କିନ୍ତୁ କେବେ କ’ଣ ରିଭର୍ସ ମର୍ଟଗେଜ୍ ବାବଦରେ ଶୁଣିଛନ୍ତି କି? ଆପଣ ଯଦି ନିଃସନ୍ତାନ ଏବଂ ଆପଣଙ୍କର ନିଜର ବୋଲି କେହି ନାହାନ୍ତି କିମ୍ବା ଆପଣଙ୍କ ପିଲା ଆପଣଙ୍କୁ ଆର୍ଥିକ ସାହାଯ୍ୟ କରୁନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ଆପଣ ରିଭର୍ସ ମର୍ଟଗେଜ୍ ଲୋନ୍‌ର ଲାଭ ନେଇ ପାରିବେ। ଏଭଳି ସ୍କିମ୍ ବ୍ୟାଙ୍କରେ ଉପଲବ୍ଧ ଅଛି।

SCSS

ରିଭର୍ସ ମର୍ଟଗେଜ୍ ଲୋନ୍ କଣ?

ଏହା ଏମିତି ଗୋଟିଏ ଲୋନ୍ ଯେଉଁଥିରେ ଆପଣଙ୍କୁ ନିଜ ଘର ବନ୍ଧା ଦେବାକୁ ପଡ଼ିଥାଏ। ଠିକ୍ ଯେମିତି ହୋମ୍ ଲୋନ୍ ନେଲା ବେଳେ ଆପଣଙ୍କୁ ଘର କାଗଜପତ୍ର ବ୍ୟାଙ୍କ ପାଖରେ ଜମା ରଖନ୍ତି। ହୋମ ଲୋନ୍ ନେବା ପରେ ଆପଣଙ୍କୁ ମାସିକ ଇଏମଆଇ ଦେବାକୁ ପଡ଼େ। ରିଭର୍ସ ମର୍ଟଗେଜ୍ ଲୋନରେ କିନ୍ତୁ ଆପଣଙ୍କୁ ଇଏମଆଇ ଦେବାକୁ ପଡ଼େ ନାହିଁ। ଆପଣ ବ୍ୟାଙ୍କ ପାଖରେ ନିଜ ଘର ବନ୍ଧା ପକାଇବା ପରେ ବ୍ୟାଙ୍କ ଆପଣଙ୍କୁ ମାସିକ ଟଙ୍କା କିସ୍ତି ଆକାରରେ ଦେଇଥାଏ। ଆଉ ଆବେଦକ, ଯିଏ ବ୍ୟାଙ୍କ ନିକଟରେ ନିଜ ଘର ବନ୍ଧା ରଖିଥାନ୍ତି ତାଙ୍କ ମୃତ୍ୟୁ ପରେ ଘର ଉପରେ ବ୍ୟାଙ୍କର ଅଧିକାର ହୋଇଥାଏ।

ଘର ବନ୍ଧା ରଖି ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ରାଶି ଦିଏ ବ୍ୟାଙ୍କ୍

ଏହି ଲୋନ୍ ସ୍କିମରେ ବ୍ୟାଙ୍କ ଆପଣଙ୍କ ଘର ବନ୍ଧା ରଖି ମାସିକ ଟଙ୍କା କିସ୍ତି ଆକାରରେ ଦେଇଥାଏ। ତେବେ ଆପଣ ମାସକୁ କେତେ ଟଙ୍କା ପାଇବେ ତାହା ଘରର ମୁଲ୍ୟ ଉପରେ ନିର୍ଭର କରିଥାଏ। ଘରର ଭ୍ୟାଲୁସନ୍ ହିସାବରେ ଆପଣଙ୍କୁ ୬୦ ପ୍ରତିଶତ ଲୋନ୍ ମିଳିଥାଏ। ଲୋନ୍ ନେବା ପରେ ମଧ୍ୟ ଘର ମାଲିକ ନିଜ ଘରେ ରହି ପାରିବେ। ଏହି ଲୋନର ବିଶେଷତା ହେଉଛି ଲୋନ୍ ନେବା ପରେ ଘର ଉପରେ ମାଲିକାନା ହକ୍। ତେବେ ମାଲିକଙ୍କ ମୃତ୍ୟୁ ପରେ ଘର ବ୍ୟାଙ୍କର ହୋଇଯିବ। ଯଦି ଲୋନ୍ ନେଇଥିବା ବ୍ୟାକ୍ତିଙ୍କ ପରିଜନ ଘର ନେବାକୁ ଚାହାନ୍ତି ତେବେ ସେମାନଙ୍କୁ ଘର ମୂଲ୍ୟ ଦେଇ ବ୍ୟାଙ୍କଠାରୁ ଘର କିଣିବାକୁ ପଡ଼ିବ।

ଆବେଦକଙ୍କ ବୟସ ୬୦ ବର୍ଷରୁ ଅଧିକ ହେବା ଆବଶ୍ୟକ

ଏହି ଲୋନ୍ ନେବା ପାଇଁ ଆବେଦକଙ୍କ ବୟସ ୬୦ରୁ ଅଧିକ ହେବା ଆବଶ୍ୟକ। ତେବେ କିଛି ବ୍ୟାଙ୍କ ୭୨ ବର୍ଷ ପାର କରିଥିବା ବ୍ୟକ୍ତିଙ୍କୁ ଲୋନ୍ ଦେଇନଥାନ୍ତି।

୧୫ ବର୍ଷ ପାଇଁ ଲୋନ୍

ଏହି ସ୍କିମରେ ୧୫ ବର୍ଷ ପାଇଁ ଲୋନ୍ ଦିଆଯାଇଥାଏ। ଉଭୟ ପତିପତ୍ନୀ ଲୋନ୍ ପାଇଁ ଆପ୍ଲାଏ କଲେ, ପତିଙ୍କ ବୟସ ୬୦ ଓ ପତ୍ନୀଙ୍କ ବୟସ ୫୮ ହେବା ଜରୁରୀ। ୧୫ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ସ୍ଥିର ହୋଇଥିବା ରାଶି ପ୍ରତିମାସରେ ଦେଇଥାଏ।