ୟୁନିଟ୍ ହୋଲ୍ଡରଙ୍କ ଅଚାନକ ମୃତ୍ୟୁ ପରେ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟର ଟ୍ରାନ୍ସଫର ପାଇଁ ନୋମିନେସନ୍ ସୁବିଧା ଦିଅଯାଇଥାଏ, ନୋମିନିଙ୍କ ନାମ ଥିଲେ ତାଙ୍କୁ ନିବେଶ ରାଶି ମିଳିଥାଏ…

ମ୍ୟୁଚୁଆଲ ଫଣ୍ଡରେ ନିବେଶ ସମୟରେ ଫର୍ମରେ ନୋମିନିଙ୍କ ନାମ ପୁରଣ କରିବାକୁ ପଡ଼ିଥାଏ। କାରଣ ହେଉଛି ୟୁନିଟ୍ ହୋଲ୍ଡରଙ୍କ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ତାଙ୍କ ଦ୍ୱାରା ଚୟିତ ବ୍ୟକ୍ତିଙ୍କ ନାମରେ ୟୁନିଟକୁ ଟ୍ରାନ୍ସଫର କରାଯାଇଥାଏ। ଆସନ୍ତୁ ଜାଣିବା ନୋମିନି ଚୟନ ବାବଦରେ ସବୁ ତଥ୍ୟ।

ନୋମିନେସନର ଅର୍ଥ କଣ?

ନୋମିନେସନ୍ ପ୍ରକ୍ରିୟାରେ କୌଣସି ବ୍ୟକ୍ତିଙ୍କୁ ନିବେଶକଙ୍କ ମୃତ୍ୟୁ ପରିସ୍ଥିତିରେ ତାଙ୍କର ଆସେଟ୍‌ସକୁ ସମ୍ଭାଳିବା ଦାୟିତ୍ୱ ମିଳିଥାଏ।  ପତି, ପତ୍ନି, ସନ୍ତାନ କିମ୍ବା ପରିବାରର ଅନ୍ୟ କୌଣସି ବ୍ୟକ୍ତି କିମ୍ବା ବନ୍ଧୁ ନୋମିନି ହୋଇପାରିବେ। ସିଙ୍ଗଲ ହୋଲ୍ଡିଂ ମାମଲାରେ ନୂଆ ଫୋଲିଓ ଏବଂ ଆକାଉଣ୍ଟସ ପାଇଁ  ନୋମିନେସନ୍ ଫେସିଲିଟି ଅନିବାର୍ଯ୍ୟ ହୋଇଥାଏ।  ଯେଉଁ ସଂଯୁକ୍ତ ହୋଲ୍ଡିଂରେ ଜଣକରୁ ଅଧିକ ହୋଲ୍ଡର ଥା’ନ୍ତି ସେଥିରେ ନୋମିନି ନିଶ୍ଚିତ କରିବା ଅନିବର୍ଯ୍ୟ ହୋଇନଥାଏ।  ତେବେ ବିଶେଷଜ୍ଞଙ୍କ ପାରମର୍ଶ ହେଉଛି ଯେ, ନୂଆ ଫୋଲିଓରେ ସର୍ବଦା ନୋମିନି ରହିବା ଉଚିତ।

୧.ଯଦି କୌଣସି ନିବେଶ ନୋମିନି ଚୟନ କରିବାକୁ ଚାହିଁବେ ନାହିଁ ତେବେ କଣ ହେବ ?

ଏଭଳି ପରିସ୍ଥିତିରେ ତାଙ୍କୁ ନୋମିନି ଆବଶ୍ୟକ ସ୍ଥାନରେ ଦସ୍ତଖତ କରି ଏହାର ସୂଚନା ଦେବାକୁ ପଡ଼ିବ।

mutualfund

. ମ୍ୟୁଚୁଆଲ ଫଣ୍ଡ୍ ନିବେଶକ କେମିତି ନୋମିନି ନିର୍ବାଚିତ କରିବେ ?

ମ୍ୟୁଚୁଆଲ ଫଣ୍ଡ ନିବେଶ ଫର୍ମରେ ଗୋଟିଏ କଲମ୍ ଥାଏ। ଯେଉଁଥିରେ ନୋମିନିଙ୍କ ସଂପର୍କରେ ତଥ୍ୟ ଦେବାକୁ ପଡେ।  ସିଙ୍ଗଲ ହୋଲ୍ଡିଂ କିମ୍ବା ଜଏଣ୍ଟ୍ ହୋଲ୍ଡିଂ ବିଶିଷ୍ଟ ବ୍ୟକ୍ତି ନୋମିନେଶନ୍ କରିପାରିବେ। ତେବେ ସୋସାଇଟି, ଟ୍ରଷ୍ଟ, କର୍ପୋରେଟ୍, ହିନ୍ଦୁ ଅବିଭାଜିତ ପରିବାରର ମୁଖ୍ୟ, ପାୱାର ଅଟର୍ଣ୍ଣି ହୋଲ୍ଡର ଏଭଳି ନୋମିନେସନ୍ କରିପାରିବେ ନାହିଁ। ଜଏଣ୍ଟ୍ ହୋଲ୍ଡରଙ୍କ ପାଇଁ ନୋମିନେସନର ଅନୁମତି ରହିଛି କିନ୍ତୁ କୌଣସି ହୋଲ୍ଡରଙ୍କ ମୃତ୍ୟୁ ପରେ ବଳିଥିବା ବେନିଫିଟ୍‌କୁ ଜୀବିତ ହୋଲ୍ଡରଙ୍କ ପାଖକୁ ଟ୍ରାନସଫର ହୋଇଥାଏ। ସମସ୍ତ ହୋଲ୍ଡରଙ୍କ ମୃତ୍ୟୁ ପରେ ହିଁ ନୋମିନିଙ୍କ ପାଖକୁ ଲାଭ ଟ୍ରାନସ୍ଫର ହୋଇଥାଏ।

୩. ଜଣେ ନିବେଶକ କେତେ ଜଣ ନୋମିନି ରଖି ପାରିବେ?

ଗୋଟିଏ ମ୍ୟୁଚୁଆଲ ଫଣ୍ଡ ଫୋଲିଓରେ ତିନିଜଣ ନୋମିନି ରହି ପାରିବେ। ନିବେଶକ ଏହା ମଧ୍ୟ ନିର୍ଧାରିତ କରିପାରିବେ ଯେ, ତାଙ୍କ ମୃତ୍ୟୁ ପରିସ୍ଥିତିରେ କେଉଁ ନୋମିନଙ୍କୁ କେତେ ପ୍ରତିଶତ ଆଣାଉଣ୍ଟ୍ ଟ୍ରାନସଫର କରାଯିବ। ଯଦି ନିବେଶକ ଏହା ସୁନିଶ୍ଚିତ କରିନଥାନ୍ତି ତେବେ ସମସ୍ତ ନୋମିନିଙ୍କୁ ସମାନ ଭାଗ ମିଳିଥାଏ।

୪.ମ୍ୟୁଚୁଆଲ ଫଣ୍ଡ ନିବେଶରେ ନୋମିନି ନିଯୁକ୍ତ କରିବାର ଫାଇଦା କ’ଣ?

ନୋମିନିଙ୍କ ନାମ ପଞ୍ଜିକୃତ ହେବା ଦ୍ୱାରା ନିବେଶକଙ୍କ ମୃତ୍ୟୁ ପରିସ୍ଥିତିରେ ନୋମିନିଙ୍କୁ ସହଜରେ ଫଣ୍ଡ୍ ଟ୍ରାନ୍ସଫର ହୋଇଥାଏ। ଯଦି ନିବେଶକ ନୋମିନିଙ୍କ ନାମ ଦେଇ ନଥାନ୍ତି ତେବେ  ଉତ୍ତରାଧିକାରୀଙ୍କୁ ଆଇନଗତ ଉତ୍ତରାଧିକାରୀ  ପ୍ରମାଣ ଦେବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ଉଇଲ୍, ଅନ୍ୟ ଆଇନଗତ ଉତ୍ତରାଧିକାରୀଙ୍କ ନୋ-ଅବଜେକ୍ସନ ଭଳି କାଗଜପତ୍ର ଦେବାକୁ ପଡ଼ିଥାଏ। ଏହା ପରେ ହିଁ ତାଙ୍କ ନାମରେ ୟୁନିଟ ଟ୍ରାନ୍ସଫର ହୋଇଥାଏ।

୫. ନିବେଶ ପରେ କଣ ନୋମିନଙ୍କ ନାମ ବଦଳା ଯାଇପାରିବ?

ହଁ, ନିବେଶକ ଚାହିଁଲେ ନୋମିନଙ୍କ ନାମ ବଦଳାଇ ପାରିବେ। ପୁରୁଣା ନୋମିନିଙ୍କୁ ହଟାଇ ନୁଆ ନୋମିନି ରଖି ପାରିବେ। କିମ୍ବା ନୋମିନଙ୍କ ସଂଖ୍ୟ ଏକରୁ ତିନି କରିପାରିବେ କିମ୍ବା ତିନିରୁ କମାଇ ପାରିବେ।