ବର୍ଷକୁ ଥରେ ଲକର ନଖୋଲିଲେ ବ୍ୟାଙ୍କ ଖୋଲିକି  ଦେଖିବ ଲକରରେ ଅଛି କଣ!

ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଲକର ରହିଛି ତେବେ ବର୍ଷକୁ ଅତିକମରେ ଥରୁଟିଏ ଏହାକୁ ଖୋଲିବା ଅନିବାର୍ଯ୍ୟ। କାରଣ ଆପଣ ଯଦି ବ୍ୟାଙ୍କ ଲକରକୁ ବର୍ଷକୁ ଥରେ ନଖୋଲନ୍ତି ତେବେ ବ୍ୟାଙ୍କ ଏମିତି କିଛି ପଦକ୍ଷେପ ନେବ ଯାହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ଆସନ୍ତୁ ଜାଣିବା ବର୍ଷକୁ ଥରେ ଲକର ନଖୋଲିଲେ କଣ ଅସୁବିଧା ହେବ…

ଯଦି ଆପଣ ବର୍ଷକୁ ଅତିକମରେ ଥରୁଟିଏ ନିଜ ଲକର ଖୋଲୁ ନାହାନ୍ତି ତେବେ ବ୍ୟାଙ୍କ ଏହାକୁ ଖୋଲିକରି ଦେଖିପାରେ। ବ୍ୟାଙ୍କ ଅନୁସାରେ ଯଦି ଆପଣ କମ ରିସ୍କ କ୍ୟାଟେଗୋରୀରେ ଆସୁଛନ୍ତି ତେବେ ଆପଣଙ୍କୁ ଗୋଟିଏ ମୌକା ମିଳିବ। ଆରବିଆଇ ନିୟମ ଅନୁସାରେ  ଯେଉଁମାନେ ମିଡିୟମ ରିସ୍କ କ୍ୟାଟେଗୋରିରେ ଆସନ୍ତି ବ୍ୟାଙ୍କ ସେମାନଙ୍କୁ ସେତେବେଳେ ନୋଟିସ ପଠାଏ ଯେତେବେଳେ ତିନି ବର୍ଷରୁ ଅଧିକ ସମୟ ଧରି ଲକର ଖୋଲା ଯାଇନଥାଏ।

ଲକର ଗ୍ରାହକଙ୍କ ଶ୍ରେଣୀ

ବ୍ୟାଙ୍କ ବିଭିନ୍ନ ମାପଦଣ୍ଡ ଯେମିତି ଆର୍ଥିକ ଓ ସାମାଜିକ ଷ୍ଟାଟସ, ବ୍ୟବସାୟର ପ୍ରକୃତି ଓ କ୍ଲାଇଣ୍ଟଙ୍କ ଆଧାରରେ ନିଜ ଗ୍ରାହକଙ୍କୁ ଲୋ’ରୁ ହାଇ କ୍ୟାଟେଗୋରିରେ ବାଣ୍ଟିଥାଏ। ଗ୍ରାହକଙ୍କୁ ଲକର ଆବଣ୍ଟିତ କରିବା ପୂର୍ବରୁ ବ୍ୟାଙ୍କ ତାଙ୍କ ସମ୍ପର୍କରେ ଗହନ ତଦନ୍ତ କରିଥାଏ।  ତେବେ ଲକରକୁ ଖୋଲିବା ପୂର୍ବରୁ ବ୍ୟାଙ୍କକୁ ଅନେକ ପ୍ରକ୍ରିୟ ପୂରା କରିବାକୁ ପଡ଼ିଥାଏ।

ଏହି ପ୍ରକ୍ରିୟା ପରେ ହିଁ ବ୍ୟାଙ୍କ ଖୋଲିଥାଏ ଆପଣଙ୍କ ଲକର

ବ୍ୟାଙ୍କ ଆପଣଙ୍କ ଲକର ଖୋଲିବା ପୂର୍ବରୁ ଗୋଟିଏ ନୋଟିସ ପଠାଇ ଥାଏ। ଯେଉଁଥିରେ ଆପଣଙ୍କୁ ଲକର ଅପରେଟ୍ କରିବାକୁ କିମ୍ବା ସରେଣ୍ଡର କରିବାକୁ କୁହାଯାଇଥାଏ। ଆପଣ କେଉଁ କାରଣରୁ ଲକର ଅପରେଟ୍ କରୁନାହାନ୍ତି ସେ ବାବଦରେ ଆପଣଙ୍କୁ ବ୍ୟାଙ୍କକୁ ଲିଖିତ ଭାବେ ଜଣାଇବାକୁ ପଡ଼ିବ। ଯଦି ଆପଣଙ୍କ ଦ୍ୱାରା ଦର୍ଶାଯାଇଥିବା କାରଣକୁ ବ୍ୟାଙ୍କ ଗ୍ରହଣ କରେ ତେବେ ଆପଣଙ୍କୁ ପୁଣି ଲକର ଅପରେଟ୍ କରିବାକୁ ସୁଯୋଗ ଦେଇଥାଏ।

ଯଦି ଆପଣ କୌଣସି ଉଚିତ କାରଣ ଦେଇ ପାରନ୍ତି ନାହିଁ ତେବେ ବ୍ୟାଙ୍କ ଆପଣଙ୍କ ଲକର ଆଲଟମେଣ୍ଟ ବାତିଲ କରି ପାରିବ। ଆପଣଙ୍କ ଲକରକୁ ବାତିଲ କରି ତାହାକୁ ଅନ୍ୟ କାହାରିକି ଦେବା ବ୍ୟାଙ୍କର ଅଧିକାର କ୍ଷେତ୍ର ଭିତରେ ଆସିଥାଏ। ସବୁ ବ୍ୟାଙ୍କ ଲକରକୁ ନେଇ ନିଜ ନିୟମ ବାବଦରେ ଗ୍ରାହକଙ୍କୁ ସୂଚନା ଦେଇଥାଏ। ଲକର ସୁବିଧା ଦେବା ବେଳେ ଏହା ଚୁକ୍ତିର ଅଂଶ ଥାଏ।

ବାରମ୍ବାର ଅପରେଟ୍ କରିବା ସୁବିଧା

ଆପଣଙ୍କ ବ୍ୟାଙ୍କ ଆପଣଙ୍କୁ ଲକରକୁ ବାରମ୍ବାର ଅପରେଟ୍ କରିବା ସୁବିଧା ଦେଇଥାଏ। ଉଦାହରଣ ସ୍ୱରୁପ ବ୍ୟାଙ୍କ ଅଫ ବରୋଦା ନିଜ ଗ୍ରାହକଙ୍କୁ ୬ ମାସରେ ଅତିକମରେ ଥରୁଟିଏ ଲକର ବ୍ୟବହାର କରିବାକୁ ପରାମର୍ଶ ଦେଇଥାଏ। ତେବେ ଗ୍ରାହକ ଯଦି ଏକ ବର୍ଷ ମଧ୍ୟରେ ଥରୁଟିଏ ମଧ୍ୟ ଲକର ଖୋଲନ୍ତି ନାହିଁ ତେବେ ବ୍ୟାଙ୍କ ତାକୁ ଖୋଲି କରି ଯାଞ୍ଚ କରିପାରେ।

ଆଇନଗତ ପରାମର୍ଶ ପରେ ବ୍ୟାଙ୍କ ଖୋଲିପାରେ ଲକର

ଲକ୍ ଖୋଲିବା ପୂର୍ବରୁ ବ୍ୟାଙ୍କକୁ ଆଇନଗତ ପରାମର୍ଶ ନେବାକୁ ପଡ଼ିଥାଏ। ଆରବିଆଇ ନିୟମ ଅନୁସାରେ କୌଣସି ଗ୍ରାହକଙ୍କ ଲକର ଖୋଲିବା ପୂର୍ବରୁ ବ୍ୟାଙ୍କକୁ ତାର ଆଇନଗତ ପରାମର୍ଶଦାତାଙ୍କ ଉପଦେଶ ନେବାକୁ ପଡ଼ିଥାଏ। ପରାମର୍ଶ ପରେ ଏକ ପ୍ରକ୍ରିୟା ଅନ୍ତର୍ଗତରେ ହିଁ ଲକର ଖୋଲା ଯାଇପାରିବେ।