ଡିମାଟ୍ ଆକାଉଣ୍ଟ୍ ଧାରକ ନିଜ ବ୍ରୋକରଙ୍କ ସହାୟତାରେ ଷ୍ଟକ୍ ଏସ୍‌ଆଇପି ଆରମ୍ଭ କରିପାରିବେ। ଏହା ସାହାଯ୍ୟରେ ଆଗରୁ ନିର୍ଦ୍ଧାରିତ ଥିମ୍ କିମ୍ବା ସେୟାର ସେଟ୍‌ରେ ନିୟମିତ ରୂପରେ ନିବେଶ କରିପାରିବେ..

ସଞ୍ଚୟ ଓ ନିବେଶ ଅଭ୍ୟାସ ବଢାଇବା ପାଇଁ ନିୟମିତ ଭାବେ ଅଳ୍ପ କିଛି ଟଙ୍କା ଅଲଗା ରଖିବା ଭଲ ହୋଇଥାଏ। ଏଥିରେ ନିବେଶକ ନିଜ ନିୟମିତ ଖର୍ଚ୍ଚକୁ ମ୍ୟାନେଜ୍ କରିପାରିବେ। ଏହା ସମୟ ବଢ଼ିବା ସହ ଆପଣ ଏକ ବଡ଼ ରାଶି ସଞ୍ଚୟ କରିପାରିବେ। ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ ବା ଏସ୍‌ଆଇପି ପାଇଁ ନିବେଶକ ଅଲଗା ଅଲଗା ପ୍ରଡକ୍ଟ ବାଛିପାରିବେ।

ମ୍ୟୁଚୁଆଲ ଫଣ୍ଡ ଏସ୍‌ଆଇପି

ମ୍ୟୁଚୁଆଲ ଫଣ୍ଡ୍ ଏସ୍‌ଆଇପି ମ୍ୟୁଚୁଆଲ ଫଣ୍ଡରେ ନିବେଶର ଏକ ଲୋକପ୍ରିୟ ଫଣ୍ଡା। ଏଥିପାଇଁ କେୱାଇସି ଫର୍ମ ସହ ନିବେଶକଙ୍କୁ ମ୍ୟୁଚୁଆଲ ଫଣ୍ଡ୍ ନିବେଶ ଫର୍ମ ପୂରଣ କରିବାକୁ ପଡ଼ିଥାଏ। ଫର୍ମରେ ସ୍କିମର ନାମ, ବିକଳ୍ପ (ଆପଣ ଚାହିଁଲେ ଗ୍ରୋଥ୍ କିମ୍ବା ଡିଭିଡେଣ୍ଡ୍ ବିକଳ୍ପ ଭାବେ ନେଇପାରିବେ) କିସ୍ତିର ଟଙ୍କା, ଏସ୍‌ଆଇପି ଅବଧି, ଏସ୍‌ଆଇପି ଫ୍ରିକ୍ୟୁଏନ୍ସି(ଦୈନିକ, ୧୫ ଦିନରେ ଥରେ, ମାସିକ କିମ୍ବା ତ୍ରୟମାସିକ) ଓ ଏସ୍‌ଆଇପି ତାରିଖ ଲେଖିବାକୁ ପଡ଼େ। ଏହା ସହ ଗୋଟିଏ କ୍ୟାନସଲ୍ ଚେକ୍ ମଧ୍ୟ ଦେବାକୁ ପଡ଼େ।

ଷ୍ଟକ୍ ଏସ୍‌ଆଇପି

ଡିମାଟ୍ ଖାତା ଧାରକ ନିଜ ବ୍ରୋକରଙ୍କ ସାହାଯ୍ୟରେ ଷ୍ଟକ୍ ଏସ୍‌ଆଇପି ଆରମ୍ଭ କରିପାରିବେ। ଏହା ସାହାଯ୍ୟରେ ଆଗରୁ ନିର୍ଦ୍ଧାରିତ ଥିମ୍ କିମ୍ବା ସେୟାର ସେଟ୍‌ରେ ନିୟମିତ ଭାବେ ନିବେଶ କରାଯାଇଥାଏ। ବ୍ରୋକରଙ୍କ ମୋବାଇଲ ଆପ୍ଲିକେସନ୍ କିମ୍ବା ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରି ଜଣେ ନିବେଶକ ଏହି କାମ କରିପାରିବେ। ଷ୍ଟକ୍ ଏସ୍‌ଆଇପି କରିବା ବେଳେ ଷ୍ଟକ୍ ଏସ୍‌ଆଇପିର ତାରିଖ, ଫ୍ରିକ୍ୟୁଏନସି, ସେୟାରରେ ନିବେଶ ରାଶି, ଅଲଗା ଅଲଗା ସେୟାରରେ ଏଲୋକେସନ ବାବଦରେ ଉଲ୍ଲେଖ କରିବାକୁ ପଡ଼ିବ।

ରିକରିଂ ଡିପୋଜିଟ୍ ଏସ୍‌ଆଇପି

ସଞ୍ଚୟ ଖାତାରୁ ଅତିରିକ୍ତ ଟଙ୍କାକୁ ଅଲଗା କରିବା ପାଇଁ ରିକରିଂ ଡିପୋଜିଟ୍ ବା ସୁଇପ୍ ଇନ୍ ନିର୍ଦ୍ଦେଶ ଏକ ଭଲ ମାଧ୍ୟମ। ସେଭିଂ ଆକାଉଣ୍ଟରେ ବଳି ପଡ଼ିଥିବା ଟଙ୍କାକୁ ରିକରିଂ ଆକାଉଣ୍ଟ କିମ୍ବା ଅଲଗା ଫିକ୍ସଡ୍ ଡିପୋଜିଟ୍ ଆକାଉଣ୍ଟକୁ ଟ୍ରାନସଫର କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଥାଏ। ବ୍ୟାଙ୍କ ଶାଖା କିମ୍ବା ନେଟ୍ ବ୍ୟାଙ୍କିଂ ଜରିଆରେ ଏଭଳି ଆଦେଶ ଦିଆଯାଇ ପାରିବ।

ଏହି ସବୁ କଥାର ରଖନ୍ତୁ ଧ୍ୟାନ

  • ନିବେଶକ ଏବେ ମାସିକ ନିବେଶ ପ୍ଲାନ୍ ଜରିଆରେ କର୍ପୋରେଟ୍ ଡିପୋଜିଟରେ ନିବେଶ କରିପାରିବେ।
  • କୌଣସି ବ୍ୟକ୍ତି ଚାଲୁଥିବା ମ୍ୟୁଚୁଆଲ ଫଣ୍ଡ୍‌ ନିବେଶର ସିଷ୍ଟମେଟିକ୍ ଟ୍ରାନସଫର ପ୍ଲାନ୍(ଏସଟିପି) ସେଟ୍ କରି ମଧ୍ୟ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ କରିପାରିବେ।