ରାଇଡର ନେଇନଥିଲେ ପୁଣିଥରେ ଚିନ୍ତା କରନ୍ତୁ କାରଣ ରାଇଡର ସହ ଆସେ ଟ୍ୟାକ୍ସ ବେନିଫିଟ୍…

ନିଜ ଭବିଷ୍ୟତ ସୁରକ୍ଷିତ ରଖିବାକୁ ସମସ୍ତେ ବୀମା ନେଇଥାନ୍ତି। ବୀମା କେବଳ ସ୍ୱାସ୍ଥ୍ୟ ପାଇଁ ନିଆଯାଇନଥାଏ, ଘର ଓ ଗାଡ଼ିର ମଧ୍ୟ ବୀମା କରାଯାଇଥାଏ। ବର୍ତ୍ତମାନ ଗ୍ରାହକଙ୍କୁ ବୀମା କଂପନି ଅନେକ ରାଇଡର ସୁବିଧା ମଧ୍ୟ ଦେଉଛନ୍ତି। ଅର୍ଥାତ ପଲିସିରେ କଭର ହେଉଥିବା ରିସ୍କ ଫ୍ୟାକ୍ଟର ସହ ଅନ୍ୟ ରିସ୍କକୁ ମଧ୍ୟ ସେହି ପଲିସି ସହ ଯୋଡାଯାଇଥାଏ। ଅତିରିକ୍ତ ପ୍ରିମିୟମ ଦେଇ ଏହି ରାଇଡର ଜଣେ ଗ୍ରାହକ ନେଇ ପାରିବେ। ରାଇଡର ଆପଣଙ୍କୁ କେବଳ ଅତିରିକ୍ତ ସୁରକ୍ଷା ଦିଏନା ଏହା ମଧ୍ୟ ଆପଣଙ୍କୁ ଟ୍ୟାକ୍ସ ଛାଡର ଲାଭ ଦେଇଥାଏ। ଆସନ୍ତୁ ଜାଣିବା ଆପଣ କଣ ପାଇଁ ରାଇଡର ନେବା ଆବଶ୍ୟକ।

ଅତିରିକ୍ତ ଇନସ୍ୟୁରାନ୍ସ କଭରର ମିଳେ ଲାଭ

ରାଇଡର ଦ୍ୱାରା ଆପଣ ଯେକୌଣସି ବୀମା ପଲିସି ସହ ଅନ୍ୟ କୌଣସି ଆଟାଚମେଣ୍ଚ କରିପାରିବେ। ରାଇଡର ବୀମାରେ ଆଡ୍ ଅନ୍ କଭର ରହିଥାଏ। ଯେଉଁଥିରୁ ଅତିରିକ୍ତ ବୀମା କଭର ଓ ଲାଭ ମିଳିଥାଏ। ଏଠାରେ ଜାଣିବା ଆବଶ୍ୟକ ଯେ, ବୀମା ରାଇଡରକୁ ବେସିକ୍ ବା ମୂଳ ପଲିସି ସହ ଯୋଡ଼ା ଯାଇଥାଏ। ତେଣୁ ବେସିକ୍ ପଲିସି ସରିବା ସହ ରାଇଡରର କଭରେଜ୍ ମଧ୍ୟ ସମାପ୍ତ ହୋଇଥାଏ।

ଟ୍ୟାକ୍ସ ଛାଡ

ରାଇଡରର ବିଶେଷତା ହେଲା ଆୟକର ଧାରା ୮୦ ସି ଅନ୍ତର୍ଗତରେ ରାଇଡରର ପ୍ରିମିୟମ ଉପରେ ମଧ୍ୟ ଟ୍ୟାକ୍ସ ଛାଡ଼ ମିଳିଥାଏ। ଅନ୍ୟପକ୍ଷରେ ଧାରା ୮୦ ଡି’ ଅନ୍ତର୍ଗତରେ ସ୍ୱାସ୍ଥ୍ୟ ତଥା ଗମ୍ଭୀର ରୋଗ ରାଇଡର ଉପରେ ଟ୍ୟାକ୍ସ ଛାଡ ଲାଭ ମିଳିଥାଏ। ଏହାସହିତ ସେକ୍ସନ ୧୦(ଡି) ଅନ୍ତର୍ଗତରେ ରାଇଡର ଉପରେ ମଧ୍ୟ ଟ୍ୟଆକ୍ସ ବେନିଫିଟ୍ ମିଳିଥାଏ।

ରାଇଡରର ପ୍ରକାରଭେଦ

ଯଦି ଆପଣ ମଧ୍ୟ ରାଇଡର ନେଉଛନ୍ତି ତେବେ ବିକଳଙ୍ଗତା ସ୍ଥିତିରେ କିମ୍ବା କୌଣସି ଗମ୍ଭୀର ରୋଗ ଅଥବା ଅର୍ଥ ଅଭବାରୁ ପ୍ରିମିୟମ ଦେଇ ନପାରିଲେ ମଧ୍ୟ ପଲିସି ଜାରି ରହିଥାଏ। ଏଭଳି ରାଇଡରରେ ବୀମା  ଅବଧି, ସମ ଆସ୍ୟୁର୍ଡ ଓ ଅନ୍ୟ ଲାଭ ଜାରି ରହିଥାଏ। ଅନ୍ୟପକ୍ଷରେ ଟର୍ମ ରାଇଡର କ୍ରମରେ ବୀମା ଧାରକଙ୍କୁ ଟର୍ମ ପ୍ଲନା ଭଳି ସୁବିଧା ମିଳିଥାଏ। ଏହି ରାଇଡରର ବିଶେଷତା ହେଲା ଯେ, ଯଦି ଆପଣ ଏହି ରାଇଡର ନେଇଥାନ୍ତି ତେବେ ଆପଣଙ୍କ ନୋମିନିଙ୍କୁ ସମ୍ ଆସ୍ୟୁର୍ଡ ତ’ ମିଳିବ ତା’ସହିତ ଆହୁରି କିଛି ରାଶି ମଧ୍ୟ ମିଳିଯାଏ।  ତେବେ ଏହି ଅତିରିକ୍ତ ଆୟ ରାଇଡରର ଦିଆଯାଇଥିବା ସର୍ତ୍ତ ଉପରେ ନିର୍ଭର କରିଥାଏ।

ମେଡିକାଲ ଇତିହାସର ପ୍ରିମିୟମ ନିର୍ଦ୍ଧାରଣରେ ମହତ୍ୱପୂର୍ଣ୍ଣ ଭୂମିକା

ଏଠାରେ ଜାଣି ରଖିବା ଆବଶ୍ୟକ ଯେ, ଆପଣଙ୍କ ମେଡିକାଲ ହିଷ୍ଟ୍ରି ଆପଣଙ୍କ ପ୍ରିମିୟମକୁ କମ, ବହୁତ କରିଥାଏ। ଯଦି ଆପଣ ସୁସ୍ଥ ଆପଣଙ୍କର କୌଣସି ବଡ଼ ରୋଗର ଇତିହାସ ନାହିଁ ତେବେ ବୀମା କମ୍ପାନି ଆପଣଙ୍କଠାରୁ କମ୍ ପ୍ରିମିୟମ ନେଇଥାନ୍ତି। କିନ୍ତୁ ଯଦି ଆପଣଙ୍କର ମେଡିକାଲ ହିଷ୍ଟ୍ରି ନକରାତ୍ମକ ହୋଇଥାଏ ଅର୍ଥାତ ଆପଣଙ୍କୁ କୌଣସି ବଡ଼ ରୋଗ ଦ୍ୱାରା ପିଡ଼ିତ ତେବେ ଆପଣଙ୍କୁ ଅତିରିକ୍ତ ପ୍ରିମିୟମ ଦେବାକୁ ପଡିଥାଏ। ଯାହାକୁ ବୀମା କଂପାନି ‘ଲେଣ୍ଡିଂ’ ବୋଲି କହିଥାନ୍ତି। ଏହସହ ଜଣେ ଧୂମପାନକାରୀ, ମଦ ପିଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅତିରିକ୍ତ ପ୍ରିମିୟମ ଦେବାକୁ ପଡ଼ିଥାଏ।