ୟୁଲିପର ଲାଭ-କ୍ଷତି ବାବଦରେ ଜାଣିବା ପରେ ହିଁ ନିଅନ୍ତୁ ପ୍ଲାନ୍..

ସେୟାରରୁ ମିଳୁଥିବା ଲାଭ ଉପରେ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ (LTCG) ଲାଗିଥାଏ। କିନ୍ତୁ ୟୁଲିପ ପ୍ଲାନ୍ ମାର୍କେଟ୍ ଲିଙ୍କଡ୍ ହୋଇଥିଲେ ମଧ୍ୟ ଏଥିରୁ ମିଳୁଥିବା ଲାଭ ଉପରେ ଏଲଟିସିଜି ଲାଗୁ ହୋଇନଥାଏ। ତେଣୁ ଏହାପ୍ରତି ଲୋକଙ୍କ ଆକର୍ଷଣ ଅଧିକ। ୟୁଲିପ୍ ଟ୍ୟାକ୍ସ ଫ୍ରି ହୋଇଥିବାରୁ ଅଧିକରୁ ଅଧିକ ନିବେଶକ ୟୁଲିପରେ ନିବେଶ କରିବାକୁ ଚାହାନ୍ତି। ଯଦି ଆପଣ ମଧ୍ୟ  ସେହି ନିବେଶକଙ୍କ ମଧ୍ୟରୁ ଜଣେ ତେବେ ପ୍ରଥମେ ନିଜକୁ ଏହି ୬ ପ୍ରଶ୍ନ ପଚାରନ୍ତୁ। ଏହି ୬ ପ୍ରଶ୍ନର ଉତ୍ତର ନିଜେ ନିଜକୁ ଦେବା ପରେ ୟୁଲିପରେ ନିବେଶ କରିବେ କି ନାହିଁ ତାହା ନିଷ୍ପତ୍ତି ନିଅନ୍ତୁ।

ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ବୀମା ରହିଛି କି?

ବୀମାର ନିୟମ ହେଉଛି ଆପଣ ନିଜ ବାର୍ଷିକ ଆୟର ୭ରୁ ୮ ଗୁଣ ଅଧିକ ବୀମା ନେବା ଉଚିତ। ଏମିତି ବି ହୋଇପାରେ କେବଳ ୟୁଲିପରୁ ଆପଣଙ୍କୁ ପର୍ଯ୍ୟାପ୍ତ ବୀମା ମିଳିବ ନାହିଁ। ତେଣୁ ପ୍ରଥମେ ଟର୍ମ ପ୍ଲାନ୍ ନିଅନ୍ତୁ। ଟର୍ମ ପ୍ଲାନ୍ ଆପଣଙ୍କ ବୀମା ଆବଶ୍ୟକତାକୁ କମ୍ ପ୍ରିମିୟମରେ ପୂରଣ କରିଥାଏ।

ଣ ଆପଣ ଜାଣିଛନ୍ତି କି ଏହା ଶେୟାର ମାର୍କେଟ୍ ସହ ଜଡିତ ଉତ୍ପାଦ?

ମ୍ୟୁଚୁଆଲ ଫଣ୍ଡ ଭଳି ୟୁଲିପ୍ ମଧ୍ୟ ସେୟାର ମାର୍କେଟ୍ ସହ ସମ୍ବନ୍ଧ ରଖେ। ଆପଣ ପ୍ରିମିୟମର ଗୋଟିଏ ଭାଗ ଇକ୍ୱିଟି କିମ୍ବା ଡେବ୍ଟ ଫଣ୍ଡରେ ନିବେଶ ହୋଇଥାଏ। ସେୟାର ମାର୍କେଟ ହେଉଛି ଅନିଶ୍ଚିତତାର ବଜାର। ସେୟାର ଯଦି ଭଲ ରିଟର୍ଣ୍ଣ ଦିଏ ତେବେ ମାର୍କେଟ୍ କ୍ରାସ କରିବାରେ ଆପଣଙ୍କ ନିବେଶ କମ ହେବାର କିମ୍ବା ଡୁବିବାର ସମ୍ଭାବାନ ମଧ୍ୟ ରହିଛି। କେବଳ ଇକ୍ୱିଟି ଫଣ୍ଡ୍‌ ନୁହେଁ ଡେବ୍ଟ ଫଣ୍ଡ୍‌ରେ ମଧ୍ୟ ଆପଣଙ୍କ ପୁଞ୍ଜି କମିବା ସମ୍ଭାବନା ଥାଏ।

ବର୍ଷ ଭଲ ରିଟର୍ଣ୍ଣ ପାଇବା ପାଇଁ ଯଥେଷ୍ଟ କି?
ୟୁଲିପର ଲକ୍ ଇନ୍ ପିରିୟଡ୍ ୫ ବର୍ଷର ହୋଇଥାଏ। ତେବେ ଏହାର ଅର୍ଥ ନୁହେଁ ଯେ, ଆପଣ ୫ରୁ ୬ ବର୍ଷ ଭିତରେ ଭଲ ରିଟର୍ଣ୍ଣ ପାଇଯିବ। ୟୁଲିପରେ ଅଧିକରୁ ଅଧିକ ରିଟର୍ଣ୍ଣ ପାଇଁ ଆପଣଙ୍କୁ ଅତିକମରେ ୧୦ରୁ ୧୨ ବର୍ଷ ନିବେଶ କରିବାକୁ ପଡ଼ିବ।

ସ୍ୱିଚ୍ ଓଭର ସୁବିଧା

ୟୁଲିପରେ ଗୋଟିଏ ଫଣ୍ଡ୍‌ରୁ ଆଉ ଗୋଟିଏ ଫଣ୍ଡ୍‌କୁ ଆପଣ ସ୍ୱିଚ୍ କରିପାରିବେ। ଏହା ୟୁଲିପର ସବୁଠୁ ବଡ଼ ସୁବିଧା। ଆପଣ ଇକ୍ୱିଟି ଫଣ୍ଡ୍‌ରୁ ବାହାରି ଯାଇଁ ଡେବ୍ଟ ଫଣ୍ଡ୍‌ରେ ନିବେଶ କରିପାରିବେ। କିମ୍ବା ଡେବ୍ଟ ଫଣ୍ଡ୍‌ରୁ ବାହାରି ଇକ୍ୱିଟି ଫଣ୍ଡ୍‌ରେ ନିବେଶ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିବ ନାହିଁ।

ପୂରା ଟର୍ମ ପାଇଁ ଆପଣ ପ୍ରିମିୟମ ଦେଇ ପାରିବେ କି?

ୟୁଲିପର ପୁରା ଫାଇଦା ପାଇଁ ଆପଣଙ୍କୁ ଲମ୍ବା ଅବଧିରେ ନିବେସ କରିବାକୁ ପଡ଼ିବ। ତେବେ ପ୍ରଶ୍ନ ହେଲା ଆପଣ ଲମ୍ବା ଅବଧି ପାଇଁ ନିୟମିତ ଭାବେ ନିବେଶ କରିପାରିବେ କି?  ଯଦି ଆପଣ ୫ରୁ ୧୨ ବର୍ଷ ପାଇଁ ନିୟମିତ ନିବେଶ କରିପାରିବେ, ତେବେ ଏହି ପ୍ଲାନକୁ ନିୟନ୍ତୁ। ଯଦି ଅତିକମରେ ୫ ବର୍ଷ ମଧ୍ୟ ନିୟମିତ ନିବେଶ କରିପାରିବେ ନାହିଁ ତେବେ ଏହି ପ୍ଲାନ ନେବାର କୌଣସି ଅର୍ଥ ନାହିଁ।

ଣ ଆପଣଙ୍କ ପାଖରେ ଟ୍ୟାକ୍ସ ନିୟମ ବାବଦର ତଥ୍ୟ ରହିଛି କି?

ୟୁଲିପ୍ ପ୍ଲାନ ଉପରେ ଟ୍ୟାକ୍ସ ଛାଡ଼ ପାଇବାକୁ ହେଲେ ଆପଣଙ୍କ ଲାଇଫ୍ କଭର ବାର୍ଷିକ ପ୍ରିମିୟମର ୧୦ ଗୁଣ ହେବା ଆବଶ୍ୟକ। ଯଦି ଲାଇଫ୍ କଭର ଏହାଠାରୁ କମ୍ ହୋଇଥାଏ ତେବେ ଆପଣଙ୍କୁ ନିବେଶ ଉପରେ କୌଣସି ଟ୍ୟାକ୍ସ ଛାଡ଼ ମିଳିବ ନାହିଁ କି ମ୍ୟାଚୁରିଟି ଉପରେ ମିଳିବାକୁ ଥିବା ରାଶି ଟ୍ୟାକ୍ସ ଫ୍ରି ହେବ ନାହିଁ। ଏହାକୁ ଧ୍ୟାନରେ ରଖି ୟୁଲିପ୍ ନିଅନ୍ତୁ। ନିଜ ବାର୍ଷିକ ପ୍ରିମିୟର ୧୦ ଗୁଣା ଲାଇଫ୍ କଭର ନେବାକୁ ନିର୍ଣ୍ଣୟ ନେଇ ୟୁଲିପ୍ ନିଅନ୍ତୁ ଓ ପୂରା ଫାଇଦା ଉଠାନ୍ତୁ।