ଅନଲାଇନରେ ଆଧାର ଠିକଣା ବଦଳାଇ ପାରିବେ, ଜାଣନ୍ତୁ କେମିତି?

ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଆହୁରି ଅନେକ ଜରୁରୀ କାମରେ ଆଧାର ନମ୍ବରର ଆବଶ୍ୟକତା ରହିଛି। ଏମିତିରେ ଆଧାର କାର୍ଡ ସୂଚନାରେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ମୁଣ୍ଡବିନ୍ଧା। ତେବେ ସରକାର ଆଧାର କାର୍ଡରେ ଠିକଣା ବଦଳାଇବାକୁ ଅଧିକ ସହଜ କରିଦେଇଛନ୍ତି। ଏବେ ଆପଣ ଅନଲାଇନରେ ସହଜରେ ଆଧାରରେ ଥିବା ଠିକଣାକୁ ବଦଳାଇ ପାରିବେ। ସେଲ୍ଫ ଡିକ୍ଲାରେସନ୍ ଫର୍ମ ଜରିଆରେ ଆପଣ ଏଥର ନିଜ ଠିକଣା ବଦଳାଇ ପାରିବେ। ଆସନ୍ତୁ ଜାଣିବା କେମିତି ଅନଲାଇନରେ ଆଧାର ଠିକଣା ବଦଳା ଯାଇପାରିବ।

ବ୍ୟାଙ୍କ ଖାତା ଖୋଲିବା ସହ ସେଇ ସବୁ କାମ କଠିନ ହୋଇଯାଇଥାଏ, ଯେଉଁଥିରେ ଆଧାର କାର୍ଡ ଦେବାକୁ ପଡିଥାଏ  ଓ ଆଧାର ଠିକଣା ଅନ୍ୟସ୍ଥାନର ହୋଇଥାଏ। କିନ୍ତୁ ନୂଆ ନିୟମ ଅନୂସାରେ ଏଭଳି ସ୍ଥିତିରେ ଆପଣଙ୍କୁ ନିଜ ଠିକଣା ବଦଳାଇବାକୁ ପଡ଼ିବ ନାହିଁ। ଆଧାର କାର୍ଡ ସହ ନୂଆ ଠିକଣାରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଦେଲେ ଆପଣଙ୍କ କାମ ହୋଇଯିବ।

ଏହି ନିୟମ କାରଣରୁ ଆଧାର କାର୍ଡର ଠିକଣା ବଦଳାଇବା ମଧ୍ୟ ସହଜ ହୋଇଯିବ। କାରଣ ଏବେ ୟୁଆଇଏଡିଆଇ ଆପଣଙ୍କଠାରୁ ସେଲ୍ଫ ଡିକ୍ଲାରେସନ୍ ଲେଟର ନେଇ ଠିକଣା ବଦଳାଇ ଦେବ। ଏଥିପାଇଁ ଆପଣଙ୍କୁ ଭଡ଼ା ଏଗ୍ରିମେଣ୍ଟ୍ କିମ୍ବା ଅନ୍ୟ ଲିଷ୍ଟେଡ୍ ଦସ୍ତାବିଜ୍ ଦେବାକୁ ପଡ଼ିବ ନାହିଁ। ଅର୍ଥାତ ଏବେ ଆପଣ ଆଧାର କେନ୍ଦ୍ରକୁ ଯାଇ ସେଲ୍ଫ ଡିକ୍ଲାରେସନ୍ ଲେଟର ସହ ଠିକଣା ବଦଳାଇ ପାରିବେ।

ଆଶା କରାଯାଉଛି ଯେ, ସେଲ୍ଫ ଡିକ୍ଲାରେସନ୍ ଜରିଆରେ ଅନଲାଇନ୍ ଠିକଣା ପରିବର୍ତ୍ତନର ସୁବିଧା ମଧ୍ୟ ମିଳିବ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅନଲାଇନ୍ ଓ ଅଫ୍ ଲାଇନ୍ ଠିକଣା ପରିବର୍ତ୍ତନ ପାଇଁ ସମାନ ଦସ୍ତାବିଜ୍ ଦେବାକୁ ପଡୁଥିଲା। ଆସନ୍ତୁ ଜାଣିବା କେମିତି ଅନଲାଇନରେ ଆଧାର ଠିକଣା ପରିବର୍ତ୍ତନ କରାଯାଇ ପାରିବ।

୧. ସର୍ବପ୍ରଥମେ UIDAIର ଅଫିସିଆଲ ୱେବସାଇଟ uidai.gov.inକୁ ଯାଆନ୍ତୁ। ସେଠାରେ  My Aadhaar ଟ୍ୟାବକୁ ଯାଆନ୍ତୁ। ଡ୍ରପ୍ ଡାଉନର ଦ୍ୱିତୀୟ ଟ୍ୟାବ୍  Update Your Aadhaarକୁ ଯାଇ ଡ୍ରପଡାଉନର ତୃତୀୟ ବିକଳ୍ପ  Update your address online ଉପରେ କ୍ଲିକ୍ କରନ୍ତୁ।

୨. ଏହି ପେଜରେ ସର୍ବ ପ୍ରଥମେ ନିଜ ଆଧାର ନମ୍ବର, ତା’ପରେ କାପଚା ଭେରିଫିକେସନ୍ ପୂରଣ କରି ତଳେ ଥିବା  Send OTP କୁ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।  ଏହାପରେ Enter OTP/TOTP ରେ 6 ଅଙ୍କ ବିଶିଷ୍ଟ ଓଟିପି ଲେଖନ୍ତୁ ଓ ତା’ପରେ ଲଗ୍ ଇନ୍ କରନ୍ତୁ।

୩. ଏହି ପେଜ୍‌ରେ ବର୍ତ୍ତମାନ  Update Address via Address Proof, Update Address via Secret Codeର ବିକଳ୍ପ ଦିଆଯାଇଛି। ଆଡ୍ରେସ ପ୍ରୁଫର ବିକଳ୍ପ ବାଛିଲେ ଆପଣଙ୍କୁ ନୂଆ ପେଜରେ ନୂଆ ଆଡ୍ରେସର ବିବରଣୀ ଦେବାକୁ ପଡ଼ିବ। ଏହାପରେ ଉଚିତ ଦସ୍ତାବିଜର ଚିତ୍ରକୁ ଅପଲୋଡ୍ କରିବାକୁ ପଡ଼ିବ।

ଦ୍ୱିତୀୟ ବିକଳ୍ପରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଜରିଆରେ ଆଧାର ଆଡ୍ରେସ ପରିବର୍ତ୍ତନର କରାଯାଇପାରିବ।  ଯେଉଁମାନେ କୌଣସି ସଂପର୍କୀୟ କିମ୍ବା ପରିଚିତଙ୍କ ଠିକଣା ଆଧାର ଆଡ୍ରେସ ଭାବେ ଦେବାକୁ ଚାହାନ୍ତି, ସେମାନଙ୍କୁ UIDAI ଦ୍ୱାରା ପଠାଯାଇଥିବା କୋଡ୍‌ର ବ୍ୟବହାର କରିବାକୁ ପଡ଼େ। ସମ୍ଭବତଃ ନୂଆ ନିୟମ ଅନ୍ତର୍ଗତରେ ଏଠାରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଜରିଆରେ ଆଧାର ଆଡ୍ରେସ ପରିବର୍ତ୍ତନର ବିକଳ୍ପ ମିଳିବ କିମ୍ବା ପ୍ରମାଣ ପାଇଁ ନିର୍ଦ୍ଧାରିତ ଦସ୍ତାବିଜ ସୂଚିରେ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଯୋଡ଼ା ହେବ।

୪. ଏଥର ଆପଣ ନୂଆ ବିକଳ୍ପ ଉପରେ କ୍ଲିକ୍ କରି ଆଗ ପ୍ରକ୍ରିୟାକୁ ପୁରା କରିପାରିବେ। ଆପଣଙ୍କ ଏହି ଅନଲାଇନ୍ ଆବେଦନର ଯାଞ୍ଚ ପରେ ଆଧାର କାର୍ଡରେ ଠିକଣା ବଦଳାଇ ଦିଆଯିବ ଓ ନୂଆ କାର୍ଡ ଆପଣଙ୍କ ନୂଆ ଠିକଣାରେ ପହଞ୍ଚିବ।