ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ସାଓମିର ଅନ୍ୟ ଏକ ବ୍ରାଣ୍ଡ୍‌ Poco ଆସନ୍ତା ବର୍ଷ ଏକ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏନେଇ ନିକଟରେ କମ୍ପାନିର ଗ୍ଲୋବାଲ୍‌ ହେଡ୍‌ ଅଲ୍‌ଭିନ୍‌ ସେ’ ଇଶାରା ଦେଇଛନ୍ତି। Poco F1 ସ୍ମାର୍ଟଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ତେବେ ଏହାର ଅପ୍‌ଗ୍ରେଡେଡ୍‌ ଭର୍ସନ Poco F2 ଲଞ୍ଚ୍‌ ହେବା ନେଇ ଆଶଙ୍କା କରାଯାଉଛି।

୨୦୧୮ ମସିହାରେ ଭାରତରେ ଲଞ୍ଚ୍‌ କରାଯାଇଥିବା Poco F1 ସ୍ମାର୍ଟଫୋନ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। କମ୍‌ ଦାମ୍‌ରେ ଏହି ସ୍ମାର୍ଟଫୋନ୍‌ରେ ଶକ୍ତିଶାଳୀ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ ୮୪୫ ପ୍ରୋସେସର ଦିଆଯାଇଥିଲା। ବର୍ତ୍ତମାନ ମଧ୍ୟ ଭାରତୀୟ ବଜାରରେ ଏହାର ଚାହିଦା ରହିଛି। ବର୍ତ୍ତମାନ Poco F2 ସ୍ମାର୍ଟଫୋନ୍‌ର ଲଞ୍ଚ୍‌ ଖବର ଶୁଣି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଏନେଇ ପୋକୋଫୋନ୍‌ ପକ୍ଷରୁ ଟୁଇଟ୍‌ କରାଯାଇ ସୂଚନା ଦିଆଯାଇଥିଲା। ୨୦୨୦ରେ Pocoର ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହେବାନେଇ କମ୍ପାନି ଟୁଇଟ୍‌ରେ ଲେଖିଥିଲା। ତେବେ କିଛି ସମୟ ପରେ ଏହି ଟୁଇଟ୍‌କୁ ଡିଲିଟ୍‌ କରିଦିଆଯାଇଛି। କମ୍ପାନି କାହିଁକି ଏହି ଟୁଇଟ୍‌କୁ ଡିଲିଟ୍‌ କଲା, ସେନେଇ କୌଣସି ସୂଚନା ମିଳିପାରି ନାହିଁ। ହୋଇପାରେ ଚଳିତବର୍ଷ ଶେଷଭାଗରେ Poco F2 ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଦିଆଯାଇପାରେ।