ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ

home loan

ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ’ଣ ଅଛି? କଣ ବିକଳ୍ପ ରହିଛି ଯାହାକୁ ବ୍ୟବହାର କରି ଆପଣ ଏହି ଅସୁବିଧାରୁ ମୁକ୍ତ ହୋଇ ପାରିବେ?

  • ହୋମ୍ ଲୋନ୍

ଯେପର୍ଯ୍ୟନ୍ତ ଆପଣ ହୋମ୍ ଲୋନ୍ ପୁରା ଶୁଝି ନାହାନ୍ତି ସେ ପର୍ଯ୍ୟନ୍ତ ଘରର ମାଲିକାନା ବ୍ୟାଙ୍କ ପାଖରେ ଥାଏ। ଲୋନ୍ ଶୁଝାହେବା ପରେ ହିଁ ଘର ଆପଣଙ୍କ ନାମକୁ ଆସେ। ବିଶେଷଜ୍ଞଙ୍କ କହିବା ହେଲା ଯଦି ଆପଣ ଲଗାତର ତିନି ମାସ ଇଏମଆଇ ନଦିଅନ୍ତି ତେବେ ବ୍ୟାଙ୍କ ତରଫରୁ ଆପଣଙ୍କୁ ନୋଟିସ ମିଳେ। ସାଧାରଣତଃ ବିଶେଷଜ୍ଞଙ୍କ ଏହା କହିବା ହେଉଛି ଯେ, ନୋଟିସ ପଠାଇ ବ୍ୟାଙ୍କ୍ ଏହା ଜାଣିବାକୁ ଚାହେଁ ଯେ,ଆପଣ  ଲୋନ୍ ଶୁଝିବାକୁ ନେଇ କେତେ ସିରିୟସ ଅଛନ୍ତି। କିମ୍ବା ଶୁଝିବାକୁ ଚାହୁଁଛନ୍ତି କି ନାହିଁ। ଯଦି ଆପଣଙ୍କର କୌଣସି ଆର୍ଥିକ ସମସ୍ୟ ଅଛି ତେବେ ଆପଣ ବ୍ୟାଙ୍କକୁ ଏବାବଦରେ ଜଣାଇ ଦିଅନ୍ତୁ। ନୋଟିସ ମିଳିବା ପରେ ଆପଣଙ୍କୁ ବକେୟା ଟଙ୍କା ଦେବାକୁ ୬୦ ଦିନ ସମୟ ମିଳେ। ଏହି ନୋଟିସର ଯବାବ ଦେବାକୁ ଆପଣଙ୍କୁ ୩୦ ଦିନ ସମୟ ମିଳିଥାଏ। ମୋଟାମୋଟି ଭାବେ ଆପଣଙ୍କୁ ଲୋନ୍ ଶୁଝିବାକୁ ୯୦ ଦିନର ସମୟ ମିଳିଥାଏ। ତିନି ମାସ ପରେ ମଧ୍ୟ ଯଦି ଆପଣ ଲୋନ୍ ନଶୁଝନ୍ତି ତେବେ ବ୍ୟାଙ୍କ ଆପଣଙ୍କ ସମ୍ପତ୍ତି ନିଲାମ କରିବା ଅଧିକାର ପାଏ।

emergency fund

  • ଏମରଜେନ୍ସି ଫଣ୍ଡର ଉପଯୋଗ

ସବୁବେଳେ ଗୋଟିଏ ଏମରଜେନ୍ସି ଫଣ୍ଡ ରଖିଥାନ୍ତୁ। ଧରନ୍ତୁ ଆପଣଙ୍କ ସହ କିଛି ଅଘଟଣ ଘଟେ କିମ୍ବା ହଠାତ୍ ଆପଣଙ୍କ ଚାକିରି ଚାଲିଗଲା,ତେବେ ଆପଣଙ୍କୁ ଇଏମଆଇ ଦେବାରେ ଅସୁବିଧା ହୋଇପାରେ। ଏମିତିରେ ଏମରଜେନ୍ସୀ ଫଣ୍ଡ ଆପଣଙ୍କ କାମରେ ଆସି। ଏମରଜେନ୍ସୀ ଫଣ୍ଡ୍ ସବୁବେଳେ ଆପଣଙ୍କ ଦରମାର ୬ ଗୁଣ ହୋଇଥିବା ଆବଶ୍ୟକ। ଏହି ଏମରଜେନ୍ସୀ ଫଣ୍ଡ ଜରିଆରେ ଆପଣ ନିଜ ଇଏଆଇ ଦେଇପାରିବେ।

  • ଲୋନର ଇନସ୍ୟୁରାନ୍ସ କରାନ୍ତୁ

ଲୋନର ବୀମା କରିବା ଦ୍ୱାରା କିଛି ଆଶ୍ୱସ୍ତି ମିଳିବ। ଯେତେବେଳେ ଆପଣ ଗୋଟିଏ କି ଦୁଇ ମାସର ଇଏମଆଇ ଦେଇ ପାରନ୍ତି ନାହିଁ ସେତେବେଳେ ଏହି ବୀମା ଆପଣଙ୍କ କାମରେ ଆସେ

  • ନିଜ ସମ୍ପତିରୁ ଫଣ୍ଡ ଯୋଗାଡ କରନ୍ତୁ

ସାଧାରଣତଃ ଘରେ ନଗଦ ଟଙ୍କାର ଅଭାବ ଦେଖାଯାଇଥାଏ। କିନ୍ତୁ ଆପଣଙ୍କ ପାଖରେ ଅଲଗା ସମ୍ପତି ଥାଏ। ଏଭଳି ପରିସ୍ଥିତିରେ ଆପଣ ଦେଖନ୍ତୁ ଯେ,ଏମିତି କେଉଁ ସମ୍ପତି ଅଛି ଯାହା ମୁଲ୍ୟବାନ କିନ୍ତୁ କିଛି କାମରେ ଆସୁନାହିଁ କିମ୍ବା ତା‘ର ଉତ୍ପାଦକତା ନାହିଁ। ଏମିତିରେ ଆପଣ ସେହି ସମ୍ପତିକୁ ବିକ୍ରି କରି ଲୋନ୍ ଶୁଝି ପାରିବେ। କାରଣ ଆପଣଙ୍କ ସମ୍ପତି ଭିତରେ ଗହଣା,କାର କିମ୍ବା ଜମି ଥାଇପାରେ,ଯାହାକୁ ବିକ୍ରି କରି ଲୋନ୍ ଶୁଝା ଯାଇପାରେ।

bank

  • ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ

ଆପଣ ଯେଉଁ ବ୍ୟାଙ୍କରୁ ଲୋନ୍ ନେଇଛନ୍ତି ଥରେ ସେଇ ବ୍ୟାଙ୍କର ମ୍ୟାନେଜରଙ୍କ ସହ ସମ୍ପର୍କ କରନ୍ତୁ। ତାଙ୍କୁ ଭେଟନ୍ତୁ ଓ ନିଜ ଅସୁବିଧା କଥା କୁହନ୍ତୁ। ତାଙ୍କୁ କୁହନ୍ତୁ ଯେ, ଆପଣ ଲୋନ୍ ଶୁଝିବାକୁ ଚାହୁଁଛନ୍ତି କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରେ। କିଛି କାରଣରୁ ଲୋନ୍ ସୁଝି ପାରୁନାହାନ୍ତି। ମ୍ୟାନେଜରଙ୍କୁ ଲୋନ୍ ଇଏମଆଇ ହୋଲ୍ଡ କରିବା ପାଇଁ ଅନୁରୋଧ କରନ୍ତୁ। ଯେମିତି ଆପଣଙ୍କ ପାଖରେ ଟଙ୍କା ହୋଇଯିବ ସେମିତି ଲୋନ୍ ଶୁଝି ଦିଅନ୍ତୁ। କାରଣ ତିନି ମାସ ପର୍ଯ୍ୟନ୍ତ ଲୋନ୍ ନଶୁଝିଲେ ଆପଣଙ୍କ କ୍ରେଡିଟ୍ ସ୍କୋର ଖରାପ ହେବ। ଭବିଷ୍ୟତରେ ଆପଣଙ୍କୁ ଲୋନ୍ ମିଳିବାରେ ଅସୁବିଧା ହେବ। କିମ୍ବା ମିଳିଲେ ମଧ୍ୟ ଆପଣଙ୍କ କ୍ରେଡିଟ୍ କାର୍ଡ୍ ସ୍କୋର ପାଇଁ ସୁଧ ହାର ଅଧିକ ରହିବ।