ଆଜିର ଦିନରେ ଆଧାରକାର୍ଡ ଭାରତରେ ଏକ ପ୍ରମୁଖ ପରିଚୟ ପତ୍ରର ମାନ୍ୟତା ପାଇଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏହି ପରିଚୟ ପତ୍ର ରହିଥିବା ଦେଖିବାକୁ ମିଳେ। ତେବେ ଆଧାରକାର୍ଡକୁ ନେଇ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି।

ଯଦି ଆପଣଙ୍କ ଆଧାରକାର୍ଡ ଛୋଟ ବେଳେ ଅର୍ଥାତ୍‌ ୧୫ ବର୍ଷ ବୟସ ପୂର୍ବରୁ କରିଛନ୍ତି, ତେବେ ତୁରନ୍ତ ନିଜ ଆଧାରକାର୍ଡକୁ ଅପଡେଟ୍ କରାଇଦିଅନ୍ତୁ। ସରକାରଙ୍କ ପକ୍ଷରୁ ଏହା ବାଧ୍ୟତାମୂଳକ କରାଯାଇଛି।

aadhar-card

UIDAIର ନିୟମ ଅନୁସାରେ ପ୍ରତି ୫ରୁ ୧୫ବର୍ଷର ଶିଶୁ ଯେଉଁମାନଙ୍କ ପାଖରେ ଆଧାରକାର୍ଡ ଅଛି, ସେମାନେ ୧୫ବର୍ଷ ବୟସ ଅତିକ୍ରମ କରିଲା ପରେ ନିଜର ଫ୍ରିଙ୍ଗରପ୍ରିଣ୍ଟ ଓ ଫଟୋକୁ ଆଧାରକାର୍ଡରେ ଅପଡେଟ୍ କରିଦେବା ବାଧ୍ୟତାମୂଳକ ରହିଛି। ନଚେତ୍ ଆଧାରକାର୍ଡ ସମ୍ବନ୍ଧିତ ଅନେକ ସମସ୍ୟା ଦେଖାଯାଇପାରେ।