ଇନକମ୍ ଷ୍ଟେଜରେ ରିସ୍କ ନିଅନ୍ତୁ,ଫ୍ୟାମିଲି ଷ୍ଚେଜରେ ଟିକେ ସମ୍ଭାଳିକି ନିବେଶ କରନ୍ତୁ …

investment

ଜୀବନର ଅଲଗା ଅଲଗା ଷ୍ଟେଜରେ ବଦଳୁଥିବା ଳକ୍ଷ୍ୟ ଅନୁସାରେ ନିବେଶରେ ପରିବର୍ତ୍ତନ ଆବଶ୍ୟକ। ଫାଇନାନସିଆଲ ପ୍ଲାନର ମାନେ ଜୀବନକୁ ତିନୋଟି ଭାଗରେ ବିଭକ୍ତ କରନ୍ତି। ପ୍ରଥମ ଷ୍ଟେଜ୍ ୨୧ରୁ ୪୦ ବର୍ଷ। ପ୍ରଥମ ଷ୍ଟେଜ ହାଇ ଇନକମ, ଗ୍ରୋଥର ସମୟ। ଦ୍ୱିତୀୟ ଷ୍ଟେଜ୍ ୪୧ରୁ ୫୫ ବର୍ଷ। ଦ୍ୱିତୀୟ ଷ୍ଟେଜ ମଧ୍ୟମ ଗ୍ରୋଥ୍ ଫ୍ୟାମିଲି ପାଇଁ ଉଦ୍ଧିଷ୍ଟ। ତୃତୀୟ ଷ୍ଟେଜ୍ ୫୫ରୁ ଆରମ୍ଭ ହୁଏ।

  • ଇନକମ୍ ଷ୍ଟେଜ ପୋର୍ଟଫୋଲିଓରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ ସାମିଲ ହେବା ଜରୁରି,ଯେମିତି ଧନ ବଢିବ
  • ଫ୍ୟାମିଲି ଷ୍ଟେଜରେ ପିଲାଙ୍କ ପଢା, ଫ୍ୟାମିଲି ଟ୍ରିପ୍,ଗାଡି,ଘର ଆଦି ପାଇଁ ଅର୍ଥ ଜମା କରିବା ଅଧିକାଂଶ ଲୋକଙ୍କ ଲକ୍ଷ୍ୟ ହୋଇଥାଏ
  • ଶେଷ ଚରଣ ହେଉଛି ରିଟାୟରମେଣ୍ଟ, ଯେତେବେଳେ ଆପଣ ନିବେଶ କଲାବେଳେ ଅଧିକ ରିସ୍କ ନେବା ଠିକ୍ ହେବ ନାହିଁ

ଫାଇନାନ୍ସ ପ୍ଲାନିଂର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଇନଭେଷ୍ଟମେଣ୍ଟ ପୋର୍ଟଫୋଲିଓର ସମୀକ୍ଷା। ଜୀବନର ବିଭିନ୍ନ ଚରଣ ବା ଷ୍ଟେଜରେ ଆପଣଙ୍କୁ ନିବେଶର ଅଲଗା ଅଲଗା ତରିକା ଆପଣାଇବାକୁ ପଡିଥାଏ। ଯୁବାବସ୍ଥାରେ ଆପଣ ଯେମିତି ନିବେଶ କରନ୍ତି ରିଟାୟରମେଣ୍ଟ ପରେ ସେମିତି ନିବେଶ କରିପାରିବେ ନାହିଁ କିମ୍ବା ସେମିତି କରିବା ମଧ୍ୟ ସୁରକ୍ଷିତ ନୁହେଁ। ତେଣୁ ଫାଇନାନ୍ସ ପ୍ଲାନର ଜୀବନର ତିନି ଷ୍ଟେଜରେ କେମିତି ନିବେଶ କରିବେ ତାହା କୁହନ୍ତି।

high income

ଯୁବାବସ୍ଥା: ହାଇ ରିସ୍କ, ହାଇ ଇନକମ୍

ଜଣେ ନିବେଶକଙ୍କ ପ୍ରଥମ ଷ୍ଟେଜ୍ ହେଉଛି ୨୧ରୁ ୪୦ ବର୍ଷ। ଏହି ସମୟରେ ଆପଣଙ୍କ ଉପରେ ବୋଝ ନଥାଏ। ଆର୍ଥିକ ବୋଝ ନଥିବା ହେତୁ ଆପଣଙ୍କ ପାଖରେ ରିସ୍କ ନେବାର ସୁଯୋଗ ଥାଏ। ଏହା ମଧ୍ୟ ଏମିତି ଗୋଟିଏ ସମୟ ଯେତେବେଳେ ଆପଣଙ୍କ ଫ୍ୟାମିଲି ବଜେଟ୍ କମ ହୋଇଥାଏ। କଲେଜ୍ ପରେ ଆରମ୍ଭ ହେଉଥିବା ଏହି ଷ୍ଟେଜକୁ ଇନକମ୍ ଷ୍ଟେଜ୍ ବୋଲି କୁହାଯାଏ। ଆର୍ଥିକ ଓ ପାରିବାରିକ ବୋଝ ନଥିବାରୁ ଏହି ସମୟରେ ହିଁ ଜଣେ ଅଧିକ ସେଭିଂ କରିପାରିଥାଏ। ତେଣୁ ଫାଇନାନସିଆଲ୍ ପ୍ଲାନରଙ୍କ ଅନୁସାରେ ଏହି ସମୟରେ ଜଣେ ନିବେଶକଙ୍କ ପୋର୍ଟଫୋଲିଓରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍ ସାମିଲ ହେବା ଜରୁରୀ। ଏହାଦ୍ୱାର ସମ୍ପତି ବଢିଥାଏ। ଏହି ସମୟରେ ଆପଣ ନିଜ ନିବେଶ ଅଭ୍ୟାସକୁ ଅନୁଶାସିତ କରିବା ପାଇଁ ଏସ୍ ଆଇ ପି ରାସ୍ତା ଆପଣାଇବା ଉଚିତ।

ଇନକମ୍ ଷ୍ଟେଜ ପୋର୍ଟଫୋଲିଓ: ଇକ୍ୱିଟି ୬୦ ପ୍ରତିଶତ,ଡେଟ୍ ୧୦ ପ୍ରତିଶତ, ରିୟଲ ଇଷ୍ଟେଟ୍ ୩୦ ପ୍ରତିଶତ ହେବା ଆବଶ୍ୟକ

ଫ୍ୟାମିଲି ଷ୍ଟେଜ୍

ଇନକମ୍ ଷ୍ଟେଜ ପରେ ଆସେ ଫ୍ୟାମିଲି ଷ୍ଟେଜ୍। ଏହି ଷ୍ଚେଜ ୪୧ରୁ ୫୫ ବର୍ଷ ପର୍ଯ୍ୟନ୍ତ ରୁହେ। ଏହି ଷ୍ଟେଜକୁ ଆସିବା ବେଳକୁ ସମ୍ଭବତଃ ଆପଣ ନିଜ ପରିବାର ବନାଇ ସାରିଥିବେ। ଆପଣଙ୍କ ପିଲା ପାଠ ପଢୁଥିବେ। ଆପଣ ଘର କିଣି ସାରିଥିବେ କିମ୍ବା କିଣିବା ପାଇଁ ପ୍ଲାନିଂ କରୁଥିବେ। ମୋଟାମୋଟି ଭାବେ ଏହି ଚରଣରେ ଆପଣଙ୍କ ଆୟ ଓ ଖର୍ଚ୍ଚ ବଢି ସାରିଥିବ। ଘର,ଗାଡି, ପିଲାଙ୍କ ଭବିଷ୍ୟତ ଏହି ଷ୍ଟେଜରେ ଅଧିକାଂଶଙ୍କ ଲକ୍ଷ୍ୟ ହୋଇଥାଏ। ହେଲଥ ଇନସ୍ୟୁରାନ୍ସ ଓ ଟର୍ମ ଇନସ୍ୟୁରାନ୍ସକୁ ଏହି ଷ୍ଟେଜରେ ଜାରି ରଖିବା ସହ ଏକ ଏମରଜେନ୍ସୀ ଫଣ୍ଡ୍ ମଧ୍ୟ ସୃଷ୍ଟି କରିବାକୁ ପଡିବ। ଏହି ଷ୍ଚେଜରେ ନିବେଶ କରିବା ସମୟରେ ଫାଇନାନ୍ସ ପ୍ଲାନରଙ୍କ ସହ ପରାମର୍ଶ କରି ନିବେଶ କରିବା ଉଚିତ ବୋଲି ବିଶେଷଜ୍ଞ କୁହନ୍ତି।

ଫ୍ୟାମିଲି ଷ୍ଟେଜରେ ପୋର୍ଟଫୋଲିଓ: ଇକ୍ୱିଟି ୫୦ ପ୍ରତିଶତ,ଡେଟ୍ ୨୫ ପ୍ରତିଶତ,ରିୟଲ ଇଷ୍ଟେଟ୍ ୨୦ ପ୍ରତିଶତ ଏବଂ ସୁନା ୫ ପ୍ରତିଶତ

retirement plan

ରିଟାୟରମେଣ୍ଟ ଷ୍ଟେଜ୍

ବୋନସ ସାହାଯ୍ୟରେ ଫ୍ୟାମିଲି ଷ୍ଚେଜରେ ହୋମ୍ ଲୋନ୍ ଶୁଝିବାକୁ ଚେଷ୍ଟା କରିବା ଉଚିତ। ଏହି ଷ୍ଚେଜ ସରି ସରି ଆସିବା ବେଳକୁ ନିବେଶକଙ୍କୁ ନିଜ ପୋର୍ଟଫୋଲିଓର ସମୀକ୍ଷା କରିବା ଉଚିତ। ଡେଟ୍ ଫଣ୍ଡରେ ନିବେଶ ବଢାଇବା ଆବଶ୍ୟକ। ରିଟାୟରମେଣ୍ଟ୍ ଷ୍ଟଜରେ ଆପଣଙ୍କୁ ନିଜ ଇଛାପତ୍ର ବା ୱିଲ୍ ଉପରେ କାମ ଆରମ୍ଭ କରିବା ଉଚିତ।