ଅଫ୍ ଲାଇନ୍ ଟ୍ରେଡ ପାଇଁ ବ୍ରୋକରଙ୍କୁ କେବେ ମଧ୍ୟ ଦିଅନ୍ତୁ ନାହିଁ ଦସ୍ତଖସ୍ତ ବିଶିଷ୍ଟ ଇନଷ୍ଟ୍ରକସନ ସ୍ଲିପ୍

karvy stock broking sebi

କର୍ଭି ଷ୍ଟକ୍ ବ୍ରୋକିଂ ସେବି ନିଶାନାରେ ଅଛି। ଗତ ସପ୍ତାହରେ ସେବି କର୍ଭି ଉପରେ ପ୍ରତିବନ୍ଧକ ଲଗାଇଛି। କାରଣ ହେଉଛି କର୍ଭି ନିଜ ଗ୍ରାହକଙ୍କ ବିନା ଅନୁମତିରେ ସେମାନଙ୍କ ସେୟାରକୁ ବନ୍ଧକ ରଖିଥିଲା। ଏହାସହ ୧୦୯୬ କୋଟି ମୁଲ୍ୟର ପ୍ରତିଭୂତି (ସିକ୍ୟୁରିଟି) ଏହା ନିଜର ଗ୍ରୁପ କମ୍ପାନି କର୍ଭି ରିୟଲିଟି ପ୍ରାଇଭେଟକୁ ଟ୍ରାନସଫର କରିଥିଲା। ଏହି ପ୍ରସଙ୍ଗ ଛୋଟ ନିବେଶକଙ୍କୁ ଚିନ୍ତିତ କରି ଦେଇଛି। ଜଣେ ନିବେଶକ ନିଜ ବ୍ରୋକରଙ୍କୁ କେତେ ବିଶ୍ୱାସ କରି ପାରିବ? କାର୍ଭି କାଣ୍ଡ ପରେ ଏହି ପ୍ରଶ୍ନ ଉଠୁଛି। ଜଣେ ନିବେଶକଙ୍କ ହୋଲ୍ଡିଂ କେତେ ସୁରକ୍ଷିତ? ନିବେଶକଙ୍କ ପାଖରେ ରାସ୍ତା କ’ଣ ରହିଛି?

karvi demat account

କର୍ଭିରୁ ଡିମାଟ୍ ଆକାଉଣ୍ଟ୍ ବନ୍ଦ କରନ୍ତୁ

ଯଦି କର୍ଭିରେ ଆପଣଙ୍କର ଡିମାଟ୍ ଆକାଉଣ୍ଟ ରହିଛି ତେବେ ନିଜ ସେୟାର ଟ୍ରାନସଫର କରି ତୁରନ୍ତ ତାକୁ ବନ୍ଦ କରିଦିଅନ୍ତୁ। ଏହି ସେୟାର ଟ୍ରାନ୍ସଫର ଅଫ୍ ମାର୍କେଟ ହେବ। ନିବେଶକଙ୍କୁ ଏଥିଲାଗି କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। କିଛି ବଛାବଛା ସିକ୍ୟରୁଟିଜ୍ (ପ୍ରତିଭୁତି)କୁ ଟ୍ରାନ୍ସଫର କରିବା ପାଇଁ ଚାର୍ଜେସ୍ ଦେବାକୁ ପଡିଥାଏ। କିନ୍ତୁ ସବୁ ସିକ୍ୟୁରିଟିକୁ ଟ୍ରାନସଫର କରିବାକୁ ଚାର୍ଜ ଦେବାକୁ ପଡେ ନାହିଁ।

ସେବି ପାୱାର ଅଫ ଅଟର୍ଣିର ଡ୍ରାଫ୍ଟିଙ୍ଗରେ ଥିବା ନିୟମକୁ ମାନକ ବନାଇଥିବାରୁ ଏବେ ଏଭଳି ଠକେଇର ସମ୍ଭାବନା ବହୁତ କମ। ତଥାପି ନିବେଶକଙ୍କୁ ସାବଧାନ ରହିବାକୁ ପଡିବ। କାରଣ ଧୋକାବାଜ ବ୍ରୋକର ସିଷ୍ଚମରେ ଏଭଳି ଛିଦ୍ର ଖୋଜି ନିଅନ୍ତି ଯାହାଦ୍ୱାରା ସେମାନେ ଠକେଇ କରିପାରନ୍ତି।

hack while pay online
ଠକେଇର ଶିକାର କେମିତି ହେବେ ନାହିଁ
  1. ଡିପୋଜିଟାରୀଙ୍କ ନିକଟରେ ମୋବାଇଲ ନମ୍ବର ଓ ଇମେଲ ସବୁବେଳେ ଅପଡେଟ୍ ରଖନ୍ତୁ
  2. ପ୍ରତି ଟ୍ରାଂଜକସନ ପରେ ଡିପୋଜିଟାରୀ ପାଖରୁ ଆସୁଥିବା ମେସେଜ୍,ଇମେଲ ଷ୍ଟେଟମେଣ୍ଟ ପଢନ୍ତୁ
  3. ଅତିକମରେ ୯୦ ଦିନରେ ଥରୁଟିଏ ଲେଜର ବାଲାଂସ ଓ ଷ୍ଟକ୍ ଷ୍ଟେଟମେଣ୍ଟ ମାଗନ୍ତୁ
  4. ଠକେଇ କିମ୍ବା ବ୍ରୋକର କୌଣସି ପଦକ୍ଷେପ ନନେଲେ ଡିପୋଜିଟାରୀ ପାଖରେ ତୁରନ୍ତ ଅଭିଯୋଗ କରନ୍ତୁ
  5. ବ୍ରୋକିଂ ଆକାଉଣ୍ଟରେ ଅତିରିକ୍ତ ଧନ ରଖନ୍ତୁ ନାହିଁ
  6. ସେୟାର କିଣିବା ସମୟରେ ହିଁ ସେଭିଂ ଆକାଉଣ୍ଟରୁ ଟଙ୍କା ଟ୍ରାନସଫର କରନ୍ତୁ
  7. ଅଫ୍ ଲାଇନ୍ ଟ୍ରେଡ୍ ପାଇଁ ବ୍ରୋକର ପାଖରେ ଦସ୍ତଖସ୍ତ ଥିବା ଡେଲିଭରି ଇନଷ୍ଟ୍ରକସନ ସ୍ଲିପ୍ ରଖନ୍ତୁ ନାହିଁ
  8. 8.ଅତିରିକ୍ତ ସୁରକ୍ଷା ପାଇଁ ବ୍ୟାଙ୍କିଙ୍ଗ୍ ବ୍ରୋକରଙ୍କ ପାଖରେ ହିଁ ଡିମାଟ୍ ଆକାଉଣ୍ଟ୍ ଖୋଲନ୍ତୁ
  9. ବ୍ରୋକରର ଆର୍ଥିକ ସ୍ୱାସ୍ଥ୍ୟ ବାବଦରେ ସୂଚନା ରଖନ୍ତୁ
  10. ନିୟମିତ ଭାବେ ନିଜ ହୋଲ୍ଡିଂକୁ ଡିପୋଜିଟାରି ଷ୍ଟେଟମେଣ୍ଟ୍ ସହ ମିଶାନ୍ତୁ
  11. ଏନଏସଡିଏଲ କିମ୍ବା ସିଡିଏସଏଲ ପୋର୍ଟାଲରେ ନିଜକୁ ପଂଜିକୃତ କରାନ୍ତୁ