ବର୍ଷ ବର୍ଷ ଧରି ଟ୍ୟାକ୍ସ ସେଭିଂ ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହୋଇ ଆସିଛି।

tax

ଏମିତିରେ ଟ୍ୟାକ୍ସ ସେଭିଂ ବିକଳ୍ପ ବହୁତ ରହିଛି, ଯେମିତି ନ୍ୟାସନାଲ ପେନସନ ସିଷ୍ଟମ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍,ପିପିଏଫ ଇତ୍ୟାଦି। ତେବେ ଏସବୁ ମଧ୍ୟରେ ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ଇଏଲଏସଏସ) ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଟ୍ୟାକ୍ସ ସେଭିଂ ବିକଳ୍ପ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି କାରଣ ବିଷୟରେ କହିବୁ ଯାହା ଇଏଲଏସଏସରେ ନିବେଶକୁ ଅଧିକ ଆକର୍ଷକ କରିଥାଏ।

  • କମ୍ ଅବଧିର ଲକ୍ ଇନ୍ ପିରିୟଡ୍

ପାରମ୍ପାରିକ ଟ୍ୟାକ୍ସ ସେଭିଂ ପ୍ଲାନ୍ ଲମ୍ବା ଅବଧିର ଲକ୍ ଇନ୍ ପିରିୟଡ୍ ସହ ଆସିଥାଏ। ଅର୍ଥାତ ଆପଣଙ୍କୁ ସେହି ପ୍ଲାନରୁ ଗୋଟିଏ ନିର୍ଦ୍ଧାରିତ ସମୟସୀମା ପରେ ହିଁ ବାହାରି ପାରିବେ। ସେହି ସମୟସୀମା ପୂର୍ବରୁ ଆପଣ ବାହାରି ପାରିବେ ନାହିଁ। ପିପିଏଫର ଲକ୍ ଇନ୍ ପିରିୟଡ୍ ୧୫ ବର୍ଷ ହୋଇଥାଏ। ଅନ୍ୟପକ୍ଷରେ ଇପିଏଫ୍ ଓ ଏନପିଏସରେ ଜଣେ ବ୍ୟକ୍ତିଙ୍କୁ ରିଟାୟରମେଣ୍ଟ୍ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିଥାଏ। ସେହିଭଳି ଫିକ୍ସଡ୍ ଡିପୋଜିଟରେ ଅତିକମରେ ୫ ବର୍ଷ ଅପେକ୍ଷା କରିବାକୁ ପଡିଥାଏ। ଏସବୁ ପ୍ଲାନ ତୁଳନାରେ ଇଏଲଏସଏସରେ ଲକ୍ ଇନ୍ ପିରିୟଡ୍ ମାତ୍ର ୩ ବର୍ଷ। ଆପଣ ଚାହିଁଲେ ତିନି ବର୍ଷ ପରେ ନିବେଶ ଜାରି ରଖିପାରିବେ କିମ୍ବା ଲକ୍ ଇନ୍ ପିରିୟଡ୍ ପରେ ଟଙ୍କା ଉଠାଇ ପାରିବେ।

SIP

  • ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍ (ଏସଆଇପି)

ଏସଆଇପି ହେଉଛି ନିର୍ଦ୍ଦିଷ୍ଟ ଅନ୍ତରାଳରେ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶର ଏକ ଅନୁଶାସିତ ଉପାୟ। ଯେଉଁମାନେ ଏକାଥରକେ ଅଧିକ ଟଙ୍କା ନିବେଶ କରିପାରିବେ ନାହିଁ ସେହିମାନଙ୍କ ପାଇଁ ସିପ୍ ହେଉଛି ଭଲ ବିକଳ୍ପ। ସିପ୍ ଦ୍ୱାରା ଆପଣ ନିଜ ସୁବିଧା ହିସାବରେ ନିବେଶ କରିପାରିବେ। ଧାରା ୮୦(ସି) ଅନୁସାରେ ଆପଣଙ୍କୁ ଆୟକର ରିହାତି ମଧ୍ୟ ମିଳିଥାଏ। ସିପ୍ ଦ୍ୱାରା ନିବେଶର ଆଉ ଗୋଟିଏ ଫାଇଦା ହେଲା ବଜାର ମାନ୍ଦା ଥିବା ବେଳେ ଆପଣ ଅଳ୍ପ ଟଙ୍କାରେ ଅଧିକ ସେୟାର ପାଇ ପାରିବେ।

  • ମୂଲ୍ୟବୃଦ୍ଧିକୁ ମାତ୍ ଦେଉଥିବା ରିଟର୍ଣ୍ଣ

ଫିକ୍ସ ରିଟର୍ଣ୍ଣ ବାଲା ଟ୍ୟାକ୍ସ ସେଭିଂ ପ୍ଲାନ ଇକ୍ୱିଟିରେ ନିବେଶ କରିନଥାନ୍ତି। ଅନ୍ୟପକ୍ଷରେ ଇଏଲଏସଏସ ଫଣ୍ଡ ଗୁଡିକ ମୁଖ୍ୟତ ଇକ୍ୱିଟି ବା ସେୟାର ବଜାରରେ ନିବେଶ କରିଥାନ୍ତି। ଫିକ୍ସ ରିଟର୍ଣ୍ଣ ପ୍ଲାନରେ ଆପଣଙ୍କୁ ଆଗରୁ ଫିକ୍ସ ହୋଇଥିବା ରିଟର୍ଣ୍ଣ ମିଳିଥାଏ କିନ୍ତୁ ଇଏଲଏସଏସରେ ଅଧିକା ରିଟର୍ଣ୍ଣ ମିଳିଥାଏ କାରଣ ଏହା ଇକ୍ୱିଟିରେ ନିବେଶ କରିଥାଏ। ଇକ୍ୱିଟି ରିଟର୍ଣ୍ଣ ସବୁବେଳେ ମୁଦ୍ରାସ୍ଫିତିକୁ ତୁଳନାରେ ଅଧିକ ରିଟର୍ଣ୍ଣ ଦିଏ।

sip

  • କୌଣସି ମ୍ୟାଚୁରିଟି ସମୟସୀମା ନଥାଏ

ଇଏଲଏସଏସରେ ନିବେଶର ଆଉ ଗୋଟିଏ ଲାଭ ହେଉଛି ଏଥିରେ କୌଣସି ଲକ୍ ଇନ୍ ପିରିୟଡ୍ ନଥାଏ। ଆପଣ ଲକ୍ ଇନ୍ ପିରିୟଡ୍ ଶେଷ ହେବା ପରେ ମଧ୍ୟ ଏଥିରେ ନିବେଶ କରିପାରିବେ। ଇଏଲଏସଏସରେ ଲମ୍ବା ଅବଧି ପାଇଁ ନିବେଶ କରିବା ଦ୍ୱାରା ଆପଣଙ୍କ ନିବେଶର ଗୁଣାତ୍ମକ ବିକାଶ ହୋଇଥାଏ। ଆପଣ ଯେତେ ଅଧିକ ବର୍ଷ ପର୍ଯ୍ୟନ୍ତ ଏଥିରେ ନିବେଶ କରିବେ ସେତିକି ଅଧିକ ରିଟର୍ଣ୍ଣ ପାଇବେ। କିନ୍ତୁ ଆପଣ ଯଦି ଲକ୍ ଇନ୍ ପରିୟଡ୍ ପରେ ନିବେଶ କରିବାକୁ ଚାହୁଁନାହାନ୍ତି ତେବେ ପଲିସିକୁ ବନ୍ଦ ମଧ୍ୟ କରିପାରିବେ।

  • ପୋର୍ଟଫୋଲିଓରେ ବିବିଧତା

ଟ୍ୟାକ୍ସ ସେଭିଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଦ୍ୱାରା ଆବଶ୍ୟକତା ଅନୁସାରେ ଆପଣଙ୍କ ପୋର୍ଟଫୋଲିଓରେ ବିବିଧତାର ଲାଭ ମିଳିଥାଏ। ଇଏଲଏସଏସ ମୁଖ୍ୟତଃ ଇକ୍ୱିଟି ବଜାର ସହ ଯୋଡି ହେବା ସହ ଏହା ବିଭିନ୍ନ କ୍ଷେତ୍ରର ଭିନ୍ନ ଭିନ୍ନ କମ୍ପାନିର ଶେୟାରରେ ମଧ୍ୟ ନିବେଶ କରିଥାଏ। ଆପଣଙ୍କ ପାଖରେ ଏକରୁ ଅଧିକ ଇଏଲଏସଏସ ଫଣ୍ଡରେ ନିବେଶ କରିବାର ବିକଳ୍ପ ରହିଥାଏ। ଏହା ସହ ଏଭଳି କୌଣସି ଫଣ୍ଡ୍ ଯାହା ଆପଣଙ୍କୁ ମନମୁତାବକ ରିଟର୍ଣ୍ଣ ଦେଉନି ସେଥିରେ ନିବେଶକୁ ବନ୍ଦ ମଧ୍ୟ କରିପାରିବେ। ଏମିତିକି ଗୋଟିଏ ଫଣ୍ଡରୁ ବାହାରି ଆଉ ଗୋଟିଏ ଫଣ୍ଡକୁ ଯାଇପାରିବେ।

ଏସବୁ ଛଡା ଇଏଲଏସଏସ ଅନ୍ୟ ଟ୍ୟାକ୍ସ ସେଭିଂ ପ୍ଲାନ୍ ତୁଳନାରେ ଅଧିକ ପୋଷ୍ଟ ଟ୍ୟାକ୍ସ ରିଟର୍ଣ୍ଣ ପ୍ରଦାନ କରିଥାଏ। ଇଏଲଏସଏସରେ ୧ ଲକ୍ଷ ଟଙ୍କାରୁ ଅଧିକ ଦୀର୍ଘକାଳୀନ ପୁଂଜିଗତ ଲାଭ ଉପରେ ୧୦ ପ୍ରତିଶତ କର ଦେବାକୁ ପଡିଥାଏ। କିନ୍ତୁ ଏନଏସସି,ପିପିଏଫ ଓ ଫିକ୍ସଡ୍ ଡିପୋଜିଟ୍ ଭଳି ପାରମ୍ପାରିକ ଟ୍ୟାକ୍ସ ସେଭିଂ ପ୍ଲାନ ସହ ତୁଳନା କଲେ ଲମ୍ବା ଅବଧିରେ ଇଏଲଏସଏସ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୁଏ।