ଅନଲାଇନ୍ ସପିଂ ବେଳେ ଆପଣ  କେମିତି ପେମେଣ୍ଟ୍ କରନ୍ତି ? କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି ? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସକୁ ତ୍ୟାଗ କରନ୍ତୁ..

ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ ଗ୍ରାହକଙ୍କ ପାଖରେ ବାଛିବା ପାଇଁ ଅନେକ ଅପସନ୍ ଥାଏ, ଭାରି ଡିସକାଉଣ୍ଟ୍ ମଧ୍ୟ ମିଳିଥାଏ। ଅନଲାଇନ୍ ସପିଂ ଏମିତି ଗୋଟିଏ ପ୍ଲାଟଫର୍ମ ଯେଉଁଠି ପ୍ରଡକ୍ଟର ବିକଳ୍ପ ଓ ତୁଳନା ପାଇଁ ଯଥେଷ୍ଟ ସୁଯୋଗ ଥାଏ। ତେବେ ପ୍ରଶ୍ନ ହେଲା ଆପଣ ସପିଂ କରିବା ପରେ ପେମେଣ୍ଟ୍ କେମିତି କରନ୍ତି? ପ୍ରଡକ୍ଟ ଡେଲିଭରି ସମୟରେ ଟଙ୍କା ଦିଅନ୍ତି ନା କାର୍ଡରେ ପେମେଣ୍ଟ କରନ୍ତି ? ଯଦି କାର୍ଡରେ ପେମେଣ୍ଟ କରନ୍ତି ତେବେ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ମଧ୍ୟରୁ କାହାକୁ ବାଛନ୍ତି ? ଯଦି ଆପଣଙ୍କ ଉତ୍ତର ହେଉଛି ଡେବିଟ୍ କାର୍ଡ ତେବେ ଆପଣ ଭୁଲ କରୁଛନ୍ତି। ତୁରନ୍ତ ଡେବିଟ୍ କାର୍ଡ୍ ବ୍ୟବହାର ବନ୍ଦ କରି କ୍ରେଡିଟ୍ କାର୍ଡରେ ପେମେଣ୍ଟ କରିବା ଆରମ୍ବ କରନ୍ତୁ। କ’ଣ ପାଇଁ ଆସନ୍ତୁ ଜାଣିବା।

ବିଶେଷଜ୍ଞଙ୍କ ଅନୂସାରେ ଅନଲାଇନ ସପିଂରେ ଡେବିଟ୍ କାର୍ଡ ବ୍ୟବହାର କରିବା ଉଚିଚ ନୁହେଁ। ଏଥିପାଇଁ ନୁହେଁ ଯେ, ଅନଲାଇନ୍ ସପିଂ ସୁରକ୍ଷିତ ନୁହେଁ। ନିଶ୍ଚିତ ରୁପରେ ଅନଲାଇନ୍ ସପିଂ ସୁରକ୍ଷିତ। ପ୍ରକୃତରେ ଆପଣ କୌଣସି ଷ୍ଟୋରରେ ହାତାହାତି ନଗଦ ଟଙ୍କା ଦେବା କିମ୍ବା ଡେବିଟ୍ କାର୍ଡ ଦ୍ୱାରା ପେମେଣ୍ଟ କରିବାଠାରୁ ମଧ୍ୟ ଅନଲାଇନରେ ଡେବିଟ୍ କାର୍ଡ୍ ପେମେଣ୍ଟ୍ ସୁରକ୍ଷିତ। ତଥାପି ବିଶେଷଜ୍ଞଙ୍କ କହିବା ହେଲା ଅଫଲାଇନ୍ ସପିଂରେ ମଧ୍ୟ ଡେବିଟ୍ କାର୍ଡ୍ ବଦଳରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ବୁଦ୍ଧିମାନର କାମ।

  • ଜରୁରୀ କାଳୀନ ପରିସ୍ଥିତି ପାଇଁ ଡେବିଟ୍ କାର୍ଡ୍

କିଛି ଖର୍ଚ୍ଚ ଅଚାନକ ଆସିଥାଏ। ସେଥିପାଇଁ ଆମ ହାତରେ କ୍ୟାସ ରହିଥିବା ଜରୁରୀ। ଆକସ୍ମିକ ଖର୍ଚ୍ଚ ପାଇଁ ଆମ ପାଖରେ କିଛି ଆର୍ଥିକ ପ୍ଲାନ୍ ଥିବା ଜୁରରୀ। ଏଭଳି ପରିସ୍ଥିତିରେ ଡେବିଟ୍ କାର୍ଡ କାମରେ ଆସିଥାଏ। ତେଣୁ ଡେବିଟ୍ କାର୍ଡରେ ଥିବା ବାଲାନ୍ସକୁ କଣ୍ଟିଜେନସୀ ପ୍ଲାନ୍ (ଆକସ୍ମିକ ଖର୍ଚ୍ଚ) ପାଇଁ ରଖିବା ଉଚିତ।

  • କ୍ରେଡିଟ୍ କାର୍ଡରେ କ୍ୟାସ୍ ଲିମିଟ୍ ଥାଏ, ଡେବିଟ୍ କାର୍ଡରେ ନଥାଏ

ଉଭୟ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ବ୍ୟବହାର କରି ଅନଲାଇନରେ ସପିଂ କରାଯାଇପାରେ। କିନ୍ତୁ ଉଭୟଙ୍କ ମଧ୍ୟରେ ଗୋଟିଏ ବଡ ପାର୍ଥକ୍ୟ ରହିଛି। ତାହା ହେଲା ସ୍ପେଣ୍ଡିଂ ଲିମିଟ୍। କ୍ରେଡିଟ୍ କାର୍ଡ ଇସୁ ସମୟରେ କଂପାନୀ ଆପଣଙ୍କୁ ଏକ କ୍ୟାସ ଲିମିଟ୍ ଦେଇଥାଏ। ଉଦାହରଣ ସ୍ୱରୁପ ଆପଣଙ୍କ ଆଇସିଆଇସିଆଇ କ୍ରେଡିଟ୍ କାର୍ଡର ଲିମିଟ୍ ଯଦି ୧ ଲକ୍ଷ ଟଙ୍କା ତେବେ ଆପଣ ସେତିକିହିଁ ଖର୍ଚ୍ଚ କରି ପାରିବେ। କିନ୍ତୁ ଡେବିଟ୍ କାର୍ଡରେ ସେମିତି ଲିମିଟ୍ ନଥାଏ। ଆପଣଙ୍କ ବ୍ୟାଙ୍କ ଖାତାରେ ଯେତିକି ଟଙ୍କା ଅଛି ତାକୁ ସବୁ ଆପଣ ଖର୍ଚ୍ଚ କରିପାରିବେ। ଧରି ନିଅନ୍ତୁ କେହି ଆପଣଙ୍କ ଡେବିଟ୍ କାର୍ଡକୁ ହ୍ୟାକ୍ କରି ନେଲା ତେବେ ସେ ଆପଣଙ୍କ ଆକାଉଣ୍ଟରେ ଥିବା ସବୁ ଟଙ୍କାକୁ ଖର୍ଚ୍ଚ କରିପାରିବ। ଅର୍ଥାତ୍ ଆକାଉଣ୍ଟରେ ଥିବା ସବୁ ଟଙ୍କାକୁ ଆପଣ ହରାଇବେ। ଅନ୍ୟପକ୍ଷରେ ଆପଣଙ୍କ କ୍ରେଡିଟ୍ କାର୍ଡ ଯଦି ହ୍ୟାକ୍ ହୋଇଛି ତେବେ ଆପଣ ସେତିକି ଟଙ୍କା ହରାଇବେ ଯେତିକି ଖର୍ଚ୍ଚ କରିବା ପରେ ବଳକା ଅଛି।

credit card bills

  • କ୍ରେଡିଟ୍ କାର୍ଡରେ ଥିବା ଟଙ୍କା ଆପଣଙ୍କର ନୂହେଁ, ବ୍ୟାଙ୍କ ଟଙ୍କା

କ୍ରେ଼ଡିଟ୍ କାର୍ଡରେ ଉପଲବ୍ଧ ଥିବା ଟଙ୍କା ଆପଣଙ୍କର ହୋଇନଥାଏ। ଆପଣ ଯେତେବେଳେ କ୍ରେଡିଟ୍ କାର୍ଡ ବ୍ୟବହାର କରି ଟଙ୍କା ଖର୍ଚ୍ଚ କରୁଛନ୍ତି ସେତେବେଳେ ଆପଣ ନିଜ ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ କରୁନାହାନ୍ତି, ଆପଣ ବ୍ୟାଙ୍କ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦିଓ ଥରେ ଖର୍ଚ୍ଚ କଲା ପରେ ଆପଣଙ୍କୁ ବ୍ୟାଙ୍କକୁ ଟଙ୍କା ଫେରାଇବାକୁ ପଡିବ। ତଥାପି କ୍ରେଡିଟ୍ କାର୍ଡର ଏହି ଦିଗ ଆପଣଙ୍କୁ ଅନଲାଇନ୍ ଘୋଟାଲାରୁ ସୁରକ୍ଷା ଦେଇଥାଏ। ଯଦି ଆପଣଙ୍କ କ୍ରେ଼ଡିଟ୍ କାର୍ଡ ତଥ୍ୟକୁ ନେଇ କେହି ଅନଲାଇନ୍ ଠକେଇ କରୁଛି ତେବେ ଉତ୍ତରଦାୟୀତ୍ୱ ଆପଣଙ୍କର ହୋଇନଥାଏ। ବ୍ୟାଙ୍କକୁ ଖୋଳତାଡ କରି ଟଙ୍କା ଉଦ୍ଧାର କରିବାକୁ ପଡିଥାଏ। ଯଦି କେବେ କେହି ଆପଣଙ୍କ କାର୍ଡର ଅପବ୍ୟବହାର କରେ ତେବେ ଆପଣଙ୍କୁ କେବଳ କାର୍ଡ ଜାରିକର୍ତ୍ତା ବ୍ୟାଙ୍କ ନିକଟରେ ଅଭିଯୋଗ କରିବାକୁ ପଡେ। ଆପଣଙ୍କ ଦ୍ୱାରା ହୋଇଥିବା ଟ୍ରାଞ୍ଜାକସନ ଆପଣ କରିନାହାନ୍ତି ବୋଲି ବ୍ୟାଙ୍କକୁ ବୁଝାଇବାକୁ ପଡିଥାଏ। ଅନେକ ମାମଲାରେ ବ୍ୟାଙ୍କ ଘଟଣାର ତଦନ୍ତ କରିଥାଏ ଏବଂ ଟ୍ରାଞ୍ଜାକସନ୍ ଆପଣ କରିନାହାନ୍ତି ପ୍ରମାଣିତ ହେବା ପରେ  ଆପଣଙ୍କୁ ସେହି ପେମେଣ୍ଟ ପାଇଁ କୌଣସି ଦେୟ ଦେବାକୁ ପଡିନଥାଏ।

ଅନ୍ୟପକ୍ଷରେ ଡେବିଟ୍ କାର୍ଡ୍ ଠକେଇ ମାମଲାରେ ଆପଣ ବ୍ୟାଙ୍କ ନିକଟରେ ଅଭିଯୋଗ କରିପାରିବେ। କିନ୍ତୁ ଫରକ ହେଲା ସେତେବଳେକୁ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚାଲିଯାଇଥିବ। ଆପଣଙ୍କ ସହ ଫ୍ରଡ୍ ହୋଇଛି ବୋଲି ବ୍ୟାଙ୍କ ବୁଝିପାରିଲେ ଟଙ୍କା ଫେରି ପାଇବେ। କିନ୍ତୁ ଟଙ୍କା ଫେରିପାଇବା ପର୍ଯ୍ୟନ୍ତ ଆପଣଙ୍କୁ ନିଜ ଟଙ୍କା ହରାଇବାକୁ ପଡିବ। କିନ୍ତୁ କ୍ରେଡିଟ୍ କାର୍ଡ ଠକେଇରେ ଆପଣଙ୍କ ଟଙ୍କା ଲୁଟ୍ ହୁଏନି। ବ୍ୟାଙ୍କ୍ ତା’ ଟଙ୍କା ହରାଏ। ଯଦି ତଦନ୍ତରୁ ଜଣାପଡେ ଆପଣଙ୍କ ଅଜାଣତରେ ଠକେଇ ହୋଇଛି ତେବେ ବ୍ୟାଙ୍କକୁ ଆପଣଙ୍କୁ କିଛି ଦେବାକୁ ପଡେନାହିଁ। ବଡ କଥା ହେଲା କ୍ରେଡିଟ୍ କାର୍ଡ ଠକେଇରେ ବ୍ୟାଙ୍କକୁ ଟଙ୍କା ହରାଇବାକୁ ଥିବାରୁ ସେମାନେ ଅଧିକ ଗୁରୁତ୍ୱର ସହ ମାମଲାର ତଦନ୍ତ କରନ୍ତି। ଡେବିଟ୍ କାର୍ଡ ଠକେଇରେ ଆପଣଙ୍କୁ ଟଙ୍କା ହରାଇ ମାମଲା ଲଢିବାକୁ ପଡେ କିନ୍ତୁ କ୍ରେଡିଟ୍ କାର୍ଡ ଠକେଇରେ ବ୍ୟାଙ୍କ ଅର୍ଥ ହରାଇଥାଏ।

  • ଡେବିଟ୍ କାର୍ଡରେ ତୁରନ୍ତ ଟଙ୍କା କଟେ,କ୍ରେଡିଟ୍ କାର୍ଡରେ ମହଲତ୍ ମିଳେ

ଡେବିଟ୍ କାର୍ଡ ସପିଂରେ ଆପଣଙ୍କ ବାଲାନସ ତୁରନ୍ତ କଟିଥାଏ। କିନ୍ତୁ କ୍ରେଡିଟ୍ କାର୍ଡ୍ ସପିଂରେ ଆପଣ ଆଜି କିଣନ୍ତି ପରେ ପେମେଣ୍ଟ କରନ୍ତି। ଫଳରେ ଆପଣଙ୍କୁ ୩୦ରୁ ୪୫ ଦିନ ପର୍ଯ୍ୟନ୍ତର ମହଲତ ମିଳିଯାଏ।