ଡିସେମ୍ବର ୧ରୁ ଦେଶରେ ମୋବାଇଲ୍ କଲ୍ ଶୁଳ୍କ ମହଙ୍ଗା ହେବ। ଟେଲିକମ୍ ଜଗତରେ ଦେଖାଦେଇଥିବା ଆର୍ଥିକ ସମସ୍ୟା କାରଣରୁ ଭୋଡାଫୋନ୍-ଆଇଡିଆ ଓ ଏୟାରଟେଲ୍ କମ୍ପାନି ଏଭଳି ନିଷ୍ପତ୍ତି ନେଇଛନ୍ତି।

1alking on phone

ଏହି ଦୁଇଟି କମ୍ପାନି ତା’ର ଟାରିଫ୍ ପ୍ଲାନ ମୂଲ୍ୟକୁ ବଢ଼ାଇବାକୁ ଯାଉଛନ୍ତି। ଯାହା ଫଳରେ ଲୋକମାନେ କଲ୍‌ କରିବା ପାଇଁ ଅଧିକ ଟଙ୍କା ଗଣିବାକୁ ହେବ। ଏହାର ପ୍ରଭାବ କମ୍ପାନିର ୩୨ କୋଟି ଗ୍ରାହକଙ୍କ ଉପରେ ପଡ଼ିବ।

vodafone idea airtel

କିଛିଦିନ ଧରି ଟେଲିକମ୍ ଜଗତରେ କମ୍ପାନିମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ତେଣୁ ନିଜକୁ ଏହି ଟେଲିକମ୍ ଜଗତରେ ବଞ୍ଚାଇ ରଖିବାକୁ କମ୍ପାନି ଏପରି ନିଷ୍ପତ୍ତି ନେଇଛି  ବୋଲି କହିଛି ଏୟାରଟେଲ। ଗତ ତିନିମାସ ଭିତରେ ଭୋଡାଫୋନ୍-ଆଇଡିଆ ଓ ଏୟାରଟେଲ୍ କମ୍ପାନିର ମୋଟ୍ ୭୪ ହଜାର କୋଟି ଟଙ୍କା କ୍ଷତି ହୋଇଛି। ଏହାସହ କମ୍ପାନି ଉପରେ ଥିବା ୪୪ ହଜାର ୨୦୦କୋଟି ଟଙ୍କାର ବକେୟା ରାଶି ତୁରନ୍ତ ପୈଠ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଟାରିଫ୍ ପ୍ଲାନରେ କେତେ ବୃଦ୍ଧି ଘଟିବ ସେନେଇ କମ୍ପାନିମାନଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।