ନୂଆ ବୀମା ଗାଇଡ୍ ଲାଇନ୍ସ ଆପଣଙ୍କୁ ଦେବ ଅଧିକ ଫାଇଦା

insurance policy

ବୀମା କମ୍ପାନୀ ଡିସେମ୍ବର 1ରୁ ଆଇଆରଡିଏଆଇର ନୂଆ ଗାଇଡ୍ ଲାଇନ୍ସ ଲାଗୁ ହେବା ପୂର୍ବରୁ ବିଭିନ୍ନ ଅଫର ଆଣିଛନ୍ତି। ଆଗକୁ ନୂଆ ପ୍ଲାନରେ ଅଧିକ ପ୍ରିମିୟମ୍ ଦେବାକୁ ପଡିବ, ’ରିଟର୍ଣ୍ଣ ଉପରେ କମ ଗ୍ୟାରେଣ୍ଟି ରହିବ ବୋଲି କହି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛନ୍ତି। ତେବେ ସତ ହେଲା ଏହି ଲିଟିଟେଡ୍ ପିରିୟଡ୍ ଅଫର ପଛରେ ସୁଚିନ୍ତିତ ମାର୍କେଟିଂ ଷ୍ଟ୍ରାଟେଜି ରହିଛି।

IRDAI

ଇନସ୍ୟୁରାନ୍ସ ରେଗୁଲାଟାରୀ ଆଣ୍ଡ୍ ଡେଭଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ(IRDAI)ର ଜୀବନ ବୀମା ସମ୍ବନ୍ଧିତ ପ୍ରଡକ୍ଟସର ନୂଆ ଗାଇଡଲାଇନ ଡିସେମ୍ବର 1 ତାରିଖରୁ ଲାଗୁ ହେବ। ବୀମା କମ୍ପାନୀଙ୍କୁ ନୂଆ ନିୟମ ଅନୁଯାୟୀ କିଛି ପ୍ରଡକ୍ଟସକୁ ବଜାରରୁ ସମ୍ପୂର୍ଣ୍ଣ ଭାବେ ହଟାଇବାକୁ ପଡିବ। ଯେଉଁ ସବୁ ପ୍ରଡକ୍ଟସକୁ ବଜାରରୁ ହଟାଯିବ ସେହି ପଲିସି ଗୁଡିକୁ ବୀମା କମ୍ପାନୀ ଡିସେମ୍ବର 1 ପୂର୍ବରୁ ବିକ୍ରି କରିବାକୁ ଚାହୁଛନ୍ତି। ତେଣୁ ଆଗକୁ ଅଧିକ ପ୍ରିମିୟମ ଦେବାକୁ ପଡିବ କିନ୍ତୁ ରିଟର୍ଣ୍ଣର କମ ଗ୍ୟାରେଣ୍ଟି ରହିବ,ଏଭଳି ପ୍ରଚାର କରି ବୀମା କମ୍ପାନୀ ନିଜ ବନ୍ଦ ହେବାକୁ ଥିବା ପ୍ରଡକ୍ଟସକୁ ବିକ୍ରି କରୁଛନ୍ତି। ତେଣୁ ଭଲ ହେବ ଆପଣ ଏସବୁକୁ ପ୍ରଚାରକୁ ବିଶ୍ୱାସ ନକରି ପ୍ରଥମ ନୂଆ ନିୟମକୁ ଭଲଭାବେ ବୁଝିନିଅନ୍ତୁ। ଏହା ସତ ଯେ, ଆଗକୁ ପଲିସିର ମୂଲ୍ୟ ବଢିବ କିନ୍ତୁ ଅଧିକ ମହଙ୍ଗା ହେବ ନାହିଁ। ଅଧିକ ପ୍ରିମିୟମ ମାନେ ଗ୍ରାହକଙ୍କୁ ଭଲ ଫିଚର ମଧ୍ୟ ମିଳିବ।

pension plan

ପେନସନ ପ୍ଲାନ: ମ୍ୟାଚୁରିଟିରେ ଏକାଥରେ 60 ପ୍ରତିଶତ ଅର୍ଥ ଉଠାଇ ପାରିବେ

ଆପଣ ଯଦି ପେନସନ୍ ପ୍ଲାନ୍ ନେବାକୁ ଚାହୁଁଛନ୍ତି ତେବେ ଡିସେମ୍ବର 1 ତାରିଖ ପରେ ପଲିସି କରନ୍ତୁ। କାରଣ ନୂଆ ନିୟମ ଲାଗୁ ହେବା ପରେ ପେନସନ୍ ପ୍ଲାନ୍ ଅଧିକ କଷ୍ଟମର ଫ୍ରେଣ୍ଡଲି ହେବ। ବର୍ତ୍ତମାନ ଜଣେ ଉପଭୋକ୍ତା ମ୍ୟାଚୁରିଟି ବେଳେ ମୋଟ ଜମାର 33 ପ୍ରତିଶତ ଉଠାଇ ପାରୁଥିବା ବେଳେ ନୂଆ ନିୟମ ଲାଗୁ ହେଲେ ଜଣେ ଚାହିଁଲେ 60 ପ୍ରତିଶତ ଅର୍ଥ ଉଠାଇ ପାରିବେ। ନୂଆ ନିୟମ ଲାଗୁ ହେବା ପରେ କମ ରିଟର୍ଣ୍ଣ ମିଳିବ ସତ କିନ୍ତୁ ଅଲଗା ବାଟରେ ଉପଭୋକ୍ତା ଅଧିକ ଲାଭ ପାଇବେ।

ulip

ULIP ଗ୍ରାହକଙ୍କୁ ଫାଇଦା,ଗ୍ୟାରେଣ୍ଟି ଉପରେ ନିଜେ ନିଷ୍ପତି ନେଇ ପାରିବେ ପଲିସି ହୋଲ୍ଡର

ରେଗୁଲଟର ଇନସ୍ୟୁରାନ୍ସ କମ୍ପାନୀଙ୍କୁ ମ୍ୟାଚୁରିଟି ଉପରେ ମିଳିବାକୁ ଥିବା ଅର୍ଥ ଉପରେ ଗ୍ୟାରେଣ୍ଟି ଦେବା ଅନିବାର୍ଯ୍ୟ କରିଦେଇଥିଲା। ଫଳରେ ପେନସନର ୟୁଏଲଆଇପି ସେଗମେଣ୍ଟ୍ ଗ୍ରାହକଙ୍କ ଆଗ୍ରହ କମିଯାଇଥିଲା। କାରଣ ବୀମା କମ୍ପାନୀ ଗ୍ୟାରେଣ୍ଟି ଚକ୍କରରେ ଡେଟ୍ ଇନଷ୍ଟ୍ରୁମେଣ୍ଟରେ ନିବେଶ କରୁଥିଲେ। ଫଳରେ ରିଟର୍ଣ୍ଣ କ୍ଷମତା ହ୍ରାସ ପାଇଥିଲା। ନୂଆ ଗାଇଡଲାଇନ ଅନୁସାରେ ଆଗକୁ ପଲିସି ଧାରକଙ୍କ ଉପରେ ଗ୍ୟାରେଣ୍ଟି ନେବା ନନେବା ନିର୍ଭର କରିବ। ଯଦି ଜଣେ ଗ୍ରାହକ ଚାହିଁବେ ତେବେ ସେ ତାଙ୍କ ନିବେଶର ବଡ ଭାଗ ଇକ୍ୱିଟିରେ ଲଗାଇ ପାରିବେ। ଯାହଫଳରେ ରିଟାୟରମେଣ୍ଟ ପାଇଁ ଅଧିକ ପାଣ୍ଠି ଯୋଗାଡ ହୋଇପାରିବ।

ଅପେକ୍ଷାର ଫଳ ମିଠା

ନୂଆ ପ୍ରଡକ୍ଟସ ଅଧିକ କଷ୍ଟମର ଫ୍ରେଣ୍ଡଲି ହେବ ବୋଲି ଆଶା। 10 ବର୍ଷରୁ ଅଧିକ ଅବଧୀ ବିଶିଷ୍ଟ ଏଣ୍ଡୋମେଣ୍ଟ୍ ପଲିସିରେ ଏକାଥରେ ଦୁଇ ବର୍ଷର ପ୍ରିମିୟମ ଦେଲେ ସରେଣ୍ଡର ଭ୍ୟାଲୁ ବୃଦ୍ଧି ପାଇବ। ପ୍ରଥମେ ଏଥିଲାଗି ତିନି ବର୍ଷର ପ୍ରିମିୟମ ଦେବାକୁ ପଡୁଥିଲା। ସରେଣ୍ଡର ଭ୍ୟାଲୁ ସେହି ରାଶି, ଯାହାକୁ ଆପଣ ପଲିସି ମ୍ୟାଚୁର ହେବା ପୂର୍ବରୁ ଉଠାଇଲେ ମିଳେ। ପ୍ରଥମେ ଏହି ରାଶି ପ୍ରିମିୟମର 30 ପ୍ରତିଶତ ପର୍ଯ୍ୟନ୍ତ ସୀମିତ ଥିଲା,ଯେଉଁଥିରେ କମ୍ପାନୀ ତରଫରୁ ମିଳୁଥିବା ସର୍ଭାଇବାଲ ବେନିଫିଟ୍ ସାମିଲ ନଥିଲା। ନୂଆ ନିୟମ ଲାଗୁ ହେବା ପରେ ଏହା ବୃଦ୍ଧି ପାଇ 35 ପ୍ରତିଶତ ହେବ।

ପଲିସିର ସରେଣ୍ଡର ଭ୍ୟାଲୁରେ ବୃଦ୍ଧି

ପଲିସିରୁ ସମୟ ପୂର୍ବରୁ ବାହାରି ଆସିଲେ ପୂର୍ବଭଳି ଫାଇନ୍ ଲାଗିବ। ଏହାସତ୍ୱେ ନୂଆ ଗାଇଡ୍ ଲାଇନ୍ସରେ ଗ୍ରାହକଙ୍କୁ ଅଧିକ ଫାଇଦା ମିଳିବ। ଇରଡାର କହିବା ହେଲା ଯେ, ସାତ ବର୍ଷରୁ ଅଧିକ ଅବଧି ବିଶିଷ୍ଟ ଯୋଜନାର ସରେଣ୍ଡର ଭ୍ୟାଲୁ ଧିରେ ଧିରେ ବୃଦ୍ଧି ପାଇବ ଓ ମ୍ୟାଚୁରିଟି ପାଖାପାଖି ହେବା ବେଳକୁ ଏହା 90 ପ୍ରତିଶତ ପର୍ଯ୍ୟନ୍ତ ପହଂଚିଯିବ।