ନିଜ ମାସିକ ଖର୍ଚ୍ଚ ଉପରେ ଲଗାମ କସି କରଜ ଜାଲରୁ ଜଣେ ମୁକୁଳି ପାରିବେ

loan management pic

କରଜ କେବଳ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଖରାପ କରେ ନାହିଁ ,ଏହା ମଧ୍ୟ ଆପଣଙ୍କ ପାରିବାରିକ ଜୀବନକୁ ନଷ୍ଟ କରିଦିଏ। ଆମ ଆଖପାଖରେ ଏମିତି ଲୋକ ଥାନ୍ତି ଯେଉଁମାନେ ବଦଖର୍ଚ୍ଚୀ ହୋଇଥାନ୍ତି। ଭାବିଚିନ୍ତି ଖର୍ଚ୍ଚ ନକରି ସେମାନେ କରଜ ଜାଲରେ ପଡି ଛଟପଟ ହୁଅନ୍ତି। ଏମିତି କିଛି ବ୍ୟକ୍ତି ଥାନ୍ତି ଯେଉଁମାନେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ରଖନ୍ତି। ଆଉ ମନଇଛା ଖର୍ଚ୍ଚ କରନ୍ତି। କିନ୍ତୁ ଠିକ୍ ସମୟରେ ବିଲ୍ ପୈଠ କରିପାରନ୍ତି ନାହିଁ। ପାଖରେ ଟଙ୍କା ହେଲେ କିଛି ସୁଝନ୍ତି। ପୁଣି କରଜ ସୁଝିବାକୁ କରଜ କରନ୍ତି। ତା’ପରେ କେମିତି କରଜ ଜାଲରୁ ମୁକୁଳିବେ ସେଇ ଚିନ୍ତାରେ ଜୀବନ ବରବାଦ କରିଦିଅନ୍ତି।

monthly budget

ମାସିକ ବଜେଟକୁ ଟାଇଟ୍ କରନ୍ତୁ

କରଜ ଜାଲରେ ପଡିଥିଲେ ପ୍ରଥମେ ନିଜ ମାସିକ ବଜେଟ୍ ଉପରେ ଲଗାମ କସନ୍ତୁ। ଠିକ୍ ସମୟରେ କରଜ ନଶୁଝି ପାରିଲେ କେବଳ ଆପଣଙ୍କ କ୍ରେଡିଟ୍ ସ୍କୋର ଖରାପ ହେବନାହିଁ,ଏହା ମଧ୍ୟ ଆପଣଙ୍କ ସଂଚୟକୁ ପ୍ରଭାବିତ କରିବ। ତେଣୁ ପ୍ରଥମେ ନିଜ କରଜ ତାଲିକା ତିଆରି କରନ୍ତୁ। କାହାକୁ କେତେ ଦେବାର ଅଛି ଏହି ତାଲିକାରେ ଲେଖନ୍ତୁ। ଯେମିତି କେତେ ଇଏମଆଇ ମାସିକ ଦେବାକୁ ହେବ,କରଜଦାତାଙ୍କ ନାମ ଇତ୍ୟାଦି। ଏହି ତାଲିକା ଆପଣଙ୍କୁ ରିପେମେଣ୍ଟରେ ସାହାଯ୍ୟ କରିବ। ପ୍ରତିମାସର ବଜେଟ୍ ପୂର୍ବରୁ ଇଏମଆଇ ଓ ଅନ୍ୟ କରଜ ପାଇଁ ଆଗ ଅର୍ଥ ରଖନ୍ତୁ।

repayment

ରିପେମେଣ୍ଟର ପ୍ରାଥମିକତା ନିର୍ଦ୍ଧାରିତ କରନ୍ତୁ

କଷ୍ଟକୁ ଧ୍ୟାନରେ ରଖି ରିପେମେଣ୍ଟସର ପ୍ରାଥମିକତା ନିର୍ଧାରଣ କରନ୍ତୁ। ନିଜ କ୍ରେଡିଟ୍ କାର୍ଡର ବାଲାନ୍ସକୁ କୌଣସି ଏଭଳି କାର୍ଡକୁ ଟ୍ରାନସଫର କରନ୍ତୁ ଯାହାର ସୁଧ କମ ହୋଇଥିବ। ଏଭଳି କାର୍ଡ ମଧ୍ୟ ବାଛନ୍ତୁ ଯାହା ଇଏମଆଇ ଜରିଆରେ ବାକି ସୁଝିବାର ବିକଳ୍ପ ଦେଉଥିବ।

money

ସର୍ଟ ଟର୍ମ ଟାର୍ଗେଟ୍ ନିର୍ଧାରଣ କରନ୍ତୁ

ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଆପଣଙ୍କୁ ନିଜ ବର୍ତ୍ତମାନର ଘର ଖର୍ଚ୍ଚ ଉପରେ ଲଗାମ କସିବାକୁ ପଡିବ। ପୁରୁଣା କରଜ ସୁଝା ନହେବା ପର୍ଯ୍ୟନ୍ତ ନୂଆ କରଜ ନିଅନ୍ତୁ ନାହିଁ। ଶୀଘ୍ର କରଜ ସୁଝିବାକୁ ଆଲତୁ ଫାଲତୁ ଖର୍ଚ୍ଚ କମ କରନ୍ତୁ କିମ୍ବା ବିଲକୁଲ କରନ୍ତୁ ନାହିଁ। ଆପଣଙ୍କ ଖର୍ଚ୍ଚ ଓ ସଂଚୟ ପ୍ଲାନିଂ ଏମିତି ହେବା ଆବଶ୍ୟକ ଯାହା ଆପଣଙ୍କ କ୍ଷମତା ଭିତରେ ଥିବ। ରିପେମେଣ୍ଟ୍ ପ୍ଲାନକୁ କଠୋରତାର ସହ ପାଳନ କରନ୍ତୁ। ରିପେମେଣ୍ଟ ପାଇଁ ଗୋଟିଏ ଡେଡ୍ ଲାଇନ୍ ରଖନ୍ତୁ। ସେହି ଡେଡ୍ ଲାଇନ୍ ଭିତରେ ସବୁ କରଜ ସୁଝା ଯିବ ବୋଲି ପ୍ରମାଣ କରନ୍ତୁ। ମାସିକ ବଜେଟ୍ ଟାଇଟ୍ ହେବା ଦ୍ୱାରା କେବଳ ଜରୁରୀ ସାମଗ୍ରୀରେ ଅର୍ଥ ଖର୍ଚ୍ଚ କରିବା ଆପଣଙ୍କ ଅଭ୍ୟାସ ହୋଇଯିବ।ଯାହା ଆପଣଙ୍କୁ ଜୀବନ ତମାମ ସାହାଯ୍ୟ କରିବ।