ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି Mi CC9 Pro ସ୍ମାର୍ଟଫୋନର ଟିଜର ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନରେ ପେଣ୍ଟା ରିୟ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ଅର୍ଥାତ୍ ସ୍ମାର୍ଟଫୋନ ପଛରେ ୫ଟି ରିୟର କ୍ୟାମେରା ମିଳିବ।
ସବୁଠୁ ବଡ଼ କଥା ହେଉଛି, ଏହି ସ୍ମାର୍ଟଫୋନରେ ୫ ଏକ୍ସ ଜୁମ୍ ସହ ୧୦୮ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଆସନ୍ତା ନଭେମ୍ବର ୫ରେ ଏହାକୁ ଲଞ୍ଚ୍ କରାଯିବ।
ରିପୋର୍ଟ ମୂତାବିକ, Mi CC9 Pro ସ୍ମାର୍ଟଫୋନରେ ୩୦ ୱାଟ୍ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି। ଟିଜର ଭାବେ କମ୍ପାନି ପକ୍ଷରୁ ଏହି ସ୍ମାର୍ଟଷପାନର ଏକ ଫୋଟ ଛଡ଼ାଯାଇଛି। ଫଟୋରେ ଏହାର ପେଣ୍ଟା ରିୟର କ୍ୟାମେରା ଦେଖିବାକୁ ମିଳିଛି ଏବଂ ଏଥିରେ ୫ ଏକ୍ସ ଜୁମ୍ ମଧ୍ୟ ରହିଛି।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍ମାର୍ଟଫୋନର ଫିଚର କିମ୍ବା ସ୍ପେସିଫିକେସନ ବିଷୟରେ ସୂଚନା ଦିଆଯାଇନାହିଁ। ନିକଟରେ କମ୍ପାନି ପକ୍ଷରୁ ଏମ୍ଆଇ ମିକ୍ସ ଆଲ୍ଫା ସ୍ମାର୍ଟଫୋନ ୧୦୮ ମେଗାପିକ୍ସେଲ ସହ ଲଞ୍ଚ୍ କରାଯାଇଥିଲା।