• ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି
  •  ହୀରା ଗହଣା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି

ଆସୁଛି ଧନତେରସ୍ ଓ ଦୀପାବଳି। ସମସ୍ତଙ୍କ ମୁହଁରେ ହସ ଓ ଉଲ୍ଲାସ। ଏହି ଖୁସିକୁ ଦ୍ୱିଗୁଣ କରିଛି ତନିସ୍କ। ସବୁଥର ପରି ଏଥର ମଧ୍ୟ ତନିସ୍କ ନେଇଆସିଛି ନୂଆ ଅଫର୍। ଦେଶର ବହୁ ଭରସାଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିସ୍କ ପାର୍ବଣ ଅବସରରେ ଆକର୍ଷଣୀୟ ଅଫର୍‌ମାନ ଘୋଷଣା କରିଛି। ଦୀପାବଳି ଅବସରରେ ଗ୍ରାହକଙ୍କୁ ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ଦେବ ତନିସ୍କ।

ସେହିପରି ହୀରା ଗହଣା ମୂଲ୍ୟ  ଉପରେ ୨୫% ପର୍ଯ୍ୟନ୍ତ ରିହାତି ମିଳିବ ବୋଲି କହିଛନ୍ତି ତନିସ୍କ ଚନ୍ଦ୍ରଶେଖରପୁର ବ୍ରାଞ୍ଚର ନିର୍ଦ୍ଦେଶକ ମାନିକ ହଂସ। ସେ ଆହୁରି ମଧ୍ୟ କହିଛନ୍ତି ଏହି ମନଲୋଭା ଅଫର୍‌ ଜରିଆରେ ଦୀପାବଳିରେ ଗ୍ରାହକ ଘରକୁ ସମୃଦ୍ଧି ଆଣିପାରିବେ।

‘‘ତନିସ୍କ ଟାଟାର ପ୍ରଡକ୍ଟ ହୋଇଥିବାରୁ ଏହା ସବୁବେଳେ ନିଜର ଗୁଣବତ୍ତା ବଜାୟ ରଖିଆସିଛି। କେବଳ ଏତିକି ନୁହେଁ ବର୍ତ୍ତମାନ ତନିସ୍କ ସବୁ ବର୍ଗର ଲୋକଙ୍କ ପସନ୍ଦକୁ ଅଖି ଆଗରେ ରଖି ଗହଣା ଉପଲବ୍ଧ କରିଥାଏ। ସୁଲଭ ମୂଲ୍ୟ, ଉତ୍ତମ ଗୁଣବତ୍ତା, ନିଖୁଣ କରିଗରୀ ଏବଂ ଉତ୍କୃଷ୍ଟ ଗ୍ରାହକ ସେବା ପାଇଁ ତନିସ୍କ ଆଜି ଓଡ଼ିଶା ଓ ଓଡ଼ିଶା ବାହାରେ ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇପାରିଛି’’, କହିଛନ୍ତି ତନିସ୍କ ଚନ୍ଦ୍ରଶେଖରପୁର ବ୍ରାଞ୍ଚର ନିର୍ଦ୍ଦେଶକ ମାନିକ ହଂସ।

ଦୀପାବଳିକୁ ଦୃଷ୍ଟିରେ ରଖି ତନିସ୍କ ‘ଭିରାସତ୍’ କଲେକ୍ସନ୍‌ର ସ୍ୱତନ୍ତ୍ର ଅଳଙ୍କାର ପ୍ରସ୍ତୁତ କରିଛି। ଏହି କଲେକ୍ସନରେ ପ୍ଲେନ୍ ସୁନା, ଗ୍ଲାସ କୁନ୍ଦନ ଓ ପୋଲିକି କୁନ୍ଦନ ଆଦିରେ ସୁନ୍ଦର ଡିଜାଇନର ଗହଣା ଆକର୍ଷଣୀୟ ହୋଇଛି। ଏହାର ଗଢ଼ଣ ସମସାମୟିକ କଳାତ୍ମକ ରହିଛି। ଗହଣାରେ ନୂତନତ୍ୱ ସହ ପାରମ୍ପରିକ ଡିଜାଇନ ମଧ୍ୟ ରହିଛି।

ଆଧୁନିକ ମହିଳାଙ୍କ ମାନସିକତାକୁ ଦୃଷ୍ଟିରେ ରଖି ଭିରାସତ୍ କଲେକ୍ସନ୍ ଅଳଙ୍କାର ପ୍ରସ୍ତୁତ କରାଯାଇଛି। ଏହି କଲେକ୍ସନ୍‌ ନିଜର ଅନନ୍ୟ ଷ୍ଟାଇଲ୍‌ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ।

ସୁନା ଅଳଙ୍କାର ଘରକୁ ଆଣିବା ପାଇଁ ଦୀପାବଳି ଓ ଧନ୍‌ତେରସ ପ୍ରମୁଖ ପର୍ବ। ଭିରାସତ୍ କଲେକ୍ସନ୍ ସହ ଗ୍ରାହକଙ୍କୁ ସର୍ବୋତ୍ତମ ସପିଂ ଅନୁଭୂତି ଦେବା ତନିସ୍କର ଲକ୍ଷ୍ୟ। କେବଳ ସୁନା ନୁହେଁ, ହୀରାରେ ମଧ୍ୟ ଅହଲ୍ୟାର ସ୍ୱତନ୍ତ୍ର କଲେକ୍‌ସନ ରହିଛି। ୫ ହଜାର ଟଙ୍କାରୁ ନେଇ ୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ହୀରା ଗହଣା ଏଥିରେ ସ୍ଥାନ ପାଇଛି। ସବୁ ଶ୍ରେଣୀର ଗ୍ରାହକଙ୍କ ଚାହିଦାକୁ ଅଖିରେ ରଖି ଗହଣା ତିଆରି କରାଯାଇଛି।

ନୂଆ ଭିରାସତ୍ କଲେକ୍ସନର ପ୍ରତ୍ୟେକଟି ଅଳଙ୍କାରକୁ ଅତି ନିଖୁଣ ଭାବେ ଗଢ଼ାଯାଇ ଆକର୍ଷଣୀୟ କରାଯାଇଛି। ଉଦୟପୁରର ସ୍ଥାପତ୍ୟ, ଚିତ୍ରକଳା, ରଙ୍ଗୀନ କାଚ, ମୋଜାଇକ୍, ହ୍ରଦ, କ୍ରିଷ୍ଟାଲ୍ ଗ୍ୟାଲେରୀ ଓ ମହମବତୀର ଆଧାର ଆଦି ଡିଜାଇନ୍‌ ଏଥିରେ ସ୍ଥାନ ପାଇଛି।

ଆଗାମୀ ଦିନରେ ବିବାହ କରିବାକୁ ଚାହୁଁଥିବା ଝିଅମାନଙ୍କ ପାଇଁ ଦୀପାବଳି ଅବସରରେ ଏହି କଲେକ୍ସନ୍ କିଣି ପାରିବେ। ଦୀପାବଳି ଅବସରରେ ମହିଳାଙ୍କଠାରେ ଏହି କଲେକ୍ସନ୍ ବେଶ୍ ଶୋଭା ପାଇବ ବୋଲି ତନିସ୍କ ପକ୍ଷରୁ କୁହାଯାଇଛି।

ଧନତେରସ୍‌କୁ କୁହାଯାଏ ଧନ ଓ ସମ୍ପଦର ଉତ୍ସବ। ଏହାକୁ ଧନ ତ୍ରୟୋଦଶୀ ବୋଲି ମଧ୍ୟ କୁହାଯାଏ। ପୌରାଣିକ କଥା ଅନୁସାରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦେଶୀରେ ଦେବତା ଓ ରାକ୍ଷସମାନେ ଅମୃତ ପାଇଁ ସମୁଦ୍ର ମନ୍ଥନ କରିଥିଲେ।  ଏହି ସମୟରେ ସମୁଦ୍ର ମଧ୍ୟରୁ ମା’ଲକ୍ଷ୍ମୀ ପ୍ରକଟ ହୋଇଥିଲେ। ସେଥିପାଇଁ ଏହି ସମସୟରେ ସୁନା ରୁପା କିଣିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।