‘ସିଏସ୍‌ଆର୍‌ ଅଣ୍ଡର ଚ୍ୟାଲେଞ୍ଜିଂ ସର୍କମ୍‌ଷ୍ଟାନ୍‌ସେସ୍‌’ ବର୍ଗରେ ନ୍ୟାସନାଲ ସିଏସ୍‌ଆର ଆଓ୍ୱାର୍ଡ ପାଇ ଗୌରବ ଅର୍ଜନ କରିଛି ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ)।

national CSR award to MCL

ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ପରିମଳରେ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ କେନ୍ଦ୍ର କର୍ପୋରେଟ୍‌ ଆଫାୟର୍ସ ମନ୍ତ୍ରାଳୟ ପକ୍ଷରୁ ଏମ୍‌ସିଏଲ୍‌କୁ ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ।

ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ପାଇଲା ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ। କମ୍ପାନିର ସାମାଜିକ ଉତ୍ତର ଦାୟିତ୍ୱ କ୍ରମରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ପରିମଳରେ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଆୱାର୍ଡ ପାଇଛି ଏମ୍‌ସିଏଲ୍‌।

କେନ୍ଦ୍ର କର୍ପୋରେଟ୍‌ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଥିଲେ।

National CSR Awards to Mahanadi Coalfields Limited MCL

ଏହି ଉତ୍ସବରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ଆଫାୟର୍ସ ମନ୍ତ୍ରୀ ନିର୍ମଳା ସୀତାରମଣ ଏମ୍‌ସିଏଲ୍‌କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏମ୍‌ସିଏଲ୍‌ର ନିର୍ଦ୍ଦେଶକ (ଅର୍ଥ ଓ ମାନବ ସମ୍ବଳ) କେ ଆର୍‌ ବାସୁଦେବନ୍‌ ଏବଂ ଜେନେରାଲ ମ୍ୟାନେଜର (ସିଏସ୍‌ଆର୍‌) ବି ସାଇରାମ୍‌ ଉତ୍ସବରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ।

‘‘ଏମ୍‌ସିଏଲ୍‌କୁ ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ ମିଳିଥିବାରୁ ଏହା ଆମ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଏହି ସମ୍ମାନ ଏମ୍‌ସିଏଲ୍‌ର ପ୍ରତିଟି ସଦସ୍ୟଙ୍କ ମନୋବଳକୁ ବୃଦ୍ଧି କରିବ ଏବଂ କମ୍ପାନିକୁ ଅଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେବାରେ ଉତ୍ସାହିତ କରିବ। ଏହି ପୁରସ୍କାର ମିଳିବା ଟିମ୍‌ ଏମ୍‌ସିଏଲ୍‌ ପାଇଁ ଗର୍ବର ବିଷୟ।  ସିଏସ୍‌ଆର୍‌ କ୍ଷେତ୍ରରେ ପ୍ରତିବଦ୍ଧତା ଓ ସଫଳତା ପାଇଁ ମିଳିଥିବା ଏହି ସମ୍ମାନ କମ୍ପାନିର ମାନକୁ ଏକ ନୂଆ ଉଚ୍ଚତାକୁ ନେଇ ପାରିଛି’’, କହିଛନ୍ତି ଏମ୍‌ସିଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି ଏନ୍‌ ଶୁକ୍ଲା।

ଭାରତ ସରକାରଙ୍କ ନିୟମ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ଏମ୍‌ସିଏଲ୍‌ ସିଏସ୍‌ଆର୍‌ କ୍ଷେତ୍ରରେ ୧୨୨ କୋଟି ଟଙ୍କା ଖର୍ଚ୍ଚ କରିବାର ହିସାବ ରହିଥିଲା। ହେଲେ କମ୍ପାନି ଯଥେଷ୍ଟ ଆଗକୁ ଯାଇ ଦୁଇ ଗୁଣାରୁ ଅଧିକ ଅର୍ଥ ବ୍ୟୟ କରି ସିଏସ୍‌ଆର୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏହି ଆର୍ଥିକ ବର୍ଷରେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ବାବଦରେ କମ୍ପାନି ୨୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

National CSR Awards to Mahanadi Coalfields Limited MCL

ଚଳିତ ବର୍ଷ ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ ପାଇଁ ପ୍ରାଥମିକ ସ୍ତରରେ ୫୨୮ଟି କମ୍ପାନି ଆବେଦନ କରିଥିଲେ। ଏହି କମ୍ପାନିମାନେ ସେମାନଙ୍କ ସିଏସ୍‌ଆର୍‌ ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ। ଜୁରି କମିଟି ଏହି କମ୍ପାନିମାନଙ୍କର ତଥ୍ୟ ତର୍ଜମା କରିବା ସହ କ୍ଷେତ୍ର ପରିଦର୍ଶନ କରି ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ିଥିଲେ। ବିଶେଷଜ୍ଞମାନଙ୍କ ମତାମତ ଏବଂ କ୍ଷେତ୍ର ପରିଦର୍ଶନରୁ ମିଳିଥିବା ତଥ୍ୟକୁ ଆଧାର କରି ୧୩୧ଟି କମ୍ପାନି ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ।

ଶେଷରେ ସିଏସ୍‌ଆର୍‌ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବିଭିନ୍ନ କମ୍ପାନିକୁ ଚାରିଟି ବିଭାଗରେ ମୋଟ ୧୯ଟି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ନ୍ୟାସନାଲ ସିଏସ୍‌ଆର୍‌ ଆଓ୍ୱାର୍ଡ ମଧ୍ୟରେ ୧୯ଟି ଅନରାରି ମେନ୍‌ସନ୍‌ ବି ରହିଛି। ତେବେ ୪ଟି ପ୍ରମୁଖ କାଟାଗୋରି ମଧ୍ୟରୁ ‘କଣ୍ଟ୍ରିବ୍ୟୁସନ ଟୁ ଦ ନ୍ୟାସନାଲ ପ୍ରାୟୋରିଟି ଏରିଆଜ୍‌’ ବର୍ଗରେ ଜାତୀୟ ପୁରସ୍କାର ପାଇ ଗୌରବ ଅର୍ଜନ କରିଛି ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌।

କେନ୍ଦ୍ର ସରକାରଙ୍କ କୋଲ୍‌ ଇଣ୍ଡିଆ ଅଧୀନରେ ଆସୁଥିବା ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ହେଉଛି ଏକ ପ୍ରମୁଖ ଲାଭକାରୀ କମ୍ପାନି। ସମ୍ବଲପୁର ଜିଲ୍ଲା ବୁର୍ଲାରେ ଏହି କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ରହିଥିବା ବେଳେ ଅନୁଗୁଳ ଜିଲ୍ଲାର ତାଳଚେର ଆଦି ଅଞ୍ଚଳରେ କମ୍ପାନିର କାର୍ଯ୍ୟ କ୍ଷେତ୍ର ରହିଛି।

National CSR Awards to Mahanadi Coalfields Limited MCLବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ଏମ୍‌ସିଏଲ୍‌ ତାଳଚେରଠାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରୁଛି। ୧୦୦ ସିଟ୍‌ ବିଶିଷ୍ଟ ଏହି ମେଡିକାଲ କଲେଜ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି।