ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି। ଏହି ଦୁଇ ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍ ଜିଲ୍ଲାର କେନ୍ଦ୍ରୀୟ ଗହଳଚହଳ ସ୍ଥାନ ଭଦ୍ରକର ଛପୁଲିଆ ବାଇପାସରେ ଥିବା ରିଲାଏନ୍ସ ଟ୍ରେଣ୍ଡସ୍ ନିକଟରେ ଓ ବାଲେଶ୍ୱରର ରେଳ ଷ୍ଟେସନ ନିକଟ ଷ୍ଟେସନ ଛକରେ ଖୋଲାଯାଇଛି। ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ପ୍ରକାରର ଉତ୍ପାଦକୁ ପ୍ରଦାନ କରି ଏହି ଷ୍ଟୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି।

Balasore Store _ Reliance Smart

ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମଆରପି ଉପରେ ସର୍ବନିମ୍ନ ୫% ନିଶ୍ଚିତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରବା ଭଳି ଅନେକ ଆକର୍ଷଣୀୟ ଅଫର ସହ ମାସିକିଆ ଗ୍ରୋସରି ସପିଙ୍ଗ ପାଇଁ ସାରା ଭାରତର ପସନ୍ଦର ସୁପରମାର୍କେଟ ଭାବେ ଉଭା ହୋଇଛି। ପୁନଶ୍ଚ, ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ଏହା ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି। ବାଲେଶ୍ୱର ଓ ଭଦ୍ରକରେ ଷ୍ଟୋର ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୮ରେ ପହଂଚିଛି। ଭଦ୍ରକର ଷ୍ଟୋର୍କୁ ୧୪,୫୬୧ ବର୍ଗଫୁଟ ଏବଂ ବାଲେଶ୍ୱରର ଷ୍ଟୋର୍କୁ ୧୪,୨୪୪ ବର୍ଗଫୁଟରେ ସ୍ଥାପନ କରାଯାଇଛି। ଷ୍ଟୋରରେ ଭଲ ଭାବେ ସୂଚନା ପ୍ରଦାନ କରିପାରୁଥିବା ଗ୍ରାହକ ସହଯୋଗୀ, ଚଳମାନ ଡିଜାଇନ ଓ ଲେଆଉଟ୍, ଆକର୍ଷଣୀୟ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ରହିଛି ଯାହା ବିନମ୍ରତାର ସହ ଗ୍ରାହକଙ୍କ ହୃଦୟ ଜୟ କରିବ ଏବଂ ସେମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ ହେବ।

Bhadrak Store _ Reliance Smart

ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସରରେ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି। ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ବ୍ୟାପକ ବର୍ଗର ଉତ୍ପାଦ ଓ ଗ୍ରାହକଙ୍କ ଘର ନିକଟରେ ପହଂଚି ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି। ବର୍ତମାନ ରିଲାଏନ୍ସ ସ୍ମାର୍ଟ ଷ୍ଟୋରଗୁଡ଼ିକର ଉପସ୍ଥିତି ଦେଶର ୧୨୦ ସହରରେ ରହିଛି।