D2H Kyc

ବଦଳିବ ଟିଭି ଦେଖିବାର ନିୟମ। ନୂଆବର୍ଷରୁ ଡିଟିଏଚ୍‌ ସବ୍‌ସ୍କ୍ରାଇବ୍‌ରଙ୍କ ପାଇଁ KYC(know your customer) ବାଧ୍ୟତାମୂଳକ ହୋଇଯିବ। ଏନେଇ ଟ୍ରାଇ ପକ୍ଷରୁ ଦେଶର ସମସ୍ତ ଡିଟିଏଚ୍‌ ଅପରେଟର୍ସଙ୍କୁ ନୋଟିସ୍‌ ଜାରି କରାଯାଇଛି।

ମୋବାଇଲ ପାଇଁ ସିମ୍‌ କାର୍ଡ କିଣିବା ବେଳେ ଯେଉଁ ଭଳି କେୱାଇସି କରିବାକୁ ପଡ଼ିଥାଏ, ବର୍ତ୍ତମାନ ଟିଭି ଦେଖିବା ପାଇଁ ସେହି ପ୍ରକ୍ରିୟାରେ କେୱାଇସି କରିବାକୁ ପଡ଼ିବ।

ଏହି ନୂଆ ନିୟମ ଉଭୟ ପୁରୁଣା ଉପଭୋକ୍ତା ଏବଂ ନୂଆ ଭାବେ ଯୋଡ଼ି ହେବାକୁଥିବା ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ। ତେବେ କେୱାଇସି ପାଇଁ ଗ୍ରାହକଙ୍କୁ ୨ ବର୍ଷର ସମୟ ଦିଆଯିବ।

ନୂଆ ଭାବେ ଯୋଡ଼ି ହେବାକୁଥିବା ଉପଭୋକ୍ତାଙ୍କୁ ସର୍ବ ପ୍ରଥମେ କେୱାଇସି କରିବାକୁ ପଡ଼ିବ। ଏହାପରେ ହିଁ ସେଟ୍‌ଅପ୍‌ ବକ୍ସ ଇଷ୍ଟାଲ କରାଯିବ। କେୱାଇସି ପାଇଁ ଗ୍ରାହକଙ୍କୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ, ପାସ୍‌ପୋର୍ଟ ଆଜି ଦସ୍ତାବିଜ ପୈଠ କରିବାକୁ ପଡ଼ିବ।