ଭାରତରେ ଲଞ୍ଚ ହେଲା ଲେନୋଭୋ କମ୍ପାନିର ୩ଟି ମିଡ୍ ରେଞ୍ଜ ସ୍ମାର୍ଟଫୋନ। ଏନେଇ ଲେନୋଭୋ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ୩ଟି ସ୍ମାର୍ଟଫୋନ ହେଲା ଲେନୋଭୋ ଏ୬ ନୋଟ୍, କେ୧୦ ନୋଟ୍ ଏବଂ ଜେଡ୍୬ ପ୍ରୋ। ଆସନ୍ତା ସେପ୍ଟେମ୍ବର ୧୩ରୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏହି ତିନୋଟି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ।
ଲେନୋଭୋ ‘ଏ୬ ନୋଟ୍’ର ୩ଜିବି/୩୨ଜିବି ଭାରିଏଣ୍ଟର ମୂଲ୍ୟ ୭.୯୯୯ଟଙ୍କା ଥିବା ବେଳେ ‘କେ୧୦ ନୋଟ୍’ର ୪ଜିବି/୬୪ଜିବିର ମୂଲ୍ୟ ୧୩,୯୯୯ଟଙ୍କା ଏବଂ ୬ଜିବି/୧୨୮ ଜିବି ମୂଲ୍ୟ ୧୫,୯୯୯ ଟଙ୍କା ରହିଛି। ସେହିପରି ଜେଡ୍୬ ପ୍ରୋ ସ୍ମାର୍ଟଫୋନର ୮ଜିବି/୧୨୮ଜିବି ଭାରିଏଣ୍ଟର ମୂଲ୍ୟ ୩୩,୯୯୯ଟଙ୍କା ରହିଛି।
ଲେନୋଭୋ ଏ୬ ନୋଟ୍
୩ଜିବି ରାମ୍ ଓ ୩୨ଜିବି ରୋମ୍ ବିଶିଷ୍ଟ ଲେନୋଭୋ ଏ୬ ନୋଟ୍ ସ୍ମାର୍ଟଫୋନ୍ରେ ମିଡିଆଟେକ୍ ହେଲିଓ ପି୨୨ ପ୍ରୋସେସର ରହିଛି। ଏହି ସ୍ମାର୍ଟଫୋନ୍ରେ ୬.୦୯ ଇଞ୍ଚ ବିଶିଷ୍ଟ ଏଚ୍ଡି ପ୍ଲସ ଡିସପ୍ଲେ ମିଳୁଥିବା ବେଳେ ୪୦୦୦ ଏମ୍ଏଏଚ୍ର ବ୍ୟାଟେରୀ ରହିଛି। ଏ୬ ନୋଟ୍ ସ୍ମାର୍ଟଫୋନରେ ୧୩ ଓ ୨ ମେଗାପିକ୍ସେଲ ବିଶିଷ୍ଟ ୨ଟି ରିୟର କ୍ୟାମେରା ଥିବା ବେଳେ ୫ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି।
ଲେନୋଭୋ କେ୧୦ ନୋଟ୍
୬.୩ ଇଞ୍ଚ ବିଶିଷ୍ଟ ଏଚ୍ଡି ପ୍ଲସ ଡିସପ୍ଲେ
କ୍ୱାଲକମ୍ ସ୍ନାପଡ୍ରାଗନ ୭୧୦ ପ୍ରୋସେସର
୪୦୦୦ ଏମ୍ଏଏଚ୍ର ବ୍ୟାଟେରୀ
୧୬, ୮ ଏବଂ ୫ ମେଗାପିକ୍ସେଲ ବିଶିଷ୍ଟ ଟ୍ରିପଲ ରିୟର କ୍ୟାମେରା
୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା
ଲେନୋଭୋ କେ୧୦ ନୋଟ୍
୬.୩ ଇଞ୍ଚ ବିଶିଷ୍ଟ ଏମ୍ଓଏଲ୍ଇଡି ଫୁଲ ଏଚ୍ଡି ପ୍ଲସ ଡିସପ୍ଲେ
ସ୍ନାପଡ୍ରାଗନ ୮୫୫ ପ୍ରୋସେସର
୪୦୦୦ ଏମ୍ଏଏଚ୍ର ବ୍ୟାଟେରୀ
୪୮ ମେଗାପିକ୍ସେଲ ବିଶିଷ୍ଟ ୪ଟି ରିୟର କ୍ୟାମେରା
୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା